Rathkhala: ରଥଖଳା: ସଂଯୋଗ ହେଲା ବଡ଼ଧରା ପୋଟଳ

Jun 15, 2026 - 07:15
Rathkhala: ରଥଖଳା: ସଂଯୋଗ ହେଲା ବଡ଼ଧରା ପୋଟଳ

"ପୁରୀ: ରଥ ନିର୍ମାଣର ଆଜି ଥିଲା ୫୫ତମ ଦିବସ।

ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ଆଜି ତିନି ରଥ‌ରେ ବଡଧରା ପୋଟଳ ସଂଯୋଗ ହୋଇଛି।

ଏହାପରେ ୧୩ ପରସ୍ତ ପୋଟଳ ଲଗାଯିବ।

ଏଥି ନିମନ୍ତେ ପୋଟଳ କାମ କରାଯାଉଛି।

ରଥ ତ୍ରୟର ଉପରିଭାଗ ବେଦି ସମ୍ମୁଖ ଭାଗକୁ ଛାଡି ଆଗ ଓ ପଛ ପାର୍ଶ୍ବରେ ତାଗ ବାଡ଼ିଆ ଯାଉଛି।

ରଥର ବେଦି ଚାରିପାଖରେ ପଟା ବାଡ଼ିଆ କାର୍ଯ୍ୟ କରାଯାଉଛି।

ରଥ ଚାଳିରେ କଇଁଚି ହଣା କାର୍ଯ୍ୟ ଏବଂ ପାରାଭାଡ଼ି କାମ ଛାଲୁ ରହିଛି।

Advertisment Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା ନନ୍ଦିଘୋଷ ରଥର ମହାରଣା ଓ ଭୋଇ ସେବକମାନେ ମିଶି ନନ୍ଦିଘୋଷ ରଥର ପଛ ଆଣି କତରା ଦୁଇ ପାର୍ଶ୍ୱରେ ସଂଯୋଗ କାର୍ଯ୍ୟ ଶେଷ କରିଛନ୍ତି।

ରୂପକାର ସେବକମାନେ ରୂପ ଖୋଦେଇ ଶେଷ କରି ନାଟ ଗୋଡ଼ ରୂପର ପଲିସ୍‌ କାର୍ଯ୍ୟ ସହ ବାକି ନାଟ ଗୋଡ଼ଗୁଡିକରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ କରୁଛନ୍ତି।

ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ କଇଁଚି କଣ୍ଟା ନିର୍ମାଣ କରୁଛନ୍ତି।

ପୋଟଳ ପାଇଁ ଗୋଡ଼ି ଛାଲ, ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି।

ଦୋଳବେଦିଠାରେ ପାହି ମହାରଣାମାନେ ରଥଯାତ୍ରାରେ ଠାକୁରଙ୍କ ସେବା ପୂଜା ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।

ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି, ସଖୀ, ଓଲଟ ଶୁଆ, ଦେବାଦେବୀ ଆସ୍ଥାନ ଫ୍ରେମ୍ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

Rukuna Ratha: ପଡ଼ିରହିଛି ୪ ବର୍ଷର ରୁକୁଣା ରଥଚକ: ପୁରୁଣା ବ୍ୟବହାର ହେଉନି ନୂଆ କିଣାଯାଉଛି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।