ଘରେ ସମାଧି ଦେବା ପ୍ରଥା
"ନିକଟରେ ପ୍ରକାଶିତ ଏକ ପ୍ରତ୍ନତାତ୍ତ୍ବିକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରାଚୀନ କାଳର ବହୁ ସମ୍ପ୍ରଦାୟରେ ଲୋକମାନେ ନିଜ ପରିବାରର ମୃତ ବ୍ୟକ୍ତିଙ୍କ ଶବକୁ ଘର ଭିତରେ ହିଁ ପୋତିଦେଉଥିଲେ।
ଆମେରିକାର ଫିଲ୍ଡ ମ୍ୟୁଜିୟମ୍ର ଗବେଷକମାନେ ବିଶ୍ୱର ୬୦ଟି ସମାଜ ଓ ୪୯ଟି ପ୍ରତ୍ନତତ୍ତ୍ୱ ସ୍ଥଳର ତଥ୍ୟ ବିଶ୍ଳେଷଣ କରିଥିଲେ।
ସେଥିରୁ ପ୍ରକାଶ ପାଇଛି ଯେ ପ୍ରାଚୀନ କାଳରେ ଅନେକ ପରିବାର ନିଜ ଘର ଭିତରେ କିମ୍ବା ଘର ନିକଟରେ ପ୍ରିୟଜନଙ୍କୁ ସମାଧି ଦେଉଥିଲେ।
ପ୍ରାୟ ୩୩ ପ୍ରତିଶତ ପ୍ରାଚୀନ ସମ୍ପ୍ରଦାୟ କ୍ଷେତ୍ରରେ ଏହି ପ୍ରଥା ପ୍ରଚଳିତ ଥିଲା।Advertisment ଗବେଷକମାନଙ୍କ ମତରେ ସେତେବେଳେ ବାସଗୃହଗୁଡ଼ିକରେ ଜୀବିତ ଓ ମୃତମାନେ ଏକାଠି ଅବସ୍ଥାନ କରୁଥିଲେ।
ଏହା କେବଳ ସାମାଜିକ ରୀତି ନଥିଲା, ବରଂ ପାରିବାରିକ ସ୍ମୃତି ଓ ସାମାଜିକ ସମ୍ପର୍କର ପ୍ରତୀକ ମଧ୍ୟ ଥିଲା।
ହଜାର ହଜାର ବର୍ଷ ଧରି ପୃଥିବୀର ଅନେକ ସମ୍ପ୍ରଦାୟ ଏହି ପ୍ରଥା ଅନୁସରଣ କରୁଥିଲେ।
ବିଭିନ୍ନ ଧର୍ମ ତଥା ଉପନିବେଶର ପ୍ରସାର ସହିତ ଏହି ପ୍ରଥା କ୍ରମେ ବିଲୁପ୍ତ ହେବାରେ ଲାଗିଲା।
ସମୟକ୍ରମେ ହିନ୍ଦୁ ପରମ୍ପରା ଅନୁଯାୟୀ ଶବ ଦାହ କରାଗଲା ତ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁଯାୟୀ ଶବଗୁଡ଼ିକୁ କବର ଦିଆଗଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।