Soft drink: ମଗାଇଲେ ମୃଦୁପାନୀୟ ସାଙ୍ଗରେ ଆସିଲା ଅସରପା!

Aug 21, 2026 - 08:57
Soft drink: ମଗାଇଲେ ମୃଦୁପାନୀୟ ସାଙ୍ଗରେ ଆସିଲା ଅସରପା!

"ଜଣାଶୁଣା ଟେଲିଭିଜନ୍ ଧାରାବାହିକ ଅଭିନେତ୍ରୀ ଶ୍ବେତା ତିଵାରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଜରିଆରେ ଏକ ଇନ୍‌ଷ୍ଟାଣ୍ଟ ଡେଲିଭରି କମ୍ପାନି ବିରୋଧରେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା ଅନୁସାରେ ସେ ଡେଲିଭରି ଆପ୍‌ ଜରିଆରେ ଘରକୁ ମୃଦୁପାନୀୟ ମଗାଇଥିଲେ।

ତେବେ ତାଙ୍କୁ ମୃଦୁପାନୀୟ ସହିତ ଏକ ଅସରପା ମଧ୍ୟ ମିଳିଥିଲା।

ପ୍ରମାଣ ସ୍ବରୂପ ସେ ତାଙ୍କ ଘରେ ଚାଲୁଥିବା ଏକ ଅସରପାର ଭିଡିଓ ମଧ୍ୟ ଦେଖାଇଛନ୍ତି।

ସେ ମୁମ୍ବାଇରେ ରହୁଥିବାରୁ ମହାରାଷ୍ଟ୍ରର ଚର୍ଚ୍ଚିତ ଆଇଏଏସ୍‌ ଅଫିସର ତୁକାରାମ ମୁଣ୍ଡେଙ୍କୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରିଛନ୍ତି।Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ ତୁକାରାମ ମୁଣ୍ଡେ ମହାରାଷ୍ଟ୍ରର ବିଭିନ୍ନ ରେସ୍ତୋରାଁ, କ୍ୟାଣ୍ଟିନ୍‌ ଓ ଖାଦ୍ୟପେୟ ଦୋକାନରେ ଚଢ଼ାଉ କରି ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।

ତେଣୁ ସେ ଡେଲିଭରି ଆପ୍‌ମାନଙ୍କ ଦ୍ବାରା ନିୟମ ଉଲ୍ଲଂଘନ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ଶ୍ବେତା ଆଶା ରଖିଛନ୍ତି।

ତେବେ ଶ୍ବେତାଙ୍କ ଅଭିଯୋଗ ପରେ କ"ଣ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜଣାପଡ଼ିନାହିଁ।

ଅନ୍ୟ ପକ୍ଷରେ ଶ୍ବେତା ଏବେ ଓଟିଟି ମଞ୍ଚରେ ପ୍ରସାରିତ "ଦି ଟ୍ରେଟର୍ସ ୨"ରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳୁଛି।

Voter ID: ତୁଳସା ସାନ୍ତାଙ୍କ ନାମ ଭୋଟର ତାଲିକାରେ ସାମିଲ ପାଇଁ ପ୍ରକ୍ରିୟା ଆରମ୍ଭ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media