05 NOVEMBER 2026

Welcome!

Unlock your personalized experience.
Sign Up

Reliance Jio: ଜିଓ: ମାତ୍ର ୧୫ ଟଙ୍କାରେ ଅସୀମିତ ୫ଜି ଡାଟା ପ୍ୟାକ୍

Nov 05, 2026 - 14:50
Reliance Jio: ଜିଓ: ମାତ୍ର ୧୫ ଟଙ୍କାରେ ଅସୀମିତ ୫ଜି ଡାଟା ପ୍ୟାକ୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଏକ ନୂଆ ଶସ୍ତାଅନଲିମିଟେଡ୍ ୫ଜି ଡାଟା ପ୍ୟାକ୍‌ ଲଞ୍ଚ୍‌ କରିଛି। ଏହି ପ୍ୟାକ୍‌ର ମୂଲ୍ୟ ମାତ୍ର ୧୫ ଟଙ୍କା। ଏଥିରେ ଗ୍ରାହକଙ୍କୁ ପୂରା ୨୪ ଘଣ୍ଟା ପାଇଁ ଅନଲିମିଟେଡ୍ ହାଇସ୍ପିଡ୍ ୫ଜି ଡାଟା ମିଳିବ। ଏହା ଜରିଆରେ ଯୋଗ୍ୟ ଗ୍ରାହକ ଭିଡିଓ ଷ୍ଟ୍ରିମିଂ, ଅନଲାଇନ୍ ଗେମିଂ, ବଡ଼ ଫାଇଲ୍ ଡାଉନଲୋଡ୍‌ କରିବା ସହ ଘରେ ରହି ଅଫିସ୍‌ କାମ ମଧ୍ୟ କରିପାରିବେ।

ଜିଓର ୧୫ ଟଙ୍କିଆ ଡାଟା ପ୍ୟାକ୍‌ର ବୈଧତା ଗୋଟିଏ ଦିନ ଅର୍ଥାତ୍ ୨୪ ଘଣ୍ଟା  ପାଇଁ ରହିଛି। ଅଳ୍ପ ସମୟ ପାଇଁ ଅଧିକ ହାଇସ୍ପିଡ୍ ଡାଟା ଆବଶ୍ୟକ କରୁଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି କମ୍ପାନି ଏହି ପ୍ୟାକ୍‌ ଆଣିଛି। ସାଧାରଣତଃ ଅନ୍ୟ ଡାଟା ଆଡ୍‌-ଅନ୍‌ ପ୍ୟାକ୍‌ରେ ୧ଜିବି କିମ୍ବା ୨ଜିବି ଡାଟା ମିଳୁଥିବା ବେଳେ ଏହି ପ୍ୟାକ୍‌ରେ ବୈଧତା ସମୟ ମଧ୍ୟରେ ଅନଲିମିଟେଡ୍ ୫ଜି ଡାଟା ମିଳିବା ଏହାର ବିଶେଷତ୍ୱ।

ମଲ୍ଟିପ୍ଲେୟାର୍ ମୋବାଇଲ୍ ଗେମ୍‌ ଖେଳିବାର ସୁବିଧା ମଧ୍ୟ ରହିଛି

ଯେଉଁ ଗ୍ରାହକଙ୍କୁ କାମ କିମ୍ବା ମନୋରଞ୍ଜନ ପାଇଁ ଅଧିକ ଇଣ୍ଟରନେଟ୍ ଡାଟା ଆବଶ୍ୟକ, ସେମାନଙ୍କ ପାଇଁ ଏହି ପ୍ୟାକ୍‌ ବେଶ୍ ଉପଯୋଗୀ ହୋଇପାରିବ। କମ୍ପାନି ଅନୁସାରେ, ଏହି ପ୍ୟାକ୍‌ ଆକ୍ଟିଭ୍‌ କରି ଗ୍ରାହକ ବିନା ବାଧାରେ ହାଇ ଡେଫିନେସନ୍‌ ଓ ୪କେ ଭିଡିଓ ଦେଖିପାରିବେ। ଏଥିସହ ଲାଇଭ୍‌ କ୍ରୀଡ଼ା ଦେଖିବା ଏବଂ ମଲ୍ଟିପ୍ଲେୟାର୍ ମୋବାଇଲ୍ ଗେମ୍‌ ଖେଳିବାର ସୁବିଧା ମଧ୍ୟ ପାଇପାରିବେ। ଏହାବ୍ୟତୀତ ବଡ଼ ଫାଇଲ୍‌ ଅପଲୋଡ୍‌ କରିବା, ସ୍ମାର୍ଟଫୋନ୍‌ର ଡାଟାକୁ କ୍ଲାଉଡ୍‌ ଷ୍ଟୋରେଜ୍‌ରେ ବ୍ୟାକ୍‌ଅପ୍‌ ରଖିବା ଏବଂ ବଡ଼ ସାଇଜ୍‌ର ଗେମ୍‌ ଡାଉନଲୋଡ୍‌ କରିବା ମଧ୍ୟ ସହଜ ହେବ।

