03 NOVEMBER 2026

Welcome!

Unlock your personalized experience.
Sign Up

River: ଯେଉଁ ଘରେ ବାଜିଥାନ୍ତା ସାହାନାଇ ସେଠି ଆଜି ନଦୀର ଗର୍ଜନ

Nov 03, 2026 - 03:16
River: ଯେଉଁ ଘରେ ବାଜିଥାନ୍ତା ସାହାନାଇ ସେଠି ଆଜି ନଦୀର ଗର୍ଜନ

କନ୍ଧମାଳ ରାଇକିଆରୁ ଅନୁଜ ଦାସଙ୍କ ରିପୋର୍ଟ

ଆସନ୍ତା ମାର୍ଗଶିର ମାସରେ ଜ୍ୟୋତିସ୍ମିତାଙ୍କର ବାହାଘର ଥିଲା। ଘରେ ଖୁସିର ମାହୋଲ। ଝିଅକୁ ବାହାଦେଇ ବିଦା କରିବାକୁ ବାପାମାଆ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି। ବାହାଘର ପୂର୍ବରୁ ଘରର ମରାମତି ହେଲା। କାନ୍ଥରେ ନୂଆ ରଙ୍ଗ ଲାଗିଲା। ଭାବିଥିଲେ, ସଜେଇ ହୋଇଥିବା ଏହି ଘରେ ବାଜିବ ସାହାନାଇ, ଝିଅର ହାତରେ ଲାଗିବ ମେହେନ୍ଦି। ହେଲେ କିଏ ଜାଣିଥିଲା, ଖୁସିର ସେହି ମୁହୂର୍ତ୍ତ ଆସିବା ପୂର୍ବରୁ ଘରଟି ନଦୀ ଗର୍ଭରେ ଲୀନ ହୋଇଯିବ।

Horoscope 2026 November 3: ଜାଣନ୍ତୁ ଆଜିର ରାଶିଫଳ

ଘର ତିଆରି ହୋଇଥିଲା, ରଙ୍ଗ ବି ଲାଗିଥିଲା। ହେଲେ ଏବେ ଘର ହିଁ ନାହିଁ।  ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ଗାଁରେ ବାତ୍ୟା ‘ଅର୍ଣ୍ଣବ’ ଛାଡ଼ିଯାଇଛି ବିଧ୍ବଂସର ଚିତ୍ର। ବାତ୍ୟା ପ୍ରଭାବରେ ନଦୀର ପ୍ରଖର ସ୍ରୋତ ଆଖି ପିଛୁଳାକେ ଘରକୁ ନିଜ ଗର୍ଭରେ ଲୀନ କରିଦେଲା। କେବଳ ଜ୍ୟୋତିଙ୍କ ଘର ନୁହେଁ, ଏମିତି ଅନେକ ପରିବାରଙ୍କ ଘର ନଦୀରେ ମିଶିଯାଇଛି। ଏବେ ଘର ନାହିଁ, ଝିଅର ବାହାଘର କେଉଁଠି ହେବ ବୋଲି ଚିନ୍ତାରେ ପରିବାର।

ବାତ୍ୟା ‘ଅର୍ଣ୍ଣବ’ ପରେ ବାସହରା ଇନ୍ଦ୍ରଗଡ଼ବାସୀ

ଜ୍ୟୋତିଙ୍କ ବାହାଘର ସ୍ୱପ୍ନକୁ ଧୋଇନେଲା ନଦୀ

ରାତିସାରା ପ୍ରବଳ ବର୍ଷା ହେଉଥିଲା। ଜୀବନ ବଞ୍ଚାଇବାକୁ ଘର ଛାଡ଼ି ପାଖ ସ୍କୁଲକୁ ଚାଲିଯାଇଥିଲେ ପରିବାରର ସଦସ୍ୟମାନେ। ଭାବିଥିଲେ ବର୍ଷା ଛାଡ଼ିଲେ ଘରକୁ ଫେରିବେ। କିନ୍ତୁ ଫେରିବା ବେଳକୁ ଘର ନଥିଲା। ଆସବାବପତ୍ର ବି ନଥିଲା। ଏପରିକି ଘରୁ ଖଣ୍ଡିଏ କପଡ଼ା ବି ଆଣିପାରି ନାହାନ୍ତି। ଯାହା ପିନ୍ଧିଥିଲେ, ସେତିକି ହିଁ ଏବେ ସେମାନଙ୍କ ସମ୍ବଳ। ଗୋଟିଏ ରାତିରେ ଉଜୁଡ଼ିଗଲା ସଂସାର।

ଭାରତ ଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ

ପ୍ରକୃତିର ଏହି ତାଣ୍ଡବକୁ ନେଇ ଯେତିକି ଦୁଃଖ, ତାଠାରୁ ଅଧିକ କ୍ଷୋଭ ରହିଛି ପ୍ରଶାସନ ଓ ଜନପ୍ରତିନିଧିଙ୍କ ପ୍ରତି। ଗାଁ ଲୋକଙ୍କ ଅଭିଯୋଗ, ତିତ୍‌ଲି ବାତ୍ୟା ପରଠାରୁ ନଦୀ ଧୀରେ ଧୀରେ ଗାଁମୁହାଁ ହେଉଥିଲା। ଦୁର୍ବଳ ହୋଇପଡ଼ିଥିଲା ମାଟିବନ୍ଧ। ପଥରବନ୍ଧ ନିର୍ମାଣ ପାଇଁ ବାରମ୍ବାର ଗୁହାରି କରିଥିଲେ ଗାଁ ଲୋକେ। ଜନପ୍ରତିନିଧିଙ୍କଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ। ହେଲେ ସେମାନଙ୍କ ଗୁହାରିକୁ ଗୁରୁତ୍ୱ ଦିଆଗଲା ନାହିଁ। ଆଜି ତାହାର ପରିଣାମ ଭୋଗୁଛନ୍ତି ଇନ୍ଦ୍ରଗଡ଼ବାସୀ। ଏବେ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ପ୍ରଶାସନ। ବାସହରା ପରିବାରଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଏବେ ନୂଆଘର ସହ ନୂଆସ୍ୱପ୍ନ ଗଢ଼ିବାକୁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଇନ୍ଦ୍ରଗଡ଼ବାସୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)