Youth Dead: ପର୍ଯ୍ୟଟନସ୍ଥଳୀରେ ଅଘଟଣ: ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ

Jul 03, 2026 - 09:08
Youth Dead: ପର୍ଯ୍ୟଟନସ୍ଥଳୀରେ ଅଘଟଣ: ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ

"ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି–ଡୋକରିଚଞ୍ଚରାରେ ଅଘଟଣ ଘଟିଛି।

ଡୋକରି ପାହାଡ଼ରୁ ଖସି ପଡ଼ି ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏ ନେଇ ସ୍ଥାନୀୟ ଖଲିଗଡ଼ ଗ୍ରାମବାସୀ ସନ୍ଧ୍ୟା ସମୟରେ ସୂଚନା ଦେଇଛନ୍ତି।

ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ ।

Advertisment ଘଟଣାସ୍ଥଳ ନିକଟରୁ ସିଜି–୦୪–ଏଲଏସ–୮୨୯୩ ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲ ଠାବ ହୋଇଛି।

ଯୁବକ ଜଣକ ଏକାକୀ ଆସିଥିଲେ ନା ତାଙ୍କ ସହ ଅନ୍ୟ କେହି ଥିଲେ ଏବଂ କେଉଁ ପରିସ୍ଥିତିରେ ପାହାଡ଼ରୁ ଖସିପଡ଼ି ତାଙ୍କ ମୃତ୍ୟୁ ଘଟିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ମୃତଦେହ ଉଦ୍ଧାର ହୋଇନାହିଁ ଘଟଣା ସମ୍ପର୍କରେ ଆମପାଣି ପୁଲିସକୁ ପଚାରିବାରୁ କହିଛନ୍ତି ଯେ, ସୂଚନା ପୁଲିସକୁ ମିଳିଛି।

ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ।

ତେବେ ଖବର ଲେଖାଯିବା ସୁଦ୍ଧା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିନଥିବା ବେଳେ ମୃତଦେହ ଉଦ୍ଧାର ହୋଇପାରିନାହିଁ।

ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

Farmers Crisis: କାମରେ ଆସୁନି ଡିପ୍‌ ବୋର୍‌ୱେଲ ଯୋଜନା: ଦୁଇ ବର୍ଷରେ ହୋଇଛି କେବଳ ୬୯୪ ବୋରୱେଲ୍‌ "