12 SEPTEMBER 2026

Welcome!

Unlock your personalized experience.
Sign Up

Road: କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେଉନି: ବଢ଼ୁଛି ଲୋକଙ୍କ ଅସନ୍ତୋଷ

Sep 10, 2026 - 09:02
Road: କୋଇଲା ପରିବହନ ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ହେଉନି: ବଢ଼ୁଛି ଲୋକଙ୍କ ଅସନ୍ତୋଷ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିବାବେଳେ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବାବେଳେ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଉତ୍କଳ ବି(୧), ଉତ୍କଳ ବି(୨), ଉତ୍କଳ ସି, ଉତ୍କଳ ଡି, ଉତ୍କଳ ଇ’ ଖଣିରୁ ଅଢ଼େଇ ବର୍ଷ ହେଲା କୋଇଲା ପରିବହନ ହେଉଛି।

Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ

ଏଥିରେ ରାଇଝରଣରୁ ନାଲ୍‌କୋ ପର୍ଯ୍ୟନ୍ତ ଦୈନିକ ୬୦୦ ଟ୍ରକ୍‌ ଚଳାଚଳ କରୁଛି। ସେହିପରି ଛେଣ୍ଡିପଦାରୁ ଗତ ୩ ମାସ ହେଲା ନୟନି ଖଣିରୁ ସିଙ୍ଗରେନି କମ୍ପାନି ପକ୍ଷରୁ କୋଇଲା ପରିବହନ ହେଉଛି। ଏଠାରୁ ବିଭିନ୍ନ ସ୍ଥାନକୁ ଦୈନିକ ୩୦୦ ଟ୍ରକ୍‌ ଚଳାଚଳ କରୁଛି। ଆସନ୍ତା ଦୁର୍ଗାପୂଜା ପରେ ନୟନି ଖଣିରୁ ୫୦୦ ଟ୍ରକ୍‌ ଚଳାଚଳ କରିବ। ଆଗାମୀ ଦିନରେ ଜିଏମ୍‌ଡିସି, ଏନ୍‌ଏଲ୍‌ସି, ରୁଙ୍ଗଟା, ବେଦାନ୍ତ ଖଣିରୁ କୋଇଲା ପରିବହନ ଯୋଜନା ରହିଛି। ପ୍ରତିବର୍ଷ କୋଇଲା ପରିବହନ ପରିମାଣ ବୃଦ୍ଧି ପାଇବ। ଆସନ୍ତା ୩ ବର୍ଷ ମଧ୍ୟରେ ୩ ହଜାରରୁ ଊର୍ଦ୍ଧ୍ବ ଟ୍ରକ୍‌ ଏହି ରାସ୍ତାରେ ଚଳାଚଳ କରିବ। ଗତ ୫ ବର୍ଷ ପୂର୍ବରୁ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର ରାସ୍ତା, କଭର କନ୍‌ଭୟର୍‌ ବେଲ୍ଟରେ କୋଇଲା ପରିବହନ ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏହା ଶୀତଳଭଣ୍ଡାରରେ ରହିଯାଇଛି। 

ଛେଣ୍ଡିପଦା ବ୍ଲକ୍‌ରେ କୋଇଲା ପରିବହନରେ ଏବେ ୩୦୦ ଟ୍ରକ୍‌ ନିୟୋଜିତ ହୋଇଛି। ୬୩ ନଂ ରାଜ୍ୟ ରାଜପଥରେ ଛେଣ୍ଡିପଦାରୁ ଅନୁଗୋଳ ଦେଇ ରାତି ୧୨ଟାରୁ ଭୋର୍‌ ୫ଟା ମଧ୍ୟରେ କୋଇଲା ଟ୍ରକ୍‌ ଚଳାଚଳ କରୁଛି। ବିଭିନ୍ନ ସ୍ଥାନରୁ କୋଇଲା ଖାଲି କରିବା ପରେ ଟ୍ରକ୍‌ ପୁଣି କୋଶଳା ଓ ଜରପଡ଼ା-ଛେଣ୍ଡିପଦା ରାସ୍ତାରେ ରାତି ୧୦ଟାରୁ ଭୋର୍‌ ୫ଟା ମଧ୍ୟରେ ଫେରୁଛି। ପରିବହନ ପାଇଁ ସ୍ୱଳ୍ପ ସମୟ ମଧ୍ୟରେ କୋଇଲା ବୋଝେଇ ଟ୍ରକ୍‌ କୋଶଳା ଓ ଜରାସିଂହା-କୁମଣ୍ଡ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ ଟ୍ରକ୍‌ ଚାଳକ ଓ ମାଲିକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣା ଆଶଙ୍କା ରହୁଛି।

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

ନୟନି ଖଣିରୁ ଅଣଓସାରିଆ ରାସ୍ତାରେ ମାତ୍ରାଧିକ ଟ୍ରକ୍‌ ଚଳାଚଳ ସ୍ଥାନୀୟ ଜନସାଧାରଣଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ଏଭଳି ପରିସ୍ଥିତିରେ ଟ୍ରକ୍‌ ଚାଳକମାନେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହେଉଛନ୍ତି।  ତଥାପି, ରାସ୍ତା ସମସ୍ୟାର ସମାଧାନ ହେଉନି। ୨୦୨୭ ଏପ୍ରିଲ ବେଳକୁ ବୈତରଣୀ ପଶ୍ଚିମ ଖଣିରୁ ଜିଏମ୍‌ଡିସି କମ୍ପାନି ପକ୍ଷରୁ କୋଇଲା ପରିବହନ ଯୋଜନା ରହିଛି। ଏହି ଖଣିରୁ କୋଇଲା ପରିବହନ ଆରମ୍ଭ ହେଲେ ଆଉ ୫୦୦ଟି ଟ୍ରକ୍‌ ଚଳାଚଳ କରିବ। ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସ୍ୱତନ୍ତ୍ର ରାସ୍ତା, ବାଇପାସ୍‌ ରାସ୍ତା ବ୍ୟବସ୍ଥା ଅତ୍ୟନ୍ତ ଜରୁରି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)