Cristiano Ronaldo: ୧୪୬ ଗୋଲ୍ ଥିଲା ଚମତ୍କାର, ଅନ୍ତର୍ଜାତୀୟ ଫୁଟବଲ୍କୁ ରୋନାଲ୍ଡୋ କହିଲେ ବିଦାୟ…
ନୂଆଦିଲ୍ଲୀ: ଫୁଟବଲ୍ ଦୁନିଆର ଲୋକପ୍ରିୟ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ୟାସ ଘୋଷଣା କରିଛନ୍ତି।
୪୧ ବର୍ଷୀୟ ଖେଳାଳି ପର୍ତ୍ତୁଗାଲ ପାଇଁ ସର୍ବାଧିକ ଗୋଲ୍ କରିଥିବା ଖେଳାଳି।
ସେ ୨୩୨ଟି ମ୍ୟାଚ୍ରେ ୧୪୬ଟି ଗୋଲ୍ ମାରିଥିଲେ।
Advertisment View this post on Instagram ରୋନାଲ୍ଡୋ ଙ୍କ ଅଧିନାୟକତ୍ବରେ ପର୍ତ୍ତୁଗାଲ ୨୦୧୬ରେ ୟୁରୋ କପ୍ ଚାମ୍ପିଅନ ହୋଇଥିଲା।
ଏହା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରର ସବୁଠାରୁ ବଡ଼ ଉପଲବ୍ଧିଗୁଡ଼ିକ ମଧ୍ୟରୁ ଅନ୍ୟତମ।
ବିଗତ ଅନ୍ତର୍ଜାତୀୟ ବ୍ରେକ୍ ସମୟରେ ରୋନାଲ୍ଡୋ ପର୍ତ୍ତୁର୍ଗାଲର ତାଲିମ ଶିବିର ଛାଡ଼ି ପଳାଇ ଯାଇଥିଲେ।
ନରୱେ ବିପଫ ନ୍ୟାସନ୍ ଲିଗ୍ର ମୁକାବିଲାରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା।
ପର୍ତ୍ତୁଗାଲ ଏହି ମ୍ୟାଚ୍କୁ ୨-୧ରେ ଜିତିଥିଲା।
ସିଲି ପଏଣ୍ଟ୍: ରୋନାଲ୍ଡୋଙ୍କୁ ଚିଡ଼ାଇଲେ ମେସି ସମର୍ଥକ ମ୍ୟାଚ୍ର ଶେଷ ସିଟି ବାଜିବାରୁ ରୋନାଲ୍ଡୋ ସିଧାସଳଖ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ।
ସେ ଓସ୍ଲୋରେ ଉପସ୍ଥିତ ନିଜର ପ୍ରଶଂସକମାନଙ୍କୁ ଅଭିବାନଦ କରିବା ପାଇଁ ପଡ଼ିଆରେ ଅଟକି ଟିମ୍ର ବାକି ଖେଲାଳିଙ୍କୁ ମଧ୍ୟ ସମର୍ଥନ କରି ନଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
