Raped And Murdered: ଆସାମରେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ନୃଶଂସ ହତ୍ୟା: ୩ ନାବାଳକ ଅଭିଯୁକ୍ତ ଗିରଫ
"ଗୌହାଟୀ: ଆସାମର ହାଇଲାକାଣ୍ଡି ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣାରେ ଆସାମ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ବୟସ ୧୭ରୁ ୧୯ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୧୭ ବର୍ଷ ୫ମାସରନାବାଳକ ରହିଛି।
ଅପରାଧର ଭୟାବହତା ଓ ନୃଶଂସତାକୁ ଦୃଷ୍ଟିରେ ରଖି ଉକ୍ତ ନାବାଳକ ଅଭିଯୁକ୍ତକୁ ବାଳକ ପରିବର୍ତ୍ତେ ''ସାବାଳକ'' ଭାବେ ବିଚାର କରିବାକୁ ପୁଲିସ୍ କୋର୍ଟରେ ଆବେଦନ କରିଛି।Advertisment ଅଭିଯୁକ୍ତମାନେ ପୀଡ଼ିତାଙ୍କ ପୂର୍ବପରିଚିତ ଥିଲେ ଗତ ଶନିବାର ରାତି ପ୍ରାୟ ୧୧ଟାରେ କାଟଲିଚେରା ପୁଲିସ୍ ଥାନା ଅନ୍ତର୍ଗତ ଆଲୋଇଚେରା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା।
ପରିବାର ଲୋକେ ନିକଟସ୍ଥ ଏକ ଭୋଜିକୁ ଯାଇଥିବା ସମୟରେ ପୀଡ଼ିତା ଘରକୁ ଏକାକୀ ଫେରିଥିଲେ।
ପ୍ରାୟ ଘଣ୍ଟାଏ ପରେ ପରିବାର ଲୋକେ ଘରକୁ ଫେରି ନାବାଳିକାଙ୍କ ରକ୍ତଜୁଡ଼ୁବୁଡ଼ୁ ଓ ବିକୃତ ମୃତଦେହ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ।
ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ଗୃହପୋଯୋଗୀ ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ନାବାଳିକାଙ୍କ ଗୁପ୍ତାଙ୍ଗକୁ କ୍ଷତବିକ୍ଷତ କରିବା ସହ ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ୍ ସ୍ୱୀକାର କରିଛି।
ହାଇଲାକାଣ୍ଡି ଏସଏସପି ଅମିତାଭ ସିହ୍ନା ଏବଂ ଏଡିସନାଲ ଏସପି ସମୀର ଦର୍ପଣ ବରୁଆଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୬୫(୧) (୧୬ ବର୍ଷରୁ କମ୍ ନାବାଳିକାଙ୍କୁ ଦୁଷ୍କର୍ମ), ୧୦୩(୧) (ହତ୍ୟା) ଏବଂ ପୋକ୍ସୋ ଆଇନର ଧାରା ୬ ଅଧୀନରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତମାନେ ପୀଡ଼ିତାଙ୍କ ପୂର୍ବପରିଚିତ ଥିଲେ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଆକ୍ରୋଶ ସୃଷ୍ଟି ହୋଇଛି।
ଉତ୍ତ୍ୟକ୍ତ ଲୋକେ ଆସାମ-ମିଜୋରାମ ସଂଯୋଗକାରୀ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଅଭିଯୁକ୍ତମାନଙ୍କୁ ଫାସି ଦଣ୍ଡ ଦେବାକୁ ଦାବି କରିଛନ୍ତି।
Fire: ଗ୍ରେଟର ନୋଏଡା ଚିପ୍ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।