Recruitment: ରେଳବାଇରେ ୧୬୮୮ ପଦବିରେ ନିଯୁକ୍ତି ସୁଯୋଗ, ଯୋଗ୍ୟତା ଦରକାର ଦ୍ୱାଦଶ ପାସ୍‌

Oct 19, 2026 - 17:07
Recruitment: ରେଳବାଇରେ ୧୬୮୮ ପଦବିରେ ନିଯୁକ୍ତି ସୁଯୋଗ, ଯୋଗ୍ୟତା ଦରକାର ଦ୍ୱାଦଶ ପାସ୍‌

"ନୂଆଦିଲ୍ଲୀ: ରେଳବାଇରେ ସରକାରୀ ଚାକିରି କରିବାକୁ ଆଶା ରଖିଥିବା ଯୁବପିଢ଼ିଙ୍କ ପାଇଁ ଆସିଛି ଖୁସି ଖବର।

ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ନନ୍‌-ଟେକ୍ନିକାଲ୍ ପପୁଲାର୍ କ୍ୟାଟେଗୋରିଜ୍‌ (ଏନଟିପିସି) ଅଣ୍ଡରଗ୍ରାଜୁଏଟ୍‌ ନିଯୁକ୍ତି ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିଯୁକ୍ତି ଅଭିଯାନରେ ମୋଟ ୧,୬୮୮ଟି ପଦବି ପୂରଣ କରାଯିବ।

ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଯୋଗ୍ୟ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା ୧୫ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଛି।Advertisment ଏହି ନିଯୁକ୍ତି ଅଧୀନରେ ଚାରି ପ୍ରକାର ପଦବି ପୂରଣ ହେବ।

ସେଗୁଡ଼ିକ ହେଉଛି କମର୍ସିଆଲ୍‌ କମ୍‌ ଟିକେଟ୍‌ କ୍ଲର୍କ, ଆକାଉଣ୍ଟସ୍‌ କ୍ଲର୍କ କମ୍‌ ଟାଇପିଷ୍ଟ, ଜୁନିୟର୍‌ କ୍ଲର୍କ କମ୍‌ ଟାଇପିଷ୍ଟ ଏବଂ ଟ୍ରେନ୍ସ କ୍ଲର୍କ।

ପଦବି ଅନୁଯାୟୀ ଖାଲି ସ୍ଥାନର ସଂଖ୍ୟା ଭିନ୍ନ ରହିଛି।

କମର୍ସିଆଲ୍‌ କମ୍‌ ଟିକେଟ୍‌ କ୍ଲର୍କ ପାଇଁ ୭୦୦ଟି, ଆକାଉଣ୍ଟସ୍‌ କ୍ଲର୍କ କମ୍‌ ଟାଇପିଷ୍ଟ ପାଇଁ ୨୦୦ଟି, ଜୁନିୟର୍‌ କ୍ଲର୍କ କମ୍‌ ଟାଇପିଷ୍ଟ ପାଇଁ ୬୦୦ଟି ଏବଂ ଟ୍ରେନ୍ସ କ୍ଲର୍କ ପାଇଁ ୧୮୮ଟି ପଦବି ରହିଛି।

୨୦୨୬ ପାଇଁ ଆବେଦନ ଆରମ୍ଭ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ।

ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କର ସର୍ତ୍ତ ରହିଛି।

ତେବେ ଏସସି, ଏସଟି, ଦିବ୍ୟାଙ୍ଗ ଓ ପୂର୍ବତନ ସୈନିକଙ୍କ ସମେତ ବିଜ୍ଞପ୍ତିରେ ଉଲ୍ଲେଖ ଥିବା କେତେକ ବର୍ଗ ପାଇଁ ଏହି ସର୍ତ୍ତରେ ଛାଡ଼ ରହିଛି।

୧ ଜାନୁଆରୀ ୨୦୨୭ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।

ନଭେମ୍ବର ୧୩ ଶେଷ ତାରିଖ ଦରମା କ୍ଷେତ୍ରରେ ମଧ୍ୟ ଏହି ନିଯୁକ୍ତି ଯୁବପିଢ଼ିଙ୍କ ପାଇଁ ଆକର୍ଷଣୀୟ ହୋଇପାରେ।

ପଦବି ଅନୁଯାୟୀ ସପ୍ତମ ବେତନ ଆୟୋଗର ନିୟମ ଅନୁସାରେ ଦରମା ମିଳିବ।

ଏଥିରେ ମାସିକ ମୂଳ ଦରମା ୧୯,୯୦୦ ଟଙ୍କାରୁ ୨୧,୭୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହା ସହ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିପାରେ।

ଆବେଦନ ଶୁଳ୍କ ସାଧାରଣ, ଇଡବ୍ଲୁଏସ ଓ ଓବିସି ବର୍ଗ ପାଇଁ ୫୦୦ ଟଙ୍କା ଥିବାବେଳେ ଏସସି, ଏସଟି, ଦିବ୍ୟାଙ୍ଗ, ମହିଳା ଓ ଅନ୍ୟ ନିର୍ଦ୍ଦିଷ୍ଟ ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି।

ପରୀକ୍ଷାରେ ଉପସ୍ଥିତ ରହିବା ସର୍ତ୍ତରେ ନିୟମ ଅନୁଯାୟୀ ଶୁଳ୍କ ଫେରସ୍ତର ବ୍ୟବସ୍ଥା ମଧ୍ୟ ରହିଛି।

Manipur: ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ବାହାରେ ମୃତଦେହ ରଖିବା ନେଇ ଉତ୍ତେଜନା ବୃଦ୍ଧି ଯୋଗ୍ୟ ପ୍ରାର୍ଥୀମାନେ ୧୩ ନଭେମ୍ବର ୨୦୨୬ ରାତି ୧୧ଟା ୫୯ ମିନିଟ୍‌ ସୁଦ୍ଧା ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଆବେଦନ ଶୁଳ୍କ ଦାଖଲ କରିବାର ଶେଷ ତାରିଖ ୧୫ ନଭେମ୍ବର ରହିଛି।

ପ୍ରାର୍ଥୀମାନେ ରେଳବାଇର ଆବେଦନ ପୋର୍ଟାଲ୍‌ rrbapply.gov.in ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ ପୂର୍ବରୁ ନିଜର ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଆବଶ୍ୟକ ଦଲିଲ ଓ ପଦବି ସମ୍ପର୍କିତ ସମସ୍ତ ନିୟମ ଅଧିକାରିକ ବିଜ୍ଞପ୍ତିରୁ ଯାଞ୍ଚ କରିନେବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)