Real identity: କଥାଟିଏ-ଯାଯାବର: ଅସଲ ପରିଚୟ

Aug 29, 2026 - 01:34
Real identity: କଥାଟିଏ-ଯାଯାବର: ଅସଲ ପରିଚୟ

"ଥରେ ରାଜାଙ୍କ ପାଖରେ ତାଙ୍କର ଜଣେ ପ୍ରିୟ ଅମାତ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅମାତ୍ୟଙ୍କ ପତ୍ନୀ।

ଅଭିଯୋଗ ଥିଲା ଯେ ତାଙ୍କ ସ୍ବାମୀ ତାଙ୍କୁ ପ୍ରାୟ ପ୍ରତିଦିନ ମାରଧର କରନ୍ତି।

ତାଙ୍କୁ କଥା କଥାକେ ଅପମାନିତ କରନ୍ତି ଇତ୍ୟାଦି ଇତ୍ୟାଦି।

Advertisment Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ ଏ ଅଭିଯୋଗକୁ ରାଜା ବିଶ୍ବାସ କରିପାରିଲେ ନାହିଁ।

କାରଣ ସେ ସେହି ଅମାତ୍ୟଙ୍କୁ ଜଣେ ଅତି ସୁଶୀଳ ବ୍ୟକ୍ତି ଭାବେ ଜାଣିଥିଲେ।

ରାଜା ଏବେ ମନ୍ତ୍ରୀଙ୍କୁ ଏ ବିଷୟ ଜଣାଇ ପଚାରିଲେ- ଏତେ ଭଦ୍ର, ଶାନ୍ତଶିଷ୍ଟ ଓ ସୁଶୀଳ ଅମାତ୍ୟ ତାଙ୍କ ପତ୍ନୀଙ୍କୁ ମାରପିଟ କରୁଥିବେ, କର୍କଶ ଭାଷାରେ ଗାଳି ଦେଇ ଅପମାନିତ କରୁଥିବେ; ଏ କଥା ମୁଁ ଆଦୌ ବିଶ୍ବାସ କରିପାରୁନାହିଁ।

ମୋତେ ଲାଗୁଛି ମିଛ କଥା।

ମନ୍ତ୍ରୀ କିନ୍ତୁ କହିଲେ- ନା, ମହାରାଜ, ଏ ଅଭିଯୋଗ ସତ ହେବାର ସମ୍ଭାବନା ଅଧିକ।

Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

ରାଜା ପଚାରିଲେ- ତୁମେ ଏମିତି ଭାବୁଛ କାହିଁକି?

ମନ୍ତ୍ରୀ କହିଲେ- ଆପଣଙ୍କ ସମକ୍ଷରେ ଅମାତ୍ୟ ଆଉ କେମିତି ବ୍ୟବହାର ଦେଖାନ୍ତେ ବୋଲି ଆପଣ ଭାବୁଛନ୍ତି?

ଆପଣ ତାଙ୍କୁ ଯେପରି ଚିହ୍ନିଛନ୍ତି ତାହା ତାଙ୍କର ପ୍ରକୃତ ସ୍ବରୂପ ହୋଇ ନ ଥାଇ ପାରେ।

ଆପଣ ଚର ଲଗାଇ ବୁଝନ୍ତୁ ସତ୍ୟ କ"ଣ?ରାଜା ଚର ପଠାଇଲେ।

ଅମାତ୍ୟଙ୍କ ପତ୍ନୀଙ୍କ ଅଭିଯୋଗ ସତ ବୋଲି ଜଣାପଡ଼ିଲା।

ମନ୍ତ୍ରୀ ରାଜାଙ୍କୁ କହିଲେ- ମହାରାଜ, ଏବେ ବୁଝିଲେ ତ!

ଏ ରାଜ୍ୟର ସବୁଠାରୁ ଅଧିକ କଦର୍ଯ୍ୟ ବ୍ୟକ୍ତି ମଧ୍ୟ ଆପଣଙ୍କ ସାମନାରେ ଭଦ୍ର ବ୍ୟବହାର କରିବ।

ଏହା ଅସଲ ପରିଚୟ ନୁହେଁ।

ବିଚାର କଲା ବେଳେ ଆପଣ ସର୍ବଦା ଏହି କଥାକୁ ମନେ ରଖିବା ଦରକାର।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)