Suspend: ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା, ଶିକ୍ଷକ ନିଲମ୍ବିତ

Jun 27, 2026 - 22:30
Suspend: ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା, ଶିକ୍ଷକ ନିଲମ୍ବିତ

"ସୁନ୍ଦରଗଡ଼/ସବଡ଼େଗା: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟରେ ଅବହେଳା ଅଭିଯୋଗରେ ସବଡ଼େଗା ବ୍ଲକ୍‌ ଗାଙ୍ଗପୁରଗଡ଼ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଘନଶ୍ୟାମ ବୁଖ୍ରା ନିଲମ୍ବିତ।

ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରିପୋର୍ଟରେ ତଳସରା ବିଧାନସଭା କ୍ଷେତ୍ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ବିନୀ ବେହେରା ତାଙ୍କୁ ନିଲମ୍ବନ କରିଛନ୍ତି।

Advertisment ଶିକ୍ଷକ ଶ୍ରୀ ବୁଖ୍ରା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିୟୋଜିତ ଥାଇ ଗତ ସପ୍ତାହରେ ବିଭାଗୀୟ ଅଧିକାରୀଙ୍କ ଅନୁମତି ବିନା ମୁମ୍ବାଇ ଚାଲି ଯାଇଥିଲେ।

ସବଡେଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଶୋଧନ କାର୍ଯ୍ୟର ଦୈନିକ ତଥ୍ୟ ନେବାକୁ ତାଙ୍କ ସହ ଯୋଗାଯୋଗ କରିବା ପରେ ସେ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା।

ତାଙ୍କ ମୋବାଇଲ୍‌ ବନ୍ଦ ଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କ ଘର ବ୍ଲକ୍‌ର କୁଲବା ବାଙ୍କିବାହାଲକୁ ଯାଇଥିଲେ।

Bhavani devi: ନିଲମ୍ବନର ପୁନର୍ବିଚାର ଲାଗି ଆବେଦନ କଲେ ଭବାନୀ ଦେବୀ ସେ ମୁମ୍ବାଇ ଯାଇଥିବା ସୂଚନା ମିଳିବା ପରେ ଅଧିକାରୀ ତଳସରା ବିଧାନସଭା କ୍ଷେତ୍ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ ବେହେରାଙ୍କୁ ଶିକ୍ଷକ ବାହାର ରାଜ୍ୟରେ ଥିବା ରିପୋର୍ଟ ଦେଇଥିଲେ।

ଏହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାଦମ୍ବିନୀ ମିଶିର କହିଛନ୍ତି।

"