Hirakud: ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର

Jul 03, 2026 - 11:06
Hirakud: ହୀରାକୁଦ ବୁଡ଼ି ଅଞ୍ଚଳ ଚାଷୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ରବି ଧାନ କିଣିବାକୁ ଅନୁମତି ଦେଲେ ରାଜ୍ୟ ସରକାର

"ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାରର 'ବୁଡ଼ି ଅଞ୍ଚଳ' ରେ ଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି।

ଚଳିତ ୨୦୨୫-୨୬ ରବି ଋତୁରେ ଏହି ଜମିରେ ଚାଷ କରିଥିବା ୭୯୬ ଜଣ ଚାଷୀଙ୍କୁ ଏକ ସ୍ୱତନ୍ତ୍ର କ୍ଷେତ୍ର ଭାବେ ଗ୍ରହଣ କରି ସେମାନଙ୍କ ଧାନ ସରକାରୀ ମଣ୍ଡିରେ ବିକ୍ରି କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିଛି।ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ପ୍ରସ୍ତାବକୁ ଗମ୍ଭୀରତାର ସହ ବିଚାର କରି ରାଜ୍ୟ ସରକାର ଏହି ମାନବୀୟ ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ଅତିରିକ୍ତ ସଚିବ ସୁଦାମ ଚରଣ ମଣ୍ଡଳ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment Dead Body Found: ରାସ୍ତାକଡ଼ରୁ ଡ୍ରାଇଭରଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଜାରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ଏହି ୭୯୬ ଜଣ ଚାଷୀଙ୍କ ନାମ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି  ମାଧ୍ୟମରେ 'ପି-ପାସ୍‌' (P-PAS) ପୋର୍ଟାଲ୍‌ରେ ପଞ୍ଜୀକୃତ କରାଯିବ।

ଚାଷୀମାନେ ଯେପରି ସେମାନଙ୍କର ବଳକା ରବି ଧାନ ସହଜରେ ବିକ୍ରି କରିପାରିବେ, ସେଥିପାଇଁ ମାତ୍ର ୨ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏହି କାର୍ଯ୍ୟକୁ 'ଅତ୍ୟନ୍ତ ଜରୁରୀ'  ବୋଲି ଦର୍ଶାଯାଇଛି।

ବୈଷୟିକ ସହାୟତା ପାଇଁ ଓଡ଼ିଶା ମହାକାଶ ବ୍ୟବହାର ପ୍ରୟୋଗ କେନ୍ଦ୍ର ଏବଂ ବିଭାଗୀୟ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।

ସ୍ୱତନ୍ତ୍ର ଅନୁକମ୍ପା ମୂଳକ ପଦକ୍ଷେପ ଏହି ନିଷ୍ପତ୍ତି କେବଳ ଚଳିତ ବର୍ଷ ପାଇଁ ଏକ ସ୍ୱତନ୍ତ୍ର ଅନୁକମ୍ପାମୂଳକ ପଦକ୍ଷେପ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ଏଥିସହ ସମ୍ପୃକ୍ତ ଚାଷୀଙ୍କୁ ଚେତାବନୀ ଦିଆଯାଇଛି ଯେ, ଆଗାମୀ ଦିନରେ ସେମାନେ ଆଉ କୌଣସି ସରକାରୀ କିମ୍ବା ବୁଡ଼ି ଅଞ୍ଚଳ ଜମିରେ ଧାନ ଚାଷ କରିପାରିବେ ନାହିଁ।

ଯଦି ଭବିଷ୍ୟତରେ ଏଭଳି ବେଆଇନ ଜମିରେ ଚାଷ କରାଯାଏ, ତେବେ ସରକାରୀ ମଣ୍ଡିରେ ସେହି ଧାନକୁ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି "୧୧୨୫୧" ପତ୍ର ସଂଖ୍ୟା ବିଶିଷ୍ଟ ସରକାରୀ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଚିଠିର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତି ନିମନ୍ତେ ପ୍ରେରଣ କରାଯାଇଛି।

"