Resignation: ଫ୍ଲିପ୍‌କାର୍ଟ ସିଇଓ କୃଷ୍ଣମୂର୍ତ୍ତିଙ୍କ ଇସ୍ତଫା

Nov 25, 2026 - 14:57
Resignation: ଫ୍ଲିପ୍‌କାର୍ଟ ସିଇଓ କୃଷ୍ଣମୂର୍ତ୍ତିଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଅନଲାଇନ୍‌ ବାଣିଜ୍ୟ ସଂସ୍ଥା ଫ୍ଲିପ୍‌କାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି ପଦ ଛାଡ଼ିବେ।

ଆମେରିକୀୟ ରିଟେଲ୍‌ କମ୍ପାନି ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପ୍‌କାର୍ଟରେ ସେ ୧୧ ବର୍ଷରୁ ଅଧିକ ସମୟ କାମ କରିବା ପରେ କମ୍ପାନିରୁ ବିଦାୟ ନେବେ।

ଆସନ୍ତା ଡିସେମ୍ବର ୪ ତାଙ୍କର ଶେଷ କାର୍ଯ୍ୟଦିବସ ହେବ।

Advertisment ୱାଲମାର୍ଟ ଇଣ୍ଟରନ୍ୟାସନାଲ୍‌ର ସିଇଓ କ୍ରିସ୍‌ ନିକୋଲାସ୍‌ ଏହି ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି।

ନୂଆ ସିଇଓ ନିଯୁକ୍ତି ହେବା ପର୍ଯ୍ୟନ୍ତ ଫ୍ଲିପ୍‌କାର୍ଟର ମୁଖ୍ୟ ଟେକ୍ନୋଲୋଜି ଓ ପ୍ରଡକ୍ଟ ଅଧିକାରୀ ବାଲାଜୀ ଥିଆଗରାଜନ୍‌ ଅନ୍ତରୀଣ ସିଇଓ ଭାବେ କମ୍ପାନିର ଦାୟିତ୍ୱ ସମ୍ଭାଳିବେ।

ଆଗାମୀ କିଛି ସପ୍ତାହ ମଧ୍ୟରେ ନୂଆ ସିଇଓଙ୍କ ନାମ ଘୋଷଣା ହେବ।

କାରଣ ଅସ୍ପଷ୍ଟ ୨୦୧୬ରେ ଫ୍ଲିପ୍‌କାର୍ଟ ସହ ଯୋଡ଼ି ହୋଇଥିବା କଲ୍ୟାଣ ୨୦୧୭ ଜାନୁଆରିରେ କମ୍ପାନିର ସିଇଓ ଦାୟିତ୍ୱ ନେଇଥିଲେ।

୨୦୧୮ରୁ ସେ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ସିଇଓ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କ ନେତୃତ୍ୱରେ କମ୍ପାନି ଅନଲାଇନ୍‌ ବାଣିଜ୍ୟ କ୍ଷେତ୍ରରେ ନିଜର ବ୍ୟବସାୟ ବୃଦ୍ଧି କରିବା ସହ ଗ୍ରୋସରି ଓ ଫିନ୍‌ଟେକ୍‌ ଭଳି ନୂଆ କ୍ଷେତ୍ରରେ ପ୍ରବେଶ କରିଥିଲା।

ତାଙ୍କ ବିଦାୟର କାରଣ ସମ୍ପର୍କରେ ୱାଲମାର୍ଟ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।

ଫ୍ଲିପ୍‌କାର୍ଟର ଆଗାମୀ ରଣନୀତି ଓ ସମ୍ଭାବ୍ୟ ଆଇପିଓକୁ ନେଇ କମ୍ପାନିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଚାଲିଥିବା ସମୟରେ ଏହି ନେତୃତ୍ୱ ପରିବର୍ତ୍ତନ ହୋଇଛି।

1.76 lakh vehicles sold: ପାର୍ବଣରେ ୧.୭୬ ଲକ୍ଷ ଗାଡ଼ି ବିକ୍ରି: କାର୍‌, ୨ଚକିଆ ବିକ୍ରି କମିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)