29 OCTOBER 2026

Welcome!

Unlock your personalized experience.
Sign Up

Retired employees: କରିତକର୍ମା କିରାଣିଙ୍କ ସାଂଘାତିକ କାରନାମା: ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ୩ କୋଟି ହଡ଼ପ

Oct 29, 2026 - 05:13
Retired employees: କରିତକର୍ମା କିରାଣିଙ୍କ ସାଂଘାତିକ କାରନାମା: ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁରେ ୩ କୋଟି ହଡ଼ପ

କେନ୍ଦ୍ରାପଡ଼ା: ରାଜସ୍ବ ବିଭାଗର କିରାଣି ଶଶିକାନ୍ତ ରଣା ୨କୋଟି ୮୭ଲକ୍ଷରୁ ଅଧିକ ଟଙ୍କାର ସରକାରୀ ରାଶି ହଡ଼ପ କରିଥିବା ଅଭିଯୋଗ ହୋଇଛି। ଡେରାବିଶ ଓ ରାଜକନିକା ବ୍ଲକ୍‌ କାର୍ଯ୍ୟାଳୟରେ ଏପରି କେଳେଙ୍କାରୀ ହୋଇଥିବା ବେଳେ ପତ୍ନୀ, ଶାଳୀ, ପୂର୍ବତନ ଭିଏଲ୍‌ଡବ୍ଲୁ ଓ ନିଜ ଆକାଉଣ୍ଟ୍‌ରେ ବିଭିନ୍ନ ପର୍ଯ୍ୟାୟରେ ଉପରୋକ୍ତ ହଡ଼ପ ରାଶି ଶ୍ରୀ ରଣା ଉଠାଇ ନେଇଛନ୍ତି। ଜିଲ୍ଲା କୋଷାଗାର ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶ୍ରୀ ରଣାଙ୍କଠାରୁ ହଡ଼ପ ଟଙ୍କା ଆଦାୟ କରିବାକୁ ଡେରାବିଶ ବିଡିଓଙ୍କୁ ଚିଠି ଲେଖିବା ପରେ ପୂରା କେଳେଙ୍କାରୀ ସାମନାକୁ ଆସିଛି। ସେପଟେ ଘଟଣା ପଦାକୁ ଆସିବା ପରେ ସ˚ପୃକ୍ତ କିରାଣି ଛୁଟିରେ ଚାଲି ଯାଇଛନ୍ତି। ଡେରାବିଶ ବିଡିଓ ନମିତା ବାରିକଙ୍କ ଅନୁମୋଦନରେ ଉକ୍ତ ଅର୍ଥରାଶି ଉଠିଥିବାରୁ କିଭଳି ଓ କେଉଁ ପରିସ୍ଥିତିରେ କିରାଣିଙ୍କ ଦ୍ବାରା ବହୁବାର କରାଯାଇଥିବା ଜାଲ୍‌ ବିଲ୍‌ରେ ବିିଡିଓ ଯାଞ୍ଚ ନ କରି ଅନୁମୋଦନ କଲେ, ତାହାକୁ ନେଇ ବି ପ୍ରଶ୍ନ ଉଠିଛି। କିରାଣି ଶ୍ରୀ ରଣା ଏବେ ଡେରାବିଶ ବ୍ଲକ୍‌ରେ ଥିଲା ବେଳେ ପୂର୍ବରୁ ରାଜକନିକା ବ୍ଲକ୍‌ରେ କାର୍ଯ୍ୟ କରୁଥିଲେ। ଜିଲ୍ଲା କୋଷାଗାର କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ସୁଦ୍ଧା ହୋଇଥିବା ଖୋଳତାଡ଼ରେ ୨ କୋଟି ୮୭ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍‌ ହୋଇଥିବା ଜଣାପଡ଼ିଲାଣି।

