Indian Children: ଆମେରିକା ହେପାଜତରେ ୪ ବର୍ଷରେ ୧,୩୮୯ ଭାରତୀୟ ପିଲା

Nov 23, 2026 - 13:26
Indian Children: ଆମେରିକା ହେପାଜତରେ ୪ ବର୍ଷରେ ୧,୩୮୯ ଭାରତୀୟ ପିଲା

ନୂଆଦିଲ୍ଲୀ/ୱାସିଂଟନ: ଆମେରିକା ବର୍ତ୍ତମାନ ବେଆଇନ ପ୍ରବାସୀ ଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି।

ଏହି ସମୟରେ ଭାରତରୁ ଅଭିଭାବକଙ୍କ ବିନା ଆମେରିକା ଯାଇଥିବା ପିଲାମାନଙ୍କ ସମ୍ପର୍କରେ ଏକ ଆଲୋଡ଼ନ ସୃଷ୍ଟିକାରୀ ପରିସଂଖ୍ୟାନ ସାମ୍ନାକୁ ଆସିଛି।

ଆମେରିକା ରେ ଆର୍ଥିକ ବର୍ଷ ୨୦୨୩ ପରଠାରୁ ଗତ ୪ ବର୍ଷ ମଧ୍ୟରେ ୧,୩୮୯ ଜଣ ଏକୁଟିଆ ଥିବା ଭାରତୀୟ ପିଲାଙ୍କୁ ଅଟକ ରଖାଯାଇଛି।

ଏହି ପିଲାମାନଙ୍କୁ ଏପର୍ଯ୍ୟନ୍ତ ଦେଶକୁ ଫେରାଯାଇ ନାହିଁ।

ସେମାନଙ୍କୁ ନା ଭାରତକୁ ଫେରା ଯାଉଛି ନା ସେମାନଙ୍କୁ ଫେରାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉଛି।

ପ୍ରବାସୀମାନଙ୍କ ବିରୋଧରେ କଠୋର ଅଭିଯାନ ଯୋଗୁଁ ଆମେରିକାରେ ଏକୁଟିଆ ରହୁଥିବା ଭାରତୀୟ ପିଲାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

Advertisment ୭୨୨ ଭାରତୀୟ ପିଲା ଅଭିଭାବକଙ୍କ ବିନା ମିଳିଥିବା ରେକର୍ଡ ଆର୍ଥିକ ବର୍ଷ ୨୦୨୩ରେ ଆମେରିକାରେ ୭୩୦ ଜଣ ଭାରତୀୟ ପିଲାଙ୍କୁ ଗିରଫ କରାଯାଇଥିଲା।

ସେହିପରି, ଆର୍ଥିକ ବର୍ଷ ୨୦୨୪ରେ ୫୧୭ ଜଣ, ଆର୍ଥିକ ବର୍ଷ ୨୦୨୫ରେ ୯୧ ଜଣ, ଆର୍ଥିକ ବର୍ଷ ୨୦୨୬ରେ ୫୧ ଜଣ ଏବଂ ଆମେରିକା ଆର୍ଥିକ ବର୍ଷ ୨୦୨୭ର ପ୍ରଥମ ମାସ ଅକ୍ଟୋବର ୨୦୨୬ରେ ୨ ଜଣ ପିଲାଙ୍କୁ ଅଟକ ରଖାଯାଇଥିଲା।

ଏହି ତଥ୍ୟ ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷାରୁ ମିଳିଛି।

ଆମେରିକା କର୍ତ୍ତୃପକ୍ଷ ଆର୍ଥିକ ବର୍ଷ ୨୦୨୪ରେ ୧ ଲକ୍ଷ ୧୦ ହଜାର ପିଲାଙ୍କର ତଥ୍ୟ ରେକର୍ଡ କରିଥିଲେ।

ସେହିପରି ଆର୍ଥିକ ବର୍ଷ ୨୦୨୫ରେ ୨୯,୫୮୪, ଆର୍ଥିକ ବର୍ଷ ୨୦୨୬ରେ ୯,୧୯୦ ପିଲା ଏବଂ ଅକ୍ଟୋବର ୨୦୨୬ରେ ୭୨୨ ଭାରତୀୟ ପିଲା ଅଭିଭାବକଙ୍କ ବିନା ମିଳିଥିବା ରେକର୍ଡ କରିଛନ୍ତି।

ଆର୍ଥିକ ସହାୟତା ଯୋଗାଇବାରେ ଆମେରିକା ସାମିଲ ହେବା ଉଚିତ୍ ନୁହେଁ ଗୁଜରାଟର ମେହସାଣା ଜିଲ୍ଲାର କଡି ସହରର ଜଣେ ବ୍ୟବସାୟୀଙ୍କୁ ୨୦୧୨ ମସିହାରେ ଆମେରିକାରୁ ନିର୍ବାସିତ କରାଯାଇଥିଲା।

ସେ କହିଛନ୍ତି ଯେ, ତାଙ୍କର ୧୭ ବର୍ଷୀୟ ପୁଅ ୧୨ ବର୍ଷ ବୟସରୁ ଟେକ୍ସାସରେ ରହୁଛି।

ସେ ପୁଅର ଶରଣ ଶୁଣାଣିରେ ଯୋଗ ଦେବାକୁ ଭୟ କରୁଛନ୍ତି।

ସେ ଭୟ କରୁଛନ୍ତି ଯେ, ତାଙ୍କୁ ଧରାଯାଇ ଭାରତକୁ ଫେରାଇ ଦିଆଯିବ।

ପୁଅ ଗୁପ୍ତ ଭାବରେ ଏକ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଏବଂ ଏକ ଧାର୍ମିକ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ରହୁଛନ୍ତି।

୨୦୨୬ ଆର୍ଥିକ ବର୍ଷରେ ଆମେରିକା କର୍ତ୍ତୃପକ୍ଷ ଭାରତୀୟ ନାଗରିକଙ୍କ ସହିତ ଜଡିତ ୩୦,୫୨୮ଟି ମାମଲା ରେକର୍ଡ କରିଛନ୍ତି।

ଅବୈଧ ପ୍ରବାସ କ୍ଷେତ୍ରରେ ଭାରତ ୨୧ଟି ଦେଶ ମଧ୍ୟରେ ମେକ୍ସିକୋ ଏବଂ କାନାଡା ପରେ ତୃତୀୟ ସ୍ଥାନରେ ଅଛି।

ଧରାପଡ଼ିଥିବା ଭାରତୀୟ ପିଲାମାନଙ୍କୁ ଶିଶୁ କଲ୍ୟାଣ ଏବଂ ଆଶ୍ରୟ ବ୍ୟବସ୍ଥାର ଅଂଶ ଭାବରେ ଶରଣାର୍ଥୀ ପୁନର୍ବାସ କାର୍ଯ୍ୟାଳୟର ତତ୍ତ୍ୱାବଧାନରେ ରଖାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)