RBI data centre: ଆରବିଆଇ ଡାଟା ସେଣ୍ଟର, ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟିତ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟିତ ହୋଇଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରତିଷ୍ଠାନକଗୁଡ଼ିକୁ ଉଦ୍ଘାଟନ କରିଛନ୍ତି।
Advertisment ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଅପରାହ୍ଣ ପ୍ରାୟ ୪ଟା ୧୦ରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ।
ଏହାପରେ ସେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଇନଫୋଭ୍ୟାଲି ହେଲିପ୍ୟାଡରେ ପହଞ୍ଚି ଥିଲେ।
ଏଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ବାଗତ ସ୍ବାଗତ କରିଥିଲେ।
ଭୁବନେଶ୍ବରରୁ ଖୋର୍ଦ୍ଧାସ୍ଥିତ ଆର୍ବିଆଇ ଡାଟା ସେଣ୍ଟରରେ ପହଞ୍ଚି ଥିଲେ।
ଉଦ୍ଘାଟନୀ ପରେ ସେ ସଡ଼କ ପଥରେ ଭୁବନେଶ୍ବର ବିମାନବନ୍ଦରକୁ ଫେରିଯିବେ।
୬ଟା ୩୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ।
ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ, ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଥିଲେ।
ମୋଦୀଙ୍କ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ବର ବିମାନବନ୍ଦରରୁ ଜଟଣୀସ୍ଥିତ ଆରବିଆଇ ଡାଟା ସେଣ୍ଟର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
A momentous day for Odisha.
Welcoming Hon'ble PM Shri @narendramodi Ji as the state takes a major digital leap forward with the inauguration of the RBI Data Centre at Jatni. pic.twitter.com/lN97opApn4 — Mohan Charan Majhi (@MohanMOdisha) October 25, 2026 ସୁଦୃଢ଼ ହେବ ପ୍ରଯୁକ୍ତିର ଭିତ୍ତିଭୂମି ଆର୍ବିଆଇର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାରତର ଆର୍ଥିକ ବ୍ୟବସ୍ଥାରେ ପ୍ରଯୁକ୍ତିର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି।
ଏଗୁଡ଼ିକ ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ବ୍ୟାଙ୍କ ଓ ବ୍ୟାପକ ଆର୍ଥିକ କ୍ଷେତ୍ର ପାଇଁ ଏକ ସୁରକ୍ଷିତ, ସ୍ଥିର, କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରଦାନ କରିବା ଭଳି ଡିଜାଇନ୍ କରାଯାଇଥିବା କୁହାଯାଇଛି।
PM Modi Odisha visit: ଆର୍ବିଆଇର ଡାଟା ସେଣ୍ଟର, ସାଇବର୍ ସୁରକ୍ଷା ପ୍ରତିଷ୍ଠାନ ଭେଟିଦେବେ ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ ସାଇବର୍ ସୁରକ୍ଷା ତାଲିମ ପ୍ରତିଷ୍ଠାନ ଆର୍ବିଆଇର କ୍ଷମତା ନିର୍ମାଣକୁ ବୃଦ୍ଧି କରିବ।
ଏହା ସାଇବର୍ ସୁରକ୍ଷା, ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ।
ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଅନ୍ୟାନ୍ୟ ଆଗଧାଡ଼ିର ପ୍ରଯୁକ୍ତିବିଦ୍ୟା ସମେତ ବିଏଫ୍ଏସ୍ଆଇ କ୍ଷେତ୍ର ସହିତ ପ୍ରାସଙ୍ଗିକ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