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

କେଳେଙ୍କାରୀ ଧରିଲେ ଜିଲ୍ଲା କୋଷାଗାର ଅଧିକାରୀ

ସେଥିମଧୢରେ ଡେରାବିଶ ବ୍ଲକ୍‌ର ୧କୋଟି ୬ଲକ୍ଷ ୩ହଜାର ୫୯୫ଟଙ୍କା ରହିଛି। ଏହି ଅର୍ଥ ରାଶି ମଧୢରୁ ଶ୍ରୀ ରଣା ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୧ କୋଟି ୧ ଲକ୍ଷରୁ ଅଧିକ ଟଙ୍କା ଯାଇଥିବା ବେଳେ ପୂର୍ବତନ ଭିଏଲ୍‌ଡବ୍ଲୁ ମନ୍ମଥ କୁମାର ମାହୁନ୍ତଙ୍କ ଆକାଉଣ୍ଟ୍‌କୁ ୫ ଲକ୍ଷ ୮୯ ହଜାର ଟଙ୍କା ଯାଇଛି। ରାଜକନିକାରେ ଏଯାଏଁ ୧ କୋଟି ୮୦ ଲକ୍ଷରୁ ଅଧିକ ଟଙ୍କା ଶ୍ରୀ ରଣା ଚଳୁ କରିଥିବା ଜଣାପଡ଼ିଛି। ଚାକିରିରୁ ଅବସର ନେଉଥିବା କର୍ମଚାରୀ ଓ ଅଧିକାରୀଙ୍କ ନାମକୁ ବ୍ୟବହାର କରି ସେ ଏପରି କେଳେଙ୍କାରୀ ୨୦୨୦ ମସିହାରୁ କରି ଆସୁଥିଲେ। ଅବସର ନେଇଥିବା ଅଧିକାରୀ/କର୍ମଚାରୀ ଅବସରକାଳୀନ ପ୍ରାପ୍ୟ ପାଇବାର ଛଅରୁ ଆଠ ମାସ ପରେ ସେମାନଙ୍କ ନାମରେ କିରାଣି ଶ୍ରୀ ରଣା ଆଉ ଥରେ ମିଥ୍ୟା ବିଲ ପ୍ରସ୍ତୁତ କରୁଥିଲେ। ବଳକା ଛୁଟି, ପ୍ରୋଭିଜନାଲ୍‌ ଗ୍ରାଚ୍ୟୁଇଟି, ବକେୟା ଦରମା, ଆଡଜଷ୍ଟମେଣ୍ଟ୍‌ ଆଦି ଦର୍ଶାଯାଇ ଏହି ବିଲ୍‌ କରାଯାଉଥିଲା। ବିଲ୍‌ରେ ଅବସରପ୍ରାପ୍ତ କର୍ମଚାରୀଙ୍କ ନାଁ ରହୁଥିଲା; କିନ୍ତୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ନମ୍ବର ସ˚ପୃକ୍ତ କର୍ମଚାରୀଙ୍କ ବଦଳରେ ଶ୍ରୀ ରଣା ନିଜର ଅଥବା ପତ୍ନୀ କିମ୍ବା ଶାଳୀଙ୍କର ଦେଉଥିଲେ। ଏହିଭଳି ଉପାୟରେ ଗଲା ଚାରି ବର୍ଷ ଭିତରେ ଶ୍ରୀ ରଣା କୋଟି କୋଟି ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ କରିଛନ୍ତି।  

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

ଅନ୍ୟପକ୍ଷରେ ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ବେହେରା ବିନା ଯାଞ୍ଚରେ ବିଡିଓ ବିଲ୍‌ରେ ଅନୁମୋଦନ କରିବାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନଙ୍କ ହାତରେ ଡିଡିଓ ବା ଆର୍ଥିକ ଦେଣେନେଣ କ୍ଷମତା ରହିଛି, ସେମାନେ ବିଲ୍‌ ପ୍ରଦାନ ପୂର୍ବରୁ ଭଲ ଭାବେ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଆମେ ଏହି କେଳେଙ୍କାରୀ ଧରିବା ପରେ ବିଡିଓଙ୍କୁ ଚିଠି କରି ଯେଉଁମାନଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯାଇଛି, ସେମାନଙ୍କଠାରୁ ଆଦାୟ କରିବାକୁ କହିଛୁ। ବିଡିଓ ଶ୍ରୀମତୀ ବାରିକ କହିଛନ୍ତି ଯେ ଚିଠି ପାଇବା ପରେ ତଦନ୍ତ ଚାଲିଛି। ଏ ସ˚କ୍ରାନ୍ତ ରିପୋର୍ଟ ଜିଲ୍ଲାପାଳ ଓ ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ଦିଆଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)