Rakhi: ରାକ୍ଷୀ ବିଜ୍ଞାପନର ପୋଷାକକୁ ନେଇ ବିବାଦ: କଙ୍ଗନାଙ୍କ ସମାଲୋଚନା ପରେ କୃତିଙ୍କ ସମର୍ଥନରେ ରାହୁଲ
"ନୂଆଦିଲ୍ଲୀ: ରକ୍ଷାବନ୍ଧନ ଅବସରରେ ଅଳଙ୍କାର ବ୍ରାଣ୍ଡ୍ର ଏକ ବିଜ୍ଞାପନରେ ଅଭିନେତ୍ରୀ କୃତି ସାନନଙ୍କ ପୋଷାକକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ରାଜନୈତିକ ରୂପ ନେଇଛି।
କୃତିଙ୍କୁ ସମର୍ଥନ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ।
ଅନ୍ୟପକ୍ଷରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଉତ କୃତିଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଛନ୍ତି।Advertisment ମଙ୍ଗଳବାର ରାହୁଲ ଗାନ୍ଧୀ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ କୃତିଙ୍କ ପ୍ରତିକ୍ରିୟା ସେୟାର କରି ତାଙ୍କ ସମର୍ଥନରେ ମତ ରଖିଥିଲେ।
ଜଣେ ମହିଳା କ"ଣ ପିନ୍ଧିବେ, କ"ଣ କରିବେ ଓ କେଉଁଠାକୁ ଯିବେ, ତାହା ତାଙ୍କ ନିଜସ୍ୱ ପସନ୍ଦ ବୋଲି ସେ କହିବା ସହ ମହିଳାଙ୍କୁ ନିଜ ସ୍ୱାଧୀନତା ବ୍ୟବହାର କରିବା ପାଇଁ ଟ୍ରୋଲ୍ ନ କରିବାକୁ ଅନୁରୋଧ କରିଥିଲେ।
ଆହୁରି ପଢନ୍ତୁ: Director: ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ ବିବାଦର ଆରମ୍ଭ ହୋଇଥିଲା ରକ୍ଷାବନ୍ଧନକୁ ନେଇ ପ୍ରସ୍ତୁତ ଏକ ଅଳଙ୍କାର ବିଜ୍ଞାପନରୁ।
ଏଥିରେ କୃତି ହାଲୁକା ରଙ୍ଗର ବ୍ରାଲେଟ୍ ଶୈଳୀର ସ୍କର୍ଟ ପିନ୍ଧି ରାକ୍ଷୀ ବାନ୍ଧୁଥିବା ଦେଖାଯାଇଛି।
ବିଜ୍ଞାପନ ପ୍ରସାରିତ ହେବା ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ପୋଷାକକୁ ରକ୍ଷାବନ୍ଧନ ଭଳି ପାରମ୍ପରିକ ପର୍ବ ପାଇଁ ଉପଯୁକ୍ତ ନୁହେଁ ବୋଲି ସମାଲୋଚନା କରିଥିଲେ।
ଏହାକୁ ନେଇ କଙ୍ଗନା ମଧ୍ୟ ସୋସିଆଲ ମିଡିଆରେ କୃତିଙ୍କୁ ଟାର୍ଗେଟ୍ କରିଥିଲେ।
ଏପରି ପୋଷାକ ପିନ୍ଧି ଭାଇଙ୍କୁ ରାକ୍ଷୀ କାହିଁକି ବାନ୍ଧିବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଥିଲେ।
ବିଜ୍ଞାପନର ଲୁକ୍କୁ ସେ "ଉଦ୍ଦେଶ୍ୟମୂଳକ ଭାବେ ଅସ୍ୱାଭାବିକ" ବୋଲି ମଧ୍ୟ ମନ୍ତବ୍ୟ ଦେଇଥିଲେ।
ଆହୁରି ପଢନ୍ତୁ: Moscow: ମସ୍କୋରେ ଅବତରଣ କଲା ଆମେରିକାର ସାମରିକ ବିମାନ, ସୂଚନା ନଥିବା ନେଇ କ୍ରେମଲିନର ଦାବି କଙ୍ଗନାଙ୍କ ସମାଲୋଚନା ଓ ସୋସିଆଲ ମିଡିଆରେ ଟ୍ରୋଲିଂ ପରେ କୃତି ମଙ୍ଗଳବାର ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଜବାବ ଦେଇଥିଲେ।
ମହିଳାଙ୍କ ପୋଷାକ ଦେଖି ତାଙ୍କ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନକୁ କାହିଁକି ବିଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ।
ତାଙ୍କ ମତରେ ସଂସ୍କୃତି ଓ ପରମ୍ପରା ମନରେ ଥାଏ, ପୋଷାକରେ ନୁହେଁ।
କୃତି ଆହୁରି କହିଥିଲେ ଯେ ରକ୍ଷାବନ୍ଧନ ତାଙ୍କ ପରିବାରରେ ଭାଇ-ଭଉଣୀଙ୍କ ପରସ୍ପର ସୁରକ୍ଷା ଓ ସ୍ନେହର ପ୍ରତୀକ।
ସେ ନିଜ ଭଉଣୀଙ୍କ ସହ ପରସ୍ପରକୁ ରାକ୍ଷୀ ବାନ୍ଧନ୍ତି।
ବିଜ୍ଞାପନରେ ସେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ସହ ପରିବାରର ସଦସ୍ୟ ଭାବେ ନିଜ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଥିବା ଦେଖାଯାଇଛି।
ଏହି ଦୃଶ୍ୟକୁ ନେଇ ମଧ୍ୟ କିଛି ଲୋକ ଆପତ୍ତି ଉଠାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
