Rehabilitation Grants ବଢ଼ିଲା ପୁନର୍ବାସ ଓ ଥଇଥାନ ଅନୁଦାନ ଓ କ୍ଷତିପୂରଣ ରାଶି
"ଭୁବନେଶ୍ୱର: ରାଜ୍ୟର ପୁନର୍ବାସ ଓ ଥଇଥାନ ନୀତି ୨୦୦୬ର ଧାରା ୧୩ ଅନୁଯାୟୀ ସରକାର ପୁନର୍ବାସ ଅନୁଦାନର ବିଭିନ୍ନ ଆର୍ଥିକ ହାରରେ ୧୦ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି।
ଏହି ସଂଶୋଧିତ ହାର ଚଳିତବର୍ଷର ଗତ ୧ଏପ୍ରିଲରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସଂଶୋଧିତ ହାର ଅନୁଯାୟୀ, ସ୍ୱ ପୁନର୍ବସତି (ପୁନର୍ବସତି କଲୋନି ବାହାରେ) ପାଇଁ ସହାୟତା ୧,୧୩,୧୨୮ ଟଙ୍କାରୁ ବୃଦ୍ଧି ପାଇ ୧,୧୬,୫୫୦ ଟଙ୍କା କରାଯାଇଛି।
ସେହିପରି ଘର ନିର୍ମାଣ ସହାୟତା ୩,୩୯,୩୮୩ ଟଙ୍କାରୁ ବୃଦ୍ଧି ପାଇ ୩,୪୯,୬୫୦ ଟଙ୍କା ହୋଇଛି।Advertisment Displaced Families of MCL ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନଥାଇ ଘରଭାଙ୍ଗିଦେଲେ: ଏମ୍ସିଏଲ୍ ବିସ୍ଥାପିତଙ୍କ ଅଭିଯୋଗ ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ମଧ୍ୟ ସଂଶୋଧନ କରାଯାଇଛି।
ବର୍ଗ-୧ ପାଇଁ ଏହି ସହାୟତା ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪ ଓ ୫ ପାଇଁ ୨,୩୩,୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସେହିପରି, ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ଏହି ସମାନ ହାରରେ ସଂଶୋଧିତ ହୋଇଛି l ବର୍ଗ-୧ ପାଇଁ ୧୧,୬୫,୫୦୦ ଟଙ୍କା, ବର୍ଗ-୨ ପାଇଁ ୬,୯୯,୩୦୦ ଟଙ୍କା, ବର୍ଗ-୩ ପାଇଁ ୪,୬୬,୨୦୦ ଟଙ୍କା ଏବଂ ବର୍ଗ-୪, ୫ ଓ ୬ ପାଇଁ ୨,୩୩,୧୦୦ ଟଙ୍କା ସ୍ଥିରୀକୃତ ହୋଇଛି l କୃଷିଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୨,୨୬,୨୫୫ ଟଙ୍କାରୁ ବୃଦ୍ଧି ପାଇ ୨,୩୩,୧୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ ୧,୧୩,୧୨୮ ଟଙ୍କାରୁ ବୃଦ୍ଧି ପାଇ ୧,୧୬,୫୫୦ ଟଙ୍କା କରାଯାଇଛି l Jharpada: ଝାରପଡ଼ାରେ ହେବ କମ୍ୟୁନିଟି ମାର୍କେଟ୍: ଥଇଥାନ ହେବା ଆଶାରେ ପୂର୍ବତନ ବେପାରୀ ଏହା ବ୍ୟତୀତ ରକ୍ଷଣାବେକ୍ଷଣ ଭତ୍ତା ମାସିକ ୪,୫୨୫ ଟଙ୍କାରୁ ବୃଦ୍ଧି ପାଇ ୪,୬୬୨ ଟଙ୍କା, ଅସ୍ଥାୟୀ ସେଡ୍ ପାଇଁ ସହାୟତା ୨୨,୬୨୬ ଟଙ୍କାରୁ ବୃଦ୍ଧି ପାଇ ୨୩,୩୧୦ ଟଙ୍କା ଏବଂ ପରିବହନ ଭତ୍ତା ୪,୫୨୫ ଟଙ୍କାରୁ ବୃଦ୍ଧି ପାଇ ୪,୬୬୨ ଟଙ୍କା କରାଯାଇଛି।
ଏହି ସଂଶୋଧିତ ହାରଗୁଡ଼ିକ ୧ ଏପ୍ରିଲ ୨୦୨୬ରୁ ଲାଗୁ ହୋଇ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ସଂଶୋଧନ ପାଇଁ ଅର୍ଥ ବିଭାଗର ସହମତି ମିଳିଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସଂଶୋଧିତ ଅନୁଦାନ ହାର ସମ୍ପର୍କରେ ସମ୍ପୃକ୍ତ ସମସ୍ତ ବିଭାଗ, ରାଜସ୍ୱ ଡିଭିଜନାଲ୍ କମିସନର, ଜିଲ୍ଲାପାଳ, ରାଜସ୍ୱ କର୍ତ୍ତୃପକ୍ଷ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କୁ ଅବଗତ କରାଯାଇଛି l"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
