Rathkhala: ରଥଖଳା: ସଂଯୋଗ ହେଲା ଦୁଆର ବେଢ଼ା
"ପୁରୀ: ରଥ ନିର୍ମାଣର ଆଜି ଥିଲା ୭୩ତମ ଦିବସ।
ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ତିନିରଥର ବେଦି ସିଂହାସନ ସମେତ ବେଦି ଚତୁଃପାର୍ଶ୍ବରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି।
୧୨ଟି ଦୁଆରବେଢ଼ା ସହ ୨୪ଟି ନାଟଗୋଡ଼କୁ ଦୁଆରବେଢ଼ାରେ ସଂଯୁକ୍ତ କରାଯାଇଛି।
ଭୋଇ ସେବକମାନେ ତିନି ରଥର ଦୁଆରବେଢ଼ା ସଂଯୋଗ କରିବା ପରେ ପରମ୍ପରା ଅନୁଯାୟୀ ସପ୍ତମ ହରିବୋଲ ପକାଇଛନ୍ତି।
ସିଂହାସନ ବେଦି ଉପର ପ୍ରଥମଭୂଇଁ ମଧ୍ୟଭାଗରେ କନକମୁଣ୍ଡି ବସାଯାଇଛି।
କନକମୁଣ୍ଡିରୁ ୪ଟି କାଣ୍ଡ ଏବଂ ୨୦ଟି ରୁଅ ସେଟିଂ କରାଯାଇଛି।
ବର୍ଷା ପାଣି ନ ପଡ଼ିବା ପାଇଁ ସେଥିରେ ପିତ୍ତଳ ଚଦର ଆବରଣ ପକାଯିବ।
Advertisment Ratha yatra: ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର: ରତ୍ନଭଣ୍ଡାର ଗଣତିମଣତି ସ୍ଥଗିତ, ନୀଳାଦ୍ରି ବିଜେ ପରେ ନିଷ୍ପତ୍ତି ରଥରେ ଋଷି ପଟା ସଂଯୋଗ ଶେଷ ହୋଇଛି।
ଆଠଟି ଲେଖାଏଁ ଋଷି ପଟା ସଂଯୋଗ ଶେଷ ହୋଇଛି।
ସିଂହାସନରୁ ଓହ୍ଲାଇବା ଏବଂ ସିଂହାସନକୁ ବିଜେ ପାଇଁ ଶାଳକାଠର ନୂତନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି।
ମହାରଣା ସେବକମାନେ ଜାରି ରଖିଥିବା ଦୁଇଟି ଲେଖାଏଁ ୩୦/୩୧ ଫୁଟିଆ ମାଲ କାଠର ଚଉପଟ କାର୍ଯ୍ୟ ସହ ରଞ୍ଜା ମରା କାର୍ଯ୍ୟ ଶେଷ କରିଛନ୍ତି।
ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି।
ଏଥିସହ ଦାଗ ରହିଥିବା ସ୍ଥାନରେ ଚିତ୍ରକାର ସେବକ ପୁଟୁଣି ଦେଇ ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି।
ଚିତ୍ରକାର ସେବକଙ୍କୁ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ପାଇଁ ହସ୍ତାନ୍ତର କରିଛନ୍ତି।
ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବାଦେବୀ ମୂର୍ତ୍ତି, ସମସ୍ତ ହଂସ ପଟା, ୬ଟି ଶୁଆ, ୩ଟି ଅଁଳା, ତିନିରଥର ସଖୀ, ତିନିରଥର ଦେବ ଦେବୀ ଆସ୍ଥାନ ଫ୍ରେମ୍ ବା ଶିଖର ଡମ୍ବରୁ, ୬ଟି କଳସ, ୩ଟି ପିତଳ କଳସ,୧୨ଟି ଘଣ୍ଟି, ତିନିରଥର ୮ ଟି ଲେଖାଏଁ ହାତୀ ପଟା ଓ ମଗର ପଟା, ଠେକେରା ବାଡ଼ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।
ତିନିରଥର ବାହ୍ୟ ଅଂଶଗୁଡ଼ିକରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା"