RG Kar case: ଆର୍‌ଜି କର ଦୁଷ୍କର୍ମ ପୀଡ଼ିତାଙ୍କ ଶବଦାହ ମାମଲା: ଟିଏମ୍‌ସିର ପୂର୍ବତନ ବିଧାୟକ ଗିରଫ

Aug 13, 2026 - 15:04
RG Kar case: ଆର୍‌ଜି କର ଦୁଷ୍କର୍ମ ପୀଡ଼ିତାଙ୍କ ଶବଦାହ ମାମଲା: ଟିଏମ୍‌ସିର ପୂର୍ବତନ ବିଧାୟକ ଗିରଫ

"କୋଲକାତା: ଅଗଷ୍ଟ ୨୦୨୪ରେ କୋଲକାତାର ଆରଜି କର ମେଡିକାଲ କଲେଜଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଡାକ୍ତରଙ୍କ ମୃତଦେହକୁ ତରବରିଆ ଭାବେ ଦାହ କରିବା ଘଟଣାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗୁରୁବାର ଗିରଫ କରାଯାଇଛି।

ତରବରିଆ ଭାବରେ ଶବଦାହ କରାଯିବା ଘଟଣାରେ ବାରାକପୁର କମିସନରେଟ୍‌ ପୁଲିସ ଦ୍ୱାରା ପଞ୍ଜିକୃତ ଏତଲାରେ ଘୋଷ ଓ ଅନ୍ୟ ଦୁଇଜଣଙ୍କ ନାମ ଉଲ୍ଲେଖ କରାଯାଇଛି।

ଅନ୍ୟ ଦୁଇ ଜଣ ହେଉଛନ୍ତି ପାନିହାଟି ପୌରପାଳିକାର କାଉନସିଲର ସୋମନାଥ ଦେ ଓ ପୀଡିତ ପରିବାରର ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀ।Advertisment ମୃତ ଡାକ୍ତରଙ୍କ ବାପାଙ୍କ ଅଭିଯୋଗକ୍ରମେ ଖାରଦାହ ପୁଲିସ ଷ୍ଟେସନରେ ଏହା ବିରୋଧରେ ଏକ ଏତଲା ରୁଜୁ ହୋଇଥିଲା।

ମୃତ ଡାକ୍ତରଙ୍କ ବାପା ଅଭିଯୋଗ କରିଥିଲେ ଯେ, ଦ୍ୱିତୀୟ ଶବ ବ୍ୟବଚ୍ଛେଦର ସମ୍ଭାବନାକୁ ଏଡାଇବା ଓ ପ୍ରମାଣ ଲୁଚାଇବା ପାଇଁ ତିନି ଅଭିଯୁକ୍ତଙ୍କ ତତ୍ତ୍ୱାବଧାନରେ ତରବରିଆ ଭାବେ ଶବଦାହ କରାଯାଇଥିଲା।

ବାରାକପୁର କମିସନରେଟ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ନୂତନ ମାମଲାଟି ଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ସିବିଆଇ ତଦନ୍ତଠାରୁ ପୃଥକ୍‌।

କୋଲକାତା ପୁଲିସ ଅଧୀନରେ ଆସୁଥିବା ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁଛି।

ଖାରଦାହ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ନୂତନ ଏତଲାଗୁଡ଼ିକ ମୃତକଙ୍କ ପରିବାରର ଅଭିଯୋଗ ଉପରେ ଆଧାରିତ।

ଏୟାର ଇଣ୍ଡିଆକୁ ସରକାରଙ୍କ କଡ଼ା ଚେତାବନୀ: ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ  ଏଥିରେ ପୀଡ଼ିତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ପ୍ରମାଣ ଲୁଚାଇବା ପାଇଁ ପରିବାର ସଦସ୍ୟଙ୍କ ସମ୍ମତି ବିନା ଶୀଘ୍ର ଶବଦାହ କରାଯାଇଥିଲା।

ମୃତ ଡାକ୍ତରଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶବଦାହ ସମ୍ବନ୍ଧୀୟ ପରିସ୍ଥିତିରେ ଏକ ପୃଥକ୍‌ ମାମଲା ପଞ୍ଜୀକରଣ କରିବାକୁ ପୁୁଲିସକୁ ନିର୍ଦ୍ଦେଶ ଦେବାର ଦୁଇ ଦିନ ପରେ ଏହି ଘଟଣା ଘଟିଛି।

ଏହି ମାମଲାରେ ଘୋଷ, ଦେ ଓ ମୁଖାର୍ଜୀଙ୍କ ଭୂମିକାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।

୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ୍ ଟ୍ରେନି ଡାକ୍ତରଙ୍କୁ ଅଗଷ୍ଟ ୯, ୨୦୨୪ରେ ଆରଜି କର ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।

ମୃତ ଡାକ୍ତରଙ୍କ ଶବଦାହ ବେଳେ ପରିବାର ଲୋକଙ୍କ ଦସ୍ତଖତ ନଥିବା ପୁଲିସ କହିଛି।

ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ମାମଲା ଏବେ କୋଲକାତା ହାଇକୋର୍ଟରେ ବିଚାରାଧୀନ ଅଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media