Rathkhala: ରଥଖଳା: ଚାଲିଛି ଦୁଆର ବେଢ଼ା ଚିତ୍ର କାର୍ଯ୍ୟ
ପୁରୀ: ରଥ ନିର୍ମାଣ ୬୬ ତମ ଦିନରେ ପହଞ୍ଚିଛି। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ କାମ ଆରମ୍ଭ କରିଥିଲେ। ଗତକାଲି ତିନିରଥର ଖପୁରି ସମେତ ପାରାଭାଡ଼ିକୁ ମିଶାଇ ପୋଟଳ ସେଟିଂ କାର୍ଯ୍ୟ ଶେଷ ହୋଇଥିଲା। ଆଜି ବାହୁଟ ଫାଳିଆ କାର୍ଯ୍ୟ କରାଯାଉଛି। ଏହା ବେଦି ସିଂହାସନରେ ସଂଯୋଗ ହେବ। ଦୁଆର ବେଢ଼ା ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବେଦି ସିଂହାସନ କାର୍ଯ୍ୟ ଚାଲୁ ରହିଛି। ଗତକାଲି ଅନୁକୂଳ ପୂଜା ସହ ତିନିରଥ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିସହ ବେଦିରେ ଜଗତ ପୃଷ୍ଠ ଶେଣି କାମ ଚାଲିଛି। ସିଂହାସନ ପ୍ରସ୍ତୁତି ପାଇଁ ଚାରି ନାହାକା ଆଗ ପଛ ଢମକରେ ପାଞ୍ଚଟି ଲେଖାଏଁ ୨୦ ଫୁଟିଆ ଜଗତ ପୃଷ୍ଠ ଶେଣି ପଡ଼ି କଣ୍ଟା ବାଡ଼ିଆ ଶେଷ ହୋଇଛି।
Lord Jagannath: ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି
ଚିତ୍ରକାର ସେବକମାନେ ଗୋଟିଏ ଗୋଟିଏ ସିଂହାସନ ମୁହାଁଟିର ପ୍ରାଇମର୍ ଦେବା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ତିନିରଥର ଶେଷ ହୋଇଥିବା ବାକି ୧୨ଟି ନାଟ ଗୋଡ଼ରେ ରଙ୍ଗ ପାଇଁ ପ୍ରାଇମର୍ ଦେବା କାର୍ଯ୍ୟ ଶେଷ କରିଛନ୍ତି। ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଗୁଡ଼ିକରେ ରଙ୍ଗ କାର୍ଯ୍ୟ ସହ କଳସ, ଠେକେରା ବାଡ଼, କନ୍ୟା ପଟାରେ ରଙ୍ଗ କାର୍ଯ୍ୟ କରାଯାଉଛି। ରଥ ଗୁଜ, ଚକ, ଦଣ୍ଡା ଇତ୍ୟାଦି ବାହ୍ୟ ଅଂଶଗୁଡ଼ିକରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଶେଷ କରିଛନ୍ତି। ପ୍ରଭା କଣ୍ଟା, ସିଂହାସନ ଗୁଣ୍ଠି କଣ୍ଟା ନିର୍ମାଣ ଶେଷ କରିଛନ୍ତି।