Rice production: ତାପ ବଢ଼ିଲେ ଧାନ କମିବ: ୧ ଡିଗ୍ରିରେ ୬.୬ ପ୍ରତିଶତ ହ୍ରାସ

Aug 04, 2026 - 08:59
Rice production: ତାପ ବଢ଼ିଲେ ଧାନ କମିବ: ୧ ଡିଗ୍ରିରେ ୬.୬ ପ୍ରତିଶତ ହ୍ରାସ

"ଭାରତରେ ପ୍ରତି ତିନିଜଣ ଲୋକଙ୍କ ମଧ୍ୟରୁ ଦୁଇଜଣ ସବୁଦିନ ଭାତ ଖାଆନ୍ତି।

ପ୍ରକାରାନ୍ତରେ କହିଲେ ଦେଶର ଦୁଇ-ତୃତୀୟାଂଶ ଲୋକଙ୍କର ପ୍ରଧାନ ଖାଦ୍ୟ ହେଉଛି ଭାତ।

କିନ୍ତୁ, ସମ୍ପ୍ରତି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ବୈଶ୍ବିକ ତାପମାତ୍ରା ବୃଦ୍ଧି ଭାରତରେ ଧାନ ଉତ୍ପାଦନ ହ୍ରାସ କରାଇପାରେ। "ସାଇନ୍‌ସ ଆଡ୍‌ଭାନ୍‌ସେସ୍‌" ଜର୍ଣ୍ଣାଲ୍‌ରେ ପ୍ରକାଶିତ ଉପରୋକ୍ତ ଗବେଷଣା ଦର୍ଶାଉଛି ଯେ ବୈଶ୍ବିକ ତାପମାତ୍ରା ୧ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଭାରତରେ ଧାନ ଉତ୍ପାଦନ ୬.୬ ପ୍ରତିଶତ ହ୍ରାସ ପାଇପାରେ।

ପୋଷ୍ଟ୍‌ଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କ୍ଲାଇମେଟ୍‌ ଇମ୍ପାକ୍ଟ ରିସର୍ଚ ସହାୟତା  ଏବଂ ହେଲ୍‌ମୋଜ୍‌ ସେଣ୍ଟର୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ରିସର୍ଚ ନେତୃତ୍ବରେ ସାତଟି ଶସ୍ୟ ମଡେଲ୍‌ ଉପରେ ଆଧାରକରି ସମାହିତ ଉକ୍ତ ଗବେଷଣା ପ୍ରକ୍ରିୟାରେ ଧାନଚାଷ କରାଯାଉଥିବା ୨୧୪ଟି ଅଞ୍ଚଳରେ ରିୟଲ୍‌-ୱାର୍ଲଡ୍‌ ଫିଲ୍‌ଡ୍‌-ୱାର୍ମିଙ୍ଗ୍‌ ପର୍ଯ୍ୟବେକ୍ଷଣ କରାଯାଇଥିଲା।Advertisment Greater Rourkela: ବୃହତ୍‌ ରାଉରକେଲା ପାଇଁ ଆଶା ଫିଟିଲା; ଆଉଟର୍‌ ରିଂ ରୋଡ୍‌ ପାଇଁ ୩ଟି ନକ୍ସା ପ୍ରସ୍ତୁତ ଗବେଷଣା ଫଳାଫଳରୁ ଜଣାପଡ଼ିଛି ଯେ ପୂର୍ବରୁ ଯେତିକି ଆକଳନ କରାଯାଇଥିଲା ଏବେ ତା"ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାରୁ ଧାନ ଉତ୍ପାଦନର ପରିମାଣ ହ୍ରାସ ପାଉଛି।

ଗବେଷକମାନଙ୍କ ନୂତନ ମଡେଲ୍‌ ଦର୍ଶାଉଛି ଯେ ବୈଶ୍ବିକ ତାପମାତ୍ରା ୧ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଯେତେ ପରିମାଣର ଧାନ ଉତ୍ପାଦନ ହ୍ରାସ ପାଉଛି ବୋଲି ମନେକରାଯାଉଥିଲା, ତ‌‌ାହା ଭୁଲ୍‌ ପ୍ରମାଣିତ ହୋଇଛି।

