Ration Scheme: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ରାସନ ଖାଉଛନ୍ତି ଧନୀ ଲୋକେ

Nov 23, 2026 - 13:26
Ration Scheme: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମାଗଣା ରାସନ ଖାଉଛନ୍ତି ଧନୀ ଲୋକେ

ନୂଆଦିଲ୍ଲୀ: ଦେଶରେ ଲକ୍ଷ ଲକ୍ଷ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ମାସିକ ରାସନ ପାଇବା ଅତି କଷ୍ଟକର।

ଏହି ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଏକ ମାଗଣା ରାସନ ଯୋଜନା ଚଳାଉଛନ୍ତି।

ଏହି ଯୋଜନା ଅନ୍ତର୍ଗତ ପ୍ରତି ମାସରେ ପ୍ରାୟ ୭୯ କୋଟି ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଥାଏ।

ତେବେ ଏହି ଯୋଜନା ସମ୍ପର୍କରେ ଏବେ ଏକ ଖୁଲାସା ହୋଇଛି ଯାହା ଯୋଗ୍ୟତା ମାନଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି।

ଏକ ସରକାରୀ ସର୍ଭେରୁ ଜଣାପଡିଛି ଯେ, ମାଗଣା ରାସନ ପାଉଥିବା ପ୍ରତି ଶହେ ଜଣଙ୍କ ମଧ୍ୟରୁ ଯୋଜନାର ଉଲ୍ଲେଖିତ ମାନଦଣ୍ଡ ଅନୁଯାୟୀ ପ୍ରାୟ ୧୩ ଜଣ ଯୋଗ୍ୟ ନୁହଁନ୍ତି।

ଯୋଜନାରେ ସାମିଲ ଥିବା ଏଭଳି ପରିବାରଙ୍କ ପାଖରେ ଏୟାର କଣ୍ଡିସନର (ଏସି), କାର, ସରକାରୀ ଚାକିରି କିମ୍ବା ତିନୋଟି ରୁ ଅଧିକ କୋଠରୀ ସହିତ ସ୍ଥାୟୀ ଘର ରହିଛି।

ସରକାରଙ୍କ ନିୟମ ଅନୁସାରେ ସେମାନେ ମାଗଣା ରାସନ ପାଇବା ଉଚିତ୍ ନୁହେଁ।

Advertisment ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାୟ ୭୮ କୋଟି ୬୩ ଲକ୍ଷ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇ।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଦ୍ବାରା ୨୦୨୫-୨୬ରେ କରାଯାଇଥିବା ଏହି ସର୍ଭେରେ ସମସ୍ତ ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୫୧,୩୦୩ ହିତାଧିକାରୀ ପରିବାରଙ୍କୁ ସାମିଲ କରାଯାଇଥିଲା।

ସର୍ଭେରୁ ଜଣାପଡିଛି ଯେ, ମାଗଣା ଖାଦ୍ୟଶସ୍ୟ ପାଉଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ୧୩.୨ ପ୍ରତିଶତ ସେମାନଙ୍କ ରାଜ୍ୟ ଦ୍ୱାରା ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିନାହାନ୍ତି।

ଏହି ବିଭେଦକୁ ସରକାରୀ ଭାଷାରେ 'ଅନ୍ତର୍ଭୁକ୍ତିକରଣ ତ୍ରୁଟି' ବା ଇନକ୍ଲୁଜନ ଏରର କୁହାଯାଇଥାଏ।

ଅଯୋଗ୍ୟ ହିତାଧିକାରୀଙ୍କ ଅନୁପାତ ଅଧିକ ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ତାମିଲନାଡୁରେ ଏଭଳି ସର୍ବାଧିକ ଘଟଣା ଦେଖିବାକୁ ମିଳିଛି।

ବିହାର, ଓଡ଼ିଶା, ପଞ୍ଜାବ ଏବଂ ମହାରାଷ୍ଟ୍ରରେ ମଧ୍ୟ ଜାତୀୟ ହାର ତୁଳନାରେ ଅଯୋଗ୍ୟ ହିତାଧିକାରୀଙ୍କ ଅନୁପାତ ଅଧିକ ରହିଛି।

ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ଭଳି ରାଜ୍ୟରେ ଏହାର ହାର ଯଥେଷ୍ଟ କମ୍ ରହିଛି।

ପଶ୍ଚିମବଙ୍ଗରେ ୩୯.୫ ପ୍ରତିଶତ,ତ୍ରିପୁରାରେ ୩୯.୨ ପ୍ରତିଶତ,ତାମିଲନାଡୁରେ ୩୮.୭ ପ୍ରତିଶତ,ମେଘାଳୟରେ ୨୮.୫ ପ୍ରତିଶତ ରହିଛି।

