Rescue:ମହାନଦୀର ବନ୍ୟାପାଣିରେ ଭାସିଯାଉ ଥିଲେ ଦିବ୍ୟାଙ୍ଗ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

Sep 29, 2026 - 16:56
Rescue:ମହାନଦୀର ବନ୍ୟାପାଣିରେ ଭାସିଯାଉ ଥିଲେ ଦିବ୍ୟାଙ୍ଗ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

"ବିନିକା (ଅକ୍ଷୟ କୁମାର ପୂଜାହାରୀ): ମହାନଦୀପଠାକୁ ଶୌଚ ହେବାକୁ ଯାଇଥିବା ଦିବ୍ୟାଙ୍ଗ ମହିଳା ଭାସି ଯାଉଥିବା ବେଳେ ତାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି।

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଘଟଣା ଘଟିଛି।

ଉଦ୍ଧାର ହୋଇଥିବା ମହିଳା ହେଲେ ଯଶୋଦା ଗୁରୁ।Advertisment ଯଶୋଦା ଆଜି ପୂର୍ବାହ୍ଣରେ ଶୌଚ ହେବା ପାଇଁ ଯାଇଥିଲେ।

ଶୌଚ ସମୟରେ ତାଙ୍କର ଗୋଡ଼ ଖସି ଯାଇଥିଲା।

କିଛି ଦିନ ହେବ ମହାନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଜଳସ୍ରୋତ ତାଙ୍କୁ ଭସାଇ ନେଇଥିଲେ।

ଜଳସ୍ରୋତରେ ଭାସୁଥିବା ବେଳେ ସେ ଚିତ୍କାର କରୁଥିଲେ।

West Bengal: ତିସ୍ତାର ପ୍ରଖର ସ୍ରୋତରେ ଭାସୁଥିଲା ହାତୀ ଛୁଆ, ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ ଏହି ସମୟରେ ନଦୀ ମଝିରେ ମାଛ ଧରୁଥିବା ବିନିକା ସହରର ସୁରେଶ ମହାଲିଙ୍ଗ ଓ ଶ୍ୟାମ ମହାଲିଙ୍ଗ।

ସେମାନେ ମହିଳାଙ୍କର ଚିତ୍କାର ଶଦ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଯଶୋଦାଙ୍କୁ ଉଦ୍ଧାର କରି ଧୋବାଘାଟକୁ ଆଣିଥିଲେ।

ସେହି ସମୟରେ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି  ମହିଳାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ମହିଳାଙ୍କର ଚିକିତ୍ସା ଜାରି ରହିଛି।

ସେ ସୁସ୍ଥ ଥିବା ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)