ନୂତନ ମଡେଲ୍‌ରୁ ଜଣାପଡ଼ିଛି ଯେ ଏବେ ପୂର୍ବାପେକ୍ଷା ଧାନ ଉତ୍ପାଦନ ତିନିଗୁଣ ହ୍ରାସ ପାଉଛି।

ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଧାନଗଛ ଶସ୍ୟ ଧାରଣ ସମୟରେ ତାପମାତ୍ରା ୩୦ ଡିଗ୍ରି ସେଲ୍‌ସିୟସ୍‌ ରହିଲେ ଧାନ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହୁଛି।

ପର୍ଯ୍ୟବେକ୍ଷଣ କରାଯାଇଥିବା ଅଞ୍ଚଳର ୭୦ ପ୍ରତିଶତରୁ ଅଧିକ ସ୍ଥାନରେ ମାତ୍ରାଧିକ ତାପମାତ୍ରା ହିଁ ଧାନ ଉତ୍ପାଦନର ଧାରାରେ ପରିବର୍ତ୍ତନ ଆଣିଛି।

ଖାଦ୍ୟ ଉତ୍ପାଦନ ଉପରେ ବର୍ଦ୍ଧିଷ୍ଣୁ ତାପମାତ୍ରା ଯେଭଳି ପ୍ରତିକୂଳ ପ୍ରଭାବ ପକାଉଛି ତାହା ଦୁଶ୍ଚିନ୍ତା ବୃଦ୍ଧି କରୁଛି। "ନେଚର୍‌ ଫୁଡ୍‌" ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ବୈଶ୍ବିକ ବିଶ୍ଳେଷଣ ସତର୍କ କରାଇ ଦେଇଥିଲା ଯେ ବିଷୁବ-ରୈଖୀୟ ଅଞ୍ଚଳରେ ବିଶ୍ବ ତାପନ ୧.୫ ଡିଗ୍ରି ସେଲ୍‌ସିୟସ୍‌ ଅତିକ୍ରମ କରୁଥିବାରୁ ଶସ୍ୟ ଉତ୍ପାଦନ ଅନ୍ୟୂନ ଅଧା ହ୍ରାସ ପାଇବ।

ବୈଶ୍ବିକ ତାପନ ଯୋଗୁଁ ହେଉଥିବା ଧାନ ଅମଳ ସଂକ୍ରାନ୍ତରେ ଏହି ଗବେଷଣା ଅଞ୍ଚଳୱାରି ଆକଳନ ବି କରିଛି।

ତାପମାତ୍ରା ଯୋଗୁଁ ଧାନ ଅମଳ ପ୍ରଭାବିତ ହେଉଥିବା ପ୍ରମୁଖ ଅଞ୍ଚଳ ହେଉଛି ଦକ୍ଷିଣ ଏବଂ ଦକ୍ଷିଣପୂର୍ବ ଏସିଆ।

ପାକିସ୍ତାନ, ଭାରତ ଓ ବାଂଲାଦେଶରେ ଧାନ ଉତ୍ପାଦନ ହ୍ରାସ ୨.୧ ପ୍ରତିଶତରୁ ଏବେ ୬.୬ ପ୍ରତିଶତକୁ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ସେହିପରି, ଥାଇଲାଣ୍ଡ୍‌, ଫିଲିଫାଇନ୍‌ସ୍‌ ଓ ମ୍ୟାମାର୍‌ରେ ମଧ୍ୟ ଧାନ ଉତ୍ପାଦନ କ୍ଷୟ ୩.୭ରୁ ୭.୭କୁ ବୃଦ୍ଧି ପାଇଛି।

