Robbery: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୧୫ ଭରି ସୁନା‌ଗହଣା ଓ ନଗଦ ୬୦ ହଜାର ଟଙ୍କା

Aug 04, 2026 - 08:59
Robbery: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୧୫ ଭରି ସୁନା‌ଗହଣା ଓ ନଗଦ ୬୦ ହଜାର ଟଙ୍କା

"ଭଦ୍ରକ/ରାଣୀତାଲ: ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତ ରାଣୀତାଲ ଜୁଡ଼ା ଗଡିଆ ଗାଁରେ ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି।

ଏହି ଗାଁର ନିରଞ୍ଜନ ଶତପଥୀଙ୍କ ଘରେ ଚାରି ଜଣ ଡକାୟତ ପଶିଥିବା ବେଳେ ଖବର ପାଇ ଗ୍ରାମବାସୀ ଓ ପୁଲିସ ଘରକୁ ସିଲ୍ କରିଥିବା ବେଳେ ଡକାୟତମାନେ ଘରୁ ଫେରାର୍ ମାରିଥିଲେ।Advertisment The peanut cultivation: କାଳ ସାଜିଛି ବାର୍‌ହା ଉପଦ୍ରବ: ଠପ୍ ହୋଇଗଲାଣି ଚିନାବାଦାମ ଚାଷ, ଅବାଧ ଶିକାର ବି ନିୟନ୍ତ୍ରଣ ବାହାରେ ୨ ଟି ବୁଲେଟ୍ ଜବତ ଡକାୟତ ଟିମ୍ ଘର କବାଟ ବାଡ଼େଇ ବନ୍ଧୁକ ଦେଖାଇ ଘରେ ଥିବା ୧୫ ଭରି ସୁନା ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ଫେରାର ହୋଇଯାଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଡକାୟତମାନେ ଛାଡ଼ି ଯାଇଥିବା  ୨ ଟି ବୁଲେଟ୍ ମଟର ସାଇକେଲକୁ ଜବତ କରିଛି।

ତେବେ ଗ୍ରମାବାସୀ ଜଣେ ଡକାୟତକୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି।

ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।