ସେହିପରି ବିହାରରେ ୨୫.୫ ପ୍ରତିଶତ,ଓଡ଼ିଶାରେ ୨୨.୯ ପ୍ରତିଶତ, ସିକ୍କିମରେ ୨୧.୯ ପ୍ରତିଶତ,ପଞ୍ଜାବରେ ୨୦.୬ ପ୍ରତିଶତ ଏବଂ ମହାରାଷ୍ଟ୍ରରେ ୨୦.୩ ପ୍ରତିଶତ ରହିଛି।

ଖାଦ୍ୟ ସବସିଡି ପାଇଁ ୨.୨୮ ଲକ୍ଷ କୋଟି ଖର୍ଚ୍ଚ ଅପରପକ୍ଷରେ ମଧ୍ୟପ୍ରଦେଶରେ ଏହି ହାର ୦.୫ ପ୍ରତିଶତ, ଜମ୍ମୁ ଏବଂ କାଶ୍ମୀରରେ ୦.୩ ପ୍ରତିଶତ, ହରିୟାଣା ଏବଂ ଦିଲ୍ଲୀରେ ପ୍ରତ୍ୟେକରେ ୧ ପ୍ରତିଶତ ଏବଂ ରାଜସ୍ଥାନରେ ୧.୮ ପ୍ରତିଶତ ରହିଛି।

ଉତ୍ତର ପ୍ରଦେଶରେ ଜାତୀୟ ହାର ତୁଳନାରେ ଅଯୋଗ୍ୟ ହିତାଧିକାରୀଙ୍କ ଅନୁପାତ କମ୍ ଥିବା ରିପୋର୍ଟ କରାଯାଇଛି।

ଗ୍ରାମୀଣ କ୍ଷେତ୍ରରେ ଅଯୋଗ୍ୟତା ହାର ୧୨.୫ ପ୍ରତିଶତ ଏବଂ ସହରାଞ୍ଚଳରେ ୧୫.୬ ପ୍ରତିଶତ ରହିଛି।

ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ଖାଦ୍ୟ ସବସିଡି ପାଇଁ ୨.୨୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ଅପଡେଟ୍ କରିବାର ପଦ୍ଧତିରେ ପାର୍ଥକ୍ୟ ରିପୋର୍ଟରେ ଏହା ମଧ୍ୟ ସ୍ୱୀକାର କରାଯାଇଛି ଯେ, ରାଜ୍ୟଗୁଡ଼ିକର ଯୋଗ୍ୟତା ନିୟମ ଏବଂ ସେମାନେ ହିତାଧିକାରୀଙ୍କ ତଥ୍ୟକୁ ଅପଡେଟ୍ କରିବାର ପଦ୍ଧତିରେ ପାର୍ଥକ୍ୟ ଏହି ବିସଙ୍ଗତିର ଏକ ପ୍ରମୁଖ କାରଣ ହୋଇପାରେ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ପରିବାରଗୁଡ଼ିକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି।

ପ୍ରଥମ ବର୍ଗ ହେଉଛି ଅନ୍ତ୍ୟୋଦୟ ଅନ୍ନ ଯୋଜନା।

ଦ୍ୱିତୀୟ ବର୍ଗ ହେଉଛି ପ୍ରାଥମିକତା ପରିବାର।

Pakistan: ପାକିସ୍ତାନ ସେନାକୁ ଆର୍ଥିକ ସହାୟତା ଦେବା ଉଚିତ୍ ନୁହେଁ: ଆମେରିକୀୟ ପାଣ୍ଠି ପ୍ରଦାନକୁ ବିରୋଧ କଲେ ସିନେଟର ଅବଦୁଲ ଅଲ୍ ସୟଦ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଗରିବ ପରିବାରକୁ ପ୍ରତି ମାସରେ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିଥାଏ।

ପ୍ରାଥମିକତା ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତି ମାସରେ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିଥାଏ।

ସର୍ଭେ ଅନୁଯାୟୀ, ଅନ୍ତ୍ୟୋଦୟ ପରିବାର ମଧ୍ୟରେ ଅଯୋଗ୍ୟତା ହାର ୧୨.୧ ପ୍ରତିଶତ ଥିବାବେଳେ ଯେତେବେଳେ ପ୍ରାଥମିକତା ପରିବାର ମଧ୍ୟରେ ଏହା ୧୩.୪ ପ୍ରତିଶତ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)