Rescued: ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ଶିଶୁପୁତ୍ର, ଯମ ମୁହଁରୁ ଟାଣି ଆଣିଲା ଅଢେଇ ବର୍ଷର ଆଉ ଏକ ଶିଶୁ

Nov 24, 2026 - 14:56
Rescued: ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ଶିଶୁପୁତ୍ର, ଯମ ମୁହଁରୁ ଟାଣି ଆଣିଲା ଅଢେଇ ବର୍ଷର ଆଉ ଏକ ଶିଶୁ

ବାଲିପାଟଣା: କଥାରେ ଅଛି ରଖେ ହରି ମାରେ କିଏ।

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅଵସରରେ ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଛି | ବିଭିନ୍ନ ଦେବଦେବୀ ପୀଠରେ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ଭିଡ଼ ଲାଗିଛି | ଭଜନ , ସଂକୀର୍ତନ , ହରିନାମ ପ୍ରଭୃତି ଚାଲିଛି | ଆଧ୍ୟାତ୍ମିକ ପରିବେଶ ଭିତରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି | ଡଙ୍ଗା ଆଣିବାକୁ ଯାଇ ଜଣେ ସାଢେ ୩ ବର୍ଷର ଶିଶୁପୁତ୍ର ପୋଖରୀ ବୁଡ଼ି ଯାଇଥିଲା | ପାଣି ପିଇ ପୋଖରୀ ମଝିରେ ଭାସୁଥିଲା | ସାଙ୍ଗରେ ଖେଳୁଥିଲା ଜଣେ ଅଢେଇ ବର୍ଷ ଶିଶୁ ।

ସେ ପାଟି କରି ଘର ଲୋକଙ୍କୁ ଡ଼ାକି ଦେଇଥିଲା | ଘର ଲୋକେ ପୋଖରୀ କୂଳକୁ ଦୌଡ଼ି ଯାଇଥିଲେ | ସେତେବେଳକୁ ଶିଶୁପୁତ୍ର ଗଭୀର ପାଣି ମଝିରେ ଭାସୁଥିଲା | ପାଣିରେ ପହଁରି ଉଦ୍ଧାର କରାଯାଇ ତାକୁ ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା | ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠା ଦିଆ ଯାଇଛି | କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗରେ ଶିଶୁର ଚିକିତ୍ସା ଚାଲିଛି | Advertisment ନଡ଼ିଆ ତୋଳା ଦେଖିବାକୁ ଯାଇଥିଲା ସୂଚନା ଅନୁସାରେ, ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତ ଗଡ଼ବନ୍ତପୁର ଗ୍ରାମର ବିକ୍ରମ ଜେନାଙ୍କ ଅଢେଇ ବର୍ଷର ପୁଅ ଗାଁ ଦାଣ୍ଡରେ ଖେଳୁଥିଲା| ଜେଜେ ବାପାଙ୍କ ପଛେ ପଛେ ନଡ଼ିଆ ତୋଳା ଦେଖିବାକୁ ଯାଇଥିଲା | ପଡୋଶୀ ଧର୍ମେନ୍ଦ୍ର ଜେନାଙ୍କ ଅଢେଇ ବର୍ଷ ପୁଅ ସେମାନଙ୍କ ପଛେ ପଛେ ଯାଇଥିଲା | ଜେଜେ ବାପା ଅନ୍ୟମନସ୍କ ହୋଇ ନଡ଼ିଆ ତୋଟାକୁ ଚାଲି ଯାଇଥିଲେ | ବିକ୍ର ଙ୍କ ପୁଅ ରାସ୍ତା କଡ଼ ଗଭୀର ପୋଖରୀ ଭିତରକୁ ଡଙ୍ଗା ଆଣିବାକୁ ଯାଇ ପଶି ଯାଇଥିଲା | ଅଣ ଓସାରିଆ ପାହାଚ ନ ଥିବା ତୁଠ କାଦୁଅରେ ପିଲାଟିର ଗୋଡ଼ ଖସି ଯାଇଥିଲା | କିଛିସମୟ ପାଣିରେ ବୁଡ଼ିବା ପରେ ପାଣି ପିଇ ପୋଖରୀ ମଝିକୁ ଭାସି ଯାଇଥିଲା | ଉପରେ ଠିଆ ହୋଇଥିବା ଶିଶୁଟି ଜେଜେ ମାଆଙ୍କୁ ସାଙ୍ଗ ବୁଡ଼ି ଯାଇଥିବା କହିଥିଲା | ଘର ପାଖକୁ ଦୌଡ଼ି ବଡ଼ ବାପା ଜିତେନ୍ଦ୍ର ଜେନାଙ୍କୁ ଡାକି ଆଣିଥିଲା ସେ| ସେ ପାଣିକୁ ଡେଇଁ ପହଁରି ପୋଖରୀ ମଝିରୁ ଉଦ୍ଧାର କରି ଉପରକୁ ଆଣି ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରାଇଥିଲେ | ସେତେବେଳକୁ କୁନି ପୁଅ ସଂଜ୍ଞହୀନ ହୋଇ ପଡିଥିଲା | କ୍ୟାପିଟାଲ ହସ୍ପିଟାଲରେ ଶିଶୁର ଚିକିତ୍ସା ଜାରି ରହିଛି | ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି | ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି | କୁନି ପୁଅର ଉପସ୍ଥିତି ବୁଦ୍ଧିକୁ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି।

ଏହି ଘଟଣା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି | Arrested: ଗ୍ୟାସ୍ ସିଲିଣ୍ଡର ଚୋରି ଘଟଣାର ପର୍ଦ୍ଦାଫାସ: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ମୁନିଗୁଡ଼ା ପୁଲିସ, ୪୪ଟି ସିଲିଣ୍ଡର ଉଦ୍ଧାର ଓ ବୋଲେରୋ ପିକ୍‌ଅପ୍ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)