Welcome!

Unlock your personalized experience.
Sign Up

Dead: ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଓଡ଼ିଆ ଯୁବକଙ୍କର ମୃତ୍ୟୁ

Oct 20, 2026 - 16:30
Dead: ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଓଡ଼ିଆ ଯୁବକଙ୍କର ମୃତ୍ୟୁ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ପେଟ ପୋଷିବାକୁ ଚେନ୍ନାଇ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଜଣେ ଯୁବକ ଜିବୀକା ଖୋଜିବାକୁ ଯାଇ ଜୀବନ ହାରିଛନ୍ତି। ଚେନ୍ନାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବିଷମକଟକର ଯୁବକ ବିଜୟ ବାଥେଲିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ସୂଚନାରୁ ଜଣାପଡିଛି ତାଙ୍କୁ କିଛି ଦିନ ହେଲା ଜ୍ବର ହୋଇଥିଲା ଏବଂ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବିଜୟଙ୍କ ମୃତ୍ୟୁ ପରେ  ଘରେ ରହୁଥିବା ବୃଦ୍ଧା ମାଆ ଓ ଗର୍ଭବତୀ ସ୍ତ୍ରୀ ଅସହାୟ ହୋଇଯାଇଛନ୍ତି। କୁମ୍ଭାର ଧାମୁଣି ଗାଁର ୨୫ ବର୍ଷୀୟ ଯୁବକ ବିଜୟ ବାଥେଲିଆ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରିବା ଏବଂ ପରିବାରର ଅଭାବ ଅନଟନ ଦୂର କରିବାକୁ ସେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ଘରେ ୭୦ ବର୍ଷର ବୃଦ୍ଧା ମାଆ ସାଙ୍ଗକୁ ଗର୍ଭବତୀ ସ୍ତ୍ରୀ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିବା ବେଳେ ବାପାର ମୁହଁ ଦେଖିବା ଆଗରୁ ହିଁ ପିତୃହରା ହୋଇଛି ଅଣଜନ୍ମା ସନ୍ତାନ। ବିଜୟଙ୍କ ମୃତ୍ୟୁ ଖବର ପହଁଚିବା ପରେ କୁମ୍ଭାର ଧାମୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dead: ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ଭେଣ୍ଡିଆ ପୁଅକୁ ହରାଇ ପରିବାର ବେସାହାରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)