ଏହି ପ୍ୟାକ୍‌ ଜରିଆରେ ଗ୍ରାହକ ନିଜର ୫ଜି ସ୍ମାର୍ଟଫୋନ୍‌ରେ ମୋବାଇଲ୍‌ ହଟ୍‌ସ୍ପଟ୍‌ ଅନ୍‌ କରି ଲାପ୍‌ଟପ୍‌ ଓ ଟାବ୍‌ଲେଟ୍‌କୁ ମଧ୍ୟ ସଂଯୋଗ କରିପାରିବେ। ଫଳରେ ଘର ବାହାରେ ରହି ମଧ୍ୟ ଇଣ୍ଟରନେଟ୍‌ ବ୍ୟବହାର, ଅନଲାଇନ୍‌ କାମ ଏବଂ ଭିଡିଓ କନ୍‌ଫରେନ୍ସିଂ କରିବା ସହଜ ହେବ।

ବୈଧତା, ମୂଲ୍ୟ ଓ ଉପଲବ୍ଧତା

ଜିଓର ଏହି ନୂଆ ଡାଟା ପ୍ୟାକ୍‌ର ମୂଲ୍ୟ ମାତ୍ର ୧୫ ଟଙ୍କା ରହିଛି। ଏଥିରେ ୨୪ ଘଣ୍ଟାର ବୈଧତା ସହ ଅନଲିମିଟେଡ୍ ୫ଜି ଡାଟା ମିଳିବ। ଦେଶର ସମସ୍ତ ଟେଲିକମ୍‌ ସର୍କଲ୍‌ରେ ଏହି ପ୍ୟାକ୍‌ ଉପଲବ୍ଧ ରହିଛି। ଗ୍ରାହକ ମାଇଜିଓ ଆପ୍‌ ଏବଂ ଜିଓ.କମ୍ ୱେବ୍‌ସାଇଟ୍‌ ଜରିଆରେ ରିଚାର୍ଜ କରିପାରିବେ। ଏହାବ୍ୟତୀତ ରିଲାଏନ୍ସ ରିଟେଲ୍‌ ଆଉଟ୍‌ଲେଟ୍‌, ସାଧାରଣ ରିଟେଲ୍‌ ଷ୍ଟୋର୍‌ ଏବଂ ଅନ୍ୟ ରିଚାର୍ଜ ଆପ୍‌ ଜରିଆରେ ମଧ୍ୟ ଏହି ପ୍ୟାକ୍‌ ରିଚାର୍ଜ କରିହେବ। ତେବେ ଏହି ଅନଲିମିଟେଡ୍ ୫ଜି ଡାଟାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କ ପାଖରେ ୫ଜି ସମର୍ଥିତ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ। ଏଥିସହ ସେମାନଙ୍କ ଅଞ୍ଚଳରେ ଜିଓର ୫ଜି ନେଟୱର୍କ ଉପଲବ୍ଧ ହେବା ମଧ୍ୟ ଜରୁରୀ।

ନିୟନ୍ତ୍ରଣ ହରାଇ ପାଣିରେ ଖସିଲା ହେଲିକପ୍ଟର: ଜଣେ ମୃତ, ୨ ଆହତ, ୪ ଦିନ ମଧ୍ୟରେ ଦ୍ୱିତୀୟ ଦୁର୍ଘଟଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)