Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

Nov 03, 2026 - 00:21
Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ଭାରତ ‘ଏ’ ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ

ମୁମ୍ବାଇ: କତରର ଦୋହାଠାରେ ଚଳିତ ମାସ ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।

ତିଳକ ବର୍ମାଙ୍କ ନେତୃତ୍ବ ରେ ଘୋଷିତ ଏହି ଦଳରେ ବିସ୍ଫୋରକ ଓପନର ଅଭିଷେକ ଶର୍ମା ଓ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି।

ରଜତ ପଟିଦାରଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିବାବେଳେ ରିଙ୍କୁ ସିଂହ, ପ୍ରଭସିମରନ ସିଂହ ଓ କୁମାର କୁଶାଗ୍ର ଦଳରେ ଅଛନ୍ତି।

ପ୍ରିନ୍ସ ଯାଦବ, ଅର୍ସଦ ଖାଁ, ହର୍ଷିତ ରାଣା ବୋଲିଂ ଆକ୍ରମଣ ସମ୍ଭାଳିବେ।

ନଭେମ୍ବର ୨୦ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ନେପାଳ ବିପକ୍ଷ ରେ ଖେଳିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ୍‌ରେ ନଭେମ୍ବର ୨୨ରେ ପାକିସ୍ତାନ 'ଏ'କୁ ଏବଂ ନଭେମ୍ବର ୨୪ରେ ୟୁଏଇକୁ ଭେଟିବ।

Advertisment ଆହୁରି ପଢନ୍ତୁ : Iran US Conflict: ଆମେରିକା ଚାହିଲେ ଦୁଇ ଦିନ ମଧ୍ୟରେ ଖୋଲିବ ହର୍ମୁଜ୍: ଇରାନ ଭାରତୀୟ ଦଳ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂହ (ୱିକେଟ୍‌କିପର), ତିଳକ ବର୍ମା (ଅଧିନାୟକ), ରଜତ ପଟିଦାର (ଉପଅଧିନାୟକ), ରିଙ୍କୁ ସିଂହ, କୁମାର କୁଶାଗ୍ର (ୱିକେଟ୍‌କିପର), ସୂର୍ଯ୍ୟାଂଶ ସେଡଗେ, ଶେହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ ଓ ଅର୍ଶଦ ଖାନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)