Cricket: ଜିମ୍ବାୱେକୁ ମୂଳପୋଛ କଲା ଭାରତ
ଭଦୋଦରା: ବୈଷ୍ଣବୀ ଶର୍ମାଙ୍କ ଘାତକ ବୋଲିଂ ଏବଂ ପ୍ରତୀକା ରାୱଲ ଓ ଶେଫାଳି ବର୍ମାଙ୍କ ଦମ୍ଦାର ବ୍ୟାଟିଂ ବଳରେ ଜିମ୍ବାୱେକୁ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ୮ ୱିକେଟ୍ରେ ହରାଇଦେଇଛି ଭାରତ।
ଏହି ସହଜ ବିଜୟ ସହ ସ୍ମୃତି ମନ୍ଧାନାଙ୍କ ଦଳ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି।
Advertisment Sports: ଓଡ଼ିଶାରେ ଖେଳାଳିଙ୍କ ପାଇଁ 'ଓମ୍ନିବସ୍ ବ୍ୟବସ୍ଥା' କେବେ?
ବୁଧବାର ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୯.୫ ଓଭରରେ ମାତ୍ର ୧୩୧ ରନ୍ କରିଥିଲା।
ବୈଷ୍ଣବୀ ଶର୍ମା ୩୯ ରନ୍ ଦେଇ ୫ ୱିକେଟ୍ ନେଇଥିଲେ।
ଏହା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ୫ ୱିକେଟ୍ ସଫଳତା।
କ୍ରାନ୍ତି ଗୌଡ଼ ଓ ସାୟଲି ସତଘରେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ଜିମ୍ବାୱେ ପକ୍ଷରୁ ମୋଡେଷ୍ଟର ମୁପାଚିକୱା ସର୍ବାଧିକ ୩୭ ରନ୍ କରିଥିଲେ।
୧୩୨ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୭ ଓଭରରେ ୨ ୱିକେଟ୍ ହରାଇ ହାସଲ କରିଥିଲା।
ପ୍ରତୀକା ରାୱଲ ୫୬ ବଲ୍ରୁ ଅପରାଜିତ ୫୯ ରନ୍ କରିଥିବା ବେଳେ ଶେଫାଳି ବର୍ମା ମାତ୍ର ୨୬ ବଲ୍ରୁ ଅପରାଜିତ ୫୧ ରନ୍ କରିଥିଲେ।
ବୈଷ୍ଣବୀ ମ୍ୟାଚ୍ର (୫/୩୯) ଓ ପ୍ରତୀକା ରାୱଲ (୨୨୦ ରନ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
Cricket: ୬ ଓଭରରେ ୧୧୮ ରନ୍, ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଦଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
