Right time to eat bananas: କଦଳୀ ଖାଇବାର ସଠିକ ସମୟ କଣ?
"ନୂଆଦିଲ୍ଲୀ: ଆପଣ କଦଳୀ ଖାଇବାକୁ ପସନ୍ଦ କରନ୍ତି କି?
ଯଦି ହଁ, ତେବେ କଦଳୀ ଖାଇବାର ସମୟ କଣ?
କାରଣ ବେଳେବେଳେ ଆମେ ଏମିତି ଅସମୟରେ କଦଳୀ ଖାଇଥାଉ, ଯାହା ଦ୍ୱାରା ଆମର ସ୍ୱାସ୍ଥ୍ୟ ଖରାପ ହୋଇଥାଏ | ତେବେ କଦଳୀ ଖାଇବାର ସଠିକ ସମୟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଯେ କଦଳୀରୁ ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ସକାଳ ଜଳଖିଆ ଖାଇବାର ୧ ରୁ ୨ ଘଣ୍ଟା ପରେ କଦଳୀ ଖାଇବା ସବୁଠାରୁ ଉତ୍ତମ।Advertisment ଆହୁରି ପଢନ୍ତୁ: Indian Boxers: ଗ୍ଲାସ୍ଗୋରେ ଆତଙ୍କ ଖେଳାଇଥିଲେ ଭାରତୀୟ ବକ୍ସର ଖାଲି ପେଟରେ କାହିଁକି ଖାଇବେ ନାହିଁ?ସକାଳେ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ରକ୍ତରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ର ମାତ୍ରା ହଠାତ୍ ବୃଦ୍ଧି ପାଏ, ଯାହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଏ।
ଏହାସହ ବ୍ଲଡ୍ ସୁଗାର ସ୍ତର ଶୀଘ୍ର ବଢ଼ି ପୁଣି ହଠାତ୍ କମିଯାଏ।
ସେହିପରି ବିଶେଷଜ୍ଞଙ୍କ ମତରେ ରାତି ସମୟରେ ମଧ୍ୟ କଦଳୀ ଖାଇବା ଉଚିତ ନୁହେଁ | ରାତି ସମୟରେ ଆମର ପାଚନ କ୍ରିୟା ଓ ମେଟାବୋଲିଜିମ୍ ଧୀମା ହୋଇଯାଏ।
ତେଣୁ ରାତିରେ କଦଳୀ ଖାଇଲେ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ ଏବଂ କଫ/ସର୍ଦ୍ଦି ବୃଦ୍ଧି ପାଇବାର ଆଶଙ୍କା ଥାଏ।
ଆହୁରି ପଢନ୍ତୁ :Congress MP Renuka Chowdhury: "ମୋଦୀୟା ବିନ୍ଦ" ଲେଖାଥିବା ଚଷମା ପିନ୍ଧି ସଂସଦରେ ରେଣୁକା ଚୌଧୁରୀଙ୍କ ନିଆରା ପ୍ରତିବାଦ ସଠିକ୍ ସମୟରେ କଦଳୀ ଖାଇବାର ୪ଟି ମୁଖ୍ୟ ଲାଭସାରା ଦିନ ଶକ୍ତି ଯୋଗାଏକଦଳୀରେ ପ୍ରାକୃତିକ ଶର୍କରା, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି୬ ଓ ଫାଇବର୍ ପ୍ରଚୁର ମାତ୍ରାରେ ଥାଏ।
ଜଳଖିଆ ପରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଧୀରେ ଧୀରେ ଶକ୍ତି ମିଳେ, ଯାହା ଦ୍ୱାରା ଦିପହର ପର୍ଯ୍ୟନ୍ତ କ୍ଲାନ୍ତି ଓ ଦୁର୍ବଳତା ଅନୁଭୂତ ହୁଏନାହିଁ।
ଏଥିରେ ଥିବା ଦ୍ରବଣୀୟ ଓ ଅଦ୍ରବଣୀୟ ଫାଇବର୍ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ।
ଏହା କୋଷ୍ଠକାଠିନ୍ୟ ଓ ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦିଏ।
ଆହୁରି ପଢନ୍ତୁ :Ukraine Drone Attack: ତାତାରସ୍ତାନର ତୈଳ ବିଶୋଧନାଗାର ଉପରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ: ୧୨ ମୃତ, ୩୯ ଆହତ କଦଳୀରେ ଥିବା ପୋଟାସିୟମ୍ ଓ ପ୍ରାକୃତିକ ଆଣ୍ଟାସିଡ୍ ଗୁଣ ପେଟର ଏସିଡ୍କୁ ନିଷ୍କ୍ରିୟ କରେ, ଯାହା ଦ୍ୱାରା ପେଟ ଜଳାପୋଡ଼ା ଓ ପେଟ ଫୁଲିବା ସମସ୍ୟା ହୁଏନାହିଁ।
ସେହିପରି କଦଳୀ ପୋଟାସିୟମ୍ର ଏକ ଭଲ ଉତ୍ସ ଏବଂ ଏଥିରେ ସୋଡିୟମ୍ର ମାତ୍ରା ନଗଣ୍ୟ।
ଏହା ଶରୀରରେ ସୋଡିୟମ୍ର କୁପ୍ରଭାବକୁ କମାଇ ରକ୍ତଚାପକୁ ସାଧାରଣ ରଖିବାରେ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
