Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

Jul 28, 2026 - 00:04
Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

"ୟୁନାଇଟେଡ୍‌ କିଙ୍ଗଡମ୍‌ ଅନ୍ତର୍ଗତ ୱେଲ୍‌ସରେ ରହିଛି ଏକ ଲୁକ୍କାୟିତ ହୋଟେଲ୍‌, ଯାହା ଗ୍ରାହକମାନଙ୍କୁ ରାତ୍ରିଯାପନର ନିଆରା ତଥା ବିଳାସପୂର୍ଣ୍ଣ ଅଭିଜ୍ଞତା ଦେଇଥାଏ।

ଊନବିଂଶ ଶତାବ୍ଦୀର ଏକ ପରିତ୍ୟକ୍ତ ଖଣି ଭିତରେ ତାହା ଅବସ୍ଥିତ।

ନାମ ଅନୁସାରେ ଏଠାରେ ଗଭୀର ନିଦ୍ରାର ପ୍ରତିଶ୍ରୁତି ମିଳିଥାଏ।

ପୃଥିବୀର ଗଭୀରତମ ଭାବେ ବିବେଚିତ ଏହି ହୋଟେଲଟି ଭୂପୃଷ୍ଠରୁ ୪୧୯ ମିଟର ତଳେ ଅବସ୍ଥିତ।

ଅବଶ୍ୟ ହୋଟେଲର ଆତିଥ୍ୟ ଲଭିବାକୁ ଚାହୁଁଥିବା ଗ୍ରାହକଙ୍କୁ ଏଥିପାଇଁ ବହୁ କଠିନ ପଥ ଦେଇ ଯିବାକୁ ପଡ଼ିଥାଏ।

ପ୍ରଥମେ ଜଣେ ପଥ ପ୍ରଦର୍ଶକଙ୍କ ସହାୟତାରେ ଖଣିର ଏକ ପରିତ୍ୟକ୍ତ ପାହାଡ଼ ଅଞ୍ଚଳ ଅତିକ୍ରମ କରିବାକୁ ପଡ଼ିବ।Advertisment Baisinga-Rupsa road: ନୂଆ ରାସ୍ତା ଆଳରେ ପୁରୁଣାକୁ ଅବହେଳା: ମୃତ୍ୟୁଫାନ୍ଦ ପାଲଟିଛି ବୈଶିଙ୍ଗା–ରୁପ୍ସା ରାସ୍ତା ଘଣ୍ଟାକର ଏହି କଠିନ ଯାତ୍ରା ମଧ୍ୟରେ ଖଣିର ପଥର ପାହାଚ, ପୁରୁଣା ପୋଲ ଓ ଖସଡ଼ା ରାସ୍ତା ଆଦି ରହିଛି।

ଅବଶ୍ୟ ସୁରକ୍ଷା ଦୃଷ୍ଟିରୁ ଆଗନ୍ତୁକଙ୍କୁ ହେଲ୍‌ମେଟ୍‌, ଟର୍ଚ୍ଚ, ଜୋତା ଆଦି ଯୋଗାଇ ଦିଆଯାଇଥାଏ।

ଏହି ଅବସରରେ ତାଙ୍କ ସାଥିରେ ଥିବା ପ୍ରଦର୍ଶକ ଜଣକ ସଂପୃକ୍ତ ପରିବେଶ ବିଷୟରେ ଐତିହାସିକ ସୂଚନା ପ୍ରଦାନ କରିଥା"ନ୍ତି।

ହୋଟେଲ ଭିତରେ ପଶିଲେ ରାତ୍ରିଭୋଜନ, ସକାଳେ ଜଳଖିଆ ଓ ଅନ୍ୟାନ୍ୟ ଆତିଥ୍ୟ ପ୍ରଦାନ କରାଯାଇଥାଏ।

ସେହିପରି ସକାଳ ସାଢ଼େ ଦଶଟା ସୁଦ୍ଧା ସେମାନଙ୍କୁ ଖଣି ଭିତରୁ ବାହାରି ପୁଣି କଠିନ ପଥରେ ଭୂପୃଷ୍ଠକୁ ଫେରିବାକୁ ହୋଇଥାଏ।

Physics Wallah: ଅକ୍ଟୋବରରେ ଫିଜିକ୍ସୱାଲା-ବିଦ୍ୟାପୀଠର ସ୍କଲାରସିପ୍‌ ପରୀକ୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।