Welcome!

Unlock your personalized experience.
Sign Up

Rice and pulses: ଚାଉଳ, ଡାଲି ମହଙ୍ଗା

Oct 07, 2026 - 03:42
Rice and pulses: ଚାଉଳ, ଡାଲି ମହଙ୍ଗା

ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର ଖାଉଟିଙ୍କୁ କଲବଲ କଲାଣି। ଚିନି ପରେ ଏବେ ବଜାରରେ ଚାଉଳ ଓ ଡାଲି ଦର ମହଙ୍ଗା ହୋଇଛି। ସରୁ ବା ଫାଇନ ଚାଉଳ ଦର କ୍ବିଣ୍ଟାଲ ପିଛା ୮୦୦ରୁ ୧୦୦ ଟଙ୍କା ବଢ଼ିଯାଇଛି। ସୁପର ଫାଇନ ଚାଉଳ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ମହଙ୍ଗା ହୋଇଯାଇଛି। ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ବଢ଼ିଯାଇଛି। ମସୁରି, ପାଟେଣି ଓ ମିକ୍ସ ଭେରାଇଟି ଭଳି ଉଷୁନା ଚାଉଳ ଦରରେ ୩ରୁ ୫ ଟଙ୍କା ବଢ଼ିଥିବାବେଳେ ବିଭିନ୍ନ କିସମର ଅରୁଆ ଚାଉଳ ଦର ୧୦ରୁ ୨୦ ଟଙ୍କା ବଢ଼ିଯାଇଛି। ଖୁଚୁରା ବଜାରରେ ଜିରା ରାଇସ୍‌ କିଲୋପିଛା ୬୦ରୁ ୬୫ ଟଙ୍କାରେ, ଲକ୍ସର ଓ ଜୋକର ବ୍ରାଣ୍ଡର ଚାଉଳ ୮୦ ଓ ୮୫ ଟଙ୍କାରେ ଏବଂ ଡେରାଡୁନ ଚାଉଳ 
କିଲୋପିଛା ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି। ବାସମତି ଚାଉଳ କିଲୋପିଛା ୨୦ ଟଙ୍କା ବଢ଼ି ୧୭୦ ଟଙ୍କାରେ ବିକ୍ରି ହେଉଛି।

SHG: ପୁରୀର ୫୦ ମହିଳା ଏସଏଚଜିକୁ ‘ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ସହାୟତା

ସେହିଭଳି ହରଡ଼ ଡାଲି ଏବେ ବଜାରରେ ୧୪୦ରୁ ୧୫୦ ଟଙ୍କାରେ, ବୁଟ ଡାଲି ୯୦ ଟଙ୍କା‌ରେ, ଚଣା ଡାଲି ୮୦ ଟଙ୍କାରେ ବିକ୍ରି ହେଉଛି। ପ୍ରତିକୂଳ ପାଣିପାଗ ଦେଶରେ ଫସଲ ଉତ୍ପାଦନକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଏହାର ପ୍ରଭାବ ‌ଏବେଠାରୁ ଦରଦାମ ଉପରେ ପଡ଼ିଲାଣି। ଚାଉଳ ଓ ଗହମ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି ବୋଲି ସରକାର କହୁଥିଲେ ମଧ୍ୟ ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି। ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ, ଯେଉଁସବୁ ଚାଉଳଦର ବଢ଼ିଛି ତାହା ମୁଖ୍ୟତଃ ବାହାର ରାଜ୍ୟରୁ ଆସିଥାଏ। ବିଶେଷ କରି ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା ଓ ପଞ୍ଜାବ ଉପରେ ଏଥିପାଇଁ ଓଡ଼ିଶା ଅଧିକ ନିର୍ଭର କରିଥାଏ। ଏହାବ୍ୟତୀତ ଖୁଚୁରା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଅନୁମତି ଦିଆଯିବା ଫଳରେ କର୍ପୋରେଟ ଓ ପୁଞ୍ଜିପତିମାନେ ଦରକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି।

ସେମାନେ ଯେତେବେଳେ ଯେଉଁ ସାମଗ୍ରୀର ଦର ଚାହିଁବେ ସେତେବେଳେ ତାହାକୁ ବଢ଼ାଇ ଦେଇପାରୁଛନ୍ତି। ଏଥିସହିତ ଅନ୍‌ଲାଇନ ବଜାର ମଧ୍ୟ ଏଥିପାଇଁ କିଛିମାତ୍ରାରେ ଦାୟୀ। ଅନ୍‌ଲାଇନରେ ସାମଗ୍ରୀ ବିକ୍ରି କରୁଥିବା କମ୍ପାନିଗୁଡ଼ିକ ଯେଉଁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଲେଖୁଛନ୍ତି ତାହା ବହୁ ଅଧିକ ରହୁଛି। ତାହାକୁ ଦେଖିବା ପରେ ଅଫ୍‌ଲାଇନରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ କମ୍‌ରେ କିଣିଥିଲେ ମଧ୍ୟ ଅଧିକ ଲାଭ ଆଶାରେ ଦର ବଢ଼ାଇ ବିକ୍ରି କରୁଛନ୍ତି। ସରକାର ଗରିବ ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି। କିନ୍ତୁ ଅନେକ ଲୋକ ତାହାକୁ ନ ଖାଇ ବିକ୍ରି କରି ଦେଉଛନ୍ତି। ଆଉ କିଛି ଟଙ୍କା ମିଶାଇ ସେଥିରେ ସରୁ ଚାଉଳ କିଣୁଛନ୍ତି। ଏହା ମଧ୍ୟ ଚାଉଳ ଦରବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। 

ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ

ବଜାରରେ ଦରଦାମ ବୃଦ୍ଧି ପରିପ୍ରେକ୍ଷୀରେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ପ୍ରାୟ ୯୦ ପ୍ରତିଶତ ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ ଆମଦାନି କରିଥାଏ। ଦରଦାମ ବୃଦ୍ଧିର ଏହା ଏକ ପ୍ରମୁଖ କାରଣ। ଦରଦାମ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି। କମିଟିରେ ବିଶେଷଜ୍ଞମାନେ ରହିବେ। ପରିବର୍ତ୍ତିତ ପରିସ୍ଥିତିରେ ଦରଦାମ କିଭଳି ନିୟନ୍ତ୍ରଣରେ ରହିବ ସେ ନେଇ କମିଟି ସରକାରଙ୍କୁ ସୁପାରିସ କରିପାରିବ। ସରକାର‌ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)