ହେଲ୍‌ମୋଜ୍‌ ସେଣ୍ଟର୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ୍‌ ରିସର୍ଚ କରିଥିବା ଗବେଷଣାର ମୁଖ୍ୟ ୱିୱେଇ ଜିଆନ୍‌ କହନ୍ତି- ଧାନ ଧାରଣ ଅବସ୍ଥାରେ ଅନେକ ସାମ୍ପ୍ରତିକ ଶସ୍ୟ ମଡେଲ୍‌ ଉତ୍ତାପଜନିତ ଯଥାଯଥ କ୍ଷୟ ଧରିପାରୁ ନ ଥିବାରୁ ପର୍ଯ୍ୟବେକ୍ଷଣ ଏବଂ ମଡେଲ୍‌ଗୁଡ଼ିକ ମଧ୍ୟରେ ତଫାତ୍‌ ରହୁଛି।

କିନ୍ତୁ, ନିକଟରେ ସମାହିତ ଗବେଷଣା ଏ ସଂକ୍ରାନ୍ତରେ ଠିକ୍‌ କ୍ଷୟ ପରିମାଣ ଦର୍ଶାଉଛି। ‌ବିଶେଷକରି, ଥୋର ବାହାରି ଧାନରେ କ୍ଷୀର ହେଲାବେଳେ ବା ଚାଉଳ ବିକଶିତ ହେଲା ବେଳେ ଅଧିକ ତାପମାତ୍ରା ଯୋଗୁଁ କିଭଳି ଉତ୍ପାଦନ ହ୍ରାସ ପାଉଛି, ଗବେଷଣା ଠିକ୍‌ ତାହା ହିଁ ଦର୍ଶାଉଛି।

Health: ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର; ଫାର୍ମାସିଷ୍ଟ ଭରସାରେ ଚିକିତ୍ସା ଖାଦ୍ୟ ଉତ୍ପାଦନ ଉପରେ ବର୍ଦ୍ଧିଷ୍ଣୁ ତାପମାତ୍ରା ଯେଭଳି ପ୍ରତିକୂଳ ପ୍ରଭାବ ପକାଉଛି ତାହା ଦୁଶ୍ଚିନ୍ତା ବୃଦ୍ଧି କରୁଛି।

ମାର୍ଚ୍ଚ ମାସ‌େର "ନେଚର୍‌ ଫୁଡ୍‌" ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ବୈଶ୍ବିକ ବିଶ୍ଳେଷଣ ସତର୍କ କରାଇ ଦେଇଥିଲା ଯେ ବିଷୁବ-ରୈଖୀୟ ଅଞ୍ଚଳରେ ବିଶ୍ବ ତାପନ ୧.୫ ଡିଗ୍ରି ସେଲ୍‌ସିୟସ୍‌ ଅତିକ୍ରମ କରୁଥିବାରୁ ଶସ୍ୟ ଉତ୍ପାଦନ ଅନ୍ୟୂନ ଅଧା ହ୍ରାସ ପାଇବ।

ତା"ଛଡ଼ା, ଶସ୍ୟ ଉତ୍ପାଦନ ନିମନ୍ତେ ଜଳବାୟୁ ଅବସ୍ଥା ମଧ୍ୟ କ୍ରମେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି।

ଏହି ସଦ୍ୟତମ ଗବେଷଣା ଭାରତ ନିମନ୍ତେ ଆଉ ଏକ ସତର୍କ ସୂଚନା ମଧ୍ୟ ଦେଉଛି।

ଆଜିକାଲିକା ମାତ୍ରାଧିକ ଉତ୍ତପ୍ତ ଦିନଗୁଡ଼ିକରେ ବିଶେଷକରି ଧାନ ଓ ଗହମ ଗଛ ଶୁଖି ରୁଗ୍‌ଣ ହୋଇଯାଉଛି।

କେବଳ ଏତିକି ନୁହେଁ, ବାଜରା ଓ ମକା ଉତ୍ପାଦନ ବି ଅତି ତାପମାତ୍ରା ଯୋଗୁଁ ହ୍ରାସ ପାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।