Rice: ଓଡ଼ିଶା ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟ

Oct 23, 2026 - 20:39
Rice: ଓଡ଼ିଶା ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟ

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ ଚାଉଳର ବିବିଧତା ଓ ସମୃଦ୍ଧ କୃଷି ଐତିହ୍ୟ କୁ ବିଶ୍ୱସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ (ବିଆଇଆରସି) ୨୦୨୬ରେ ରାଜ୍ୟର ୮ଟି ଜିଲ୍ଲାର ୧୫ ପ୍ରକାର ଧାନ ଓ ଚାଉଳ ଉତ୍ପାଦ ପ୍ରଦର୍ଶିତ ହେଉଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଓଡ଼ିଶାର ଏହି ସ୍ୱତନ୍ତ୍ର ଉତ୍ପାଦକୁ ବଡ଼ ବଜାରରେ ପହଞ୍ଚାଇବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି।

Advertisment ଏଥିରେ ୮୫ଟି ଗୋଷ୍ଠୀଭିତ୍ତିକ ସଂଗଠନ (ସିବିଓ)ର ୩,୬୯୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି।

ପ୍ରଦର୍ଶିତ ଚାଉଳ ଉତ୍ପାଦଗୁଡ଼ିକ ମଧ୍ୟରେ ପୁରୀର ସାରଳା, ସୋନା ମସୁରୀ, ପୂଜା ଓ ସମ୍ରାଟ, କେନ୍ଦ୍ରାପଡ଼ାର ଲୀଳାବତୀ ସୁଗନ୍ଧିତ ଚାଉଳ, କୋରାପୁଟର ଜିଆଇ ଟ୍ୟାଗ୍‌ପ୍ରାପ୍ତ କଳାଜୀରା, ମୟୂରଭଞ୍ଜର ମୁଗେଇ, ସଲାଫୁଲା ଓ କଳାଚମ୍ପା, ବରଗଡ଼ର ବ୍ଲାକ ରାଇସ (ଜାସ୍ମିନ୍) ଚାଉଳ, ଗଞ୍ଜାମର ଖଣିପକା ଓ ବ୍ଲାକ ରାଇସ (ଲାବଣ୍ୟ), ସୁନ୍ଦରଗଡ଼ର କନ୍ଦେରାଝାଲ ଓ ମାଛକଣ୍ଟା ଏବଂ ଜଗତସିଂହପୁରର ଲୋଜିଆଇ ଚାଉଳ ଅନ୍ତର୍ଭୁକ୍ତ।

ଏହି ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ର ଚାଉଳ କିସମକୁ ବିଶ୍ୱସ୍ତରରେ ପରିଚିତ କରାଇବାର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ପ୍ରକଟ କରି କହିଛନ୍ତି।

ଚାଷୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଚାଉଳ ପ୍ରୋସେସିଂ ସଂସ୍ଥା, ହୋଟେଲ, ରେସ୍ତୋରାଁ ଓ ବିଭିନ୍ନ ଅନୁଷ୍ଠାନର କ୍ରେତାଙ୍କ ସହ ଯୋଡ଼ିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି।

Inner Voice: ଅନ୍ତଃ ସ୍ବର: ତୀର୍ଥ, ପର୍ଯ୍ୟଟନ ଓ ଐତିହ୍ୟ ସୁରକ୍ଷା ଓରମାସ୍‌ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକଙ୍କୁ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ ଗ୍ରାମୀଣ ବିକାଶ କରାଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।

ବିଆଇଆରସି ୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ରାଜ୍ୟର କୃଷି ବିବିଧତାକୁ ବ୍ୟବସାୟ ଓ ବଜାର ସହ ଯୋଡ଼ିବାର ପ୍ରୟାସକୁ ପ୍ରତିଫଳିତ କରୁଛି।

ପାରମ୍ପରିକ ଚାଉଳ ଓ ଏହାକୁ ଉତ୍ପାଦନ କରୁଥିବା ଗୋଷ୍ଠୀଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇ ଅଧିକ ବଜାର ସୁଯୋଗ ସୃଷ୍ଟି କରିବା, ଗ୍ରାମୀଣ ଆୟ ବଢ଼ାଇବା ଓ ଜୀବିକାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଲକ୍ଷ୍ୟ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)