03 JULY 2026

Welcome!

Unlock your personalized experience.
Sign Up

Buddha Vihar: ପତିଆରା ଲଢ଼େଇ: ବୁଦ୍ଧବିହାରରେ ବୁଲିଲା ଖଣ୍ଡା

Jul 03, 2026 - 07:33
Buddha Vihar: ପତିଆରା ଲଢ଼େଇ: ବୁଦ୍ଧବିହାରରେ ବୁଲିଲା ଖଣ୍ଡା

ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ବୁଦ୍ଧବିହାରର ବୁଦ୍ଧ ପାର୍କ ନିକଟରେ ଆଜି ଅପରାହ୍ନରେ କିଛି ଯୁବକ ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ଏପରି ପରିସ୍ଥିତି ଉପୁଜି ଥିଲା ଯେ ପ୍ରମୁଖ ରାସ୍ତାରେ କିଛି ସମୟ ପାଇଁ ଲୋକଙ୍କ ଯିବାଆସିବା ବନ୍ଦ ହୋଇଯାଇଥିଲା।  ପୁଲିସ ପହଞ୍ଚି ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗତକାଲି ଭୋଜିରେ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ପରେ ଆଜି ନିଜ ପତିଆରା ପାଇଁ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।  

Horoscope 2026 July 03: ଜାଣନ୍ତୁ ଆଜିର ରାଶିଫଳ...

ପୁଲିସର ସୂଚନା ଅନୁସାରେ ପୂର୍ବରୁ ପ୍ରେମ ବ୍ୟାପାରକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଗତକାଲି ଗୋଟିଏ ଗୋଷ୍ଠୀ ଭୋଜି କରୁଥିବା ବେଳେ ଅପରପକ୍ଷ ସେଠାରେ ପହଞ୍ଚିଥିଲା। ‌ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆଜି ଅପରାହ୍ନରେ  ଅପରାହ୍ନରେ ବୁଦ୍ଧବିହାରର ବୁଦ୍ଧ ପାର୍କ ନିକଟରେ ଗୋଟିଏ ଗୋଷ୍ଠୀର ଯୁବକମାନେ ଛିଡ଼ା ହୋଇଥିବା ବେଳେ ଅପରପକ୍ଷର ଯୁବକମାନେ ଖଣ୍ଡା କଟୁରୀ ଆଦି ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ମାତ୍ରଅନ୍ୟ ଗୋଷ୍ଠୀର ପିଲାମାନେ ଆକ୍ରମଣରୁ ବର୍ତ୍ତିବା ପାଇଁ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ସଂପୃକ୍ତ ଯୁବକମାନେ ମାରଣାସ୍ତ୍ର ଧରି ସେମାନଙ୍କ ପଛ‌ରେ ଗୋଡ଼ାଇଥିଲେ। ଫଳରେ  ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ଘଟଣାର ଭିଡିଓ ଉତ୍ତୋଳନ କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପିସିଆର୍‌ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରେ ଫେରାର ହୋଇଯାଇଥିଲେ।

Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