Rayagada: ମ୍ୟାକ୍ସ ପିକଅପ୍ ଗାଡ଼ି ଓଲଟି ୧୮ଶ୍ରମିକ ଆହତ

Aug 21, 2026 - 08:57
Rayagada: ମ୍ୟାକ୍ସ ପିକଅପ୍ ଗାଡ଼ି ଓଲଟି ୧୮ଶ୍ରମିକ ଆହତ

"ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ସଗଡା ପଞ୍ଚାୟତର କିଛି ଶ୍ରମିକ ଧାନ ରୁଆ ନିମନ୍ତେ ମ୍ୟାକ୍ସ ଗାଡ଼ିରେ ଯାଉ ଥିବାବେଳେ ଟଲନା ଘାଟି ନିକଟରେ ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାରେ ୧୮ଜଣ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।Advertisment ଆହୁରି ପଢନ୍ତୁ: Highcourt: ସିଧାସଳଖ ଜିଲ୍ଲା ଜଜ୍‌ କ୍ୟାଡର ପଦରେ ନିଯୁକ୍ତି ପରୀକ୍ଷା, ସାକ୍ଷାତକାର ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଶ୍ରମିକମାନେ ଡକାସିକୁଲା ଗ୍ରାମକୁ ଧାନ ରୁଆ ବେଉଷଣ ନିମନ୍ତେ ଯାଉଥିଲେ।

ଘଟଣା ଆଜି ସକାଳ ସାଢେ଼ ୬ଟା ବେଳେ ଘଟିଛି।

ଖବର ପାଇ ୧୦୮ ଆମ୍ବୁଲାନ୍ସ, ଅଗ୍ନିଶମ ଏବଂ ପୁଟା ସିଂ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ସମସ୍ତଙ୍କ ବୟସ ପ୍ରାୟ ୨୧ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୬ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପାରଳାଖେମୁଣ୍ଡି ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)