Ratha yatra: ରଥ ଅନୁକୂଳ-ପ୍ରତିଷ୍ଠା କାର୍ଯ୍ୟ କରନ୍ତି ପୁରୋହିତ
"ପୁରୀ: ରଥ ଗଢ଼ନ୍ତି ସପ୍ତ ରଥକାର, କିନ୍ତୁ ରଥ ଗଢ଼ା ପର୍ବର ଅନୁକୂଳ କରନ୍ତି ଦେଉଳ ପୁରୋହିତ।
କୋଟି କୈବଲ୍ୟନାଥ ରଥରେ ବିଜେ କରୁଥିବାରୁ ରଥ ଗଢ଼ିବା ପାଇଁ ସ୍ବତନ୍ତ୍ର ବିଧିବିଧାନକୁ ଅନୁକରଣ କରାଯାଏ।
ମନ୍ତ୍ର ଓ ହୋମ ଆଦିରେ କାଠ ଅଭିମନ୍ତ୍ରିତ ହୋଇ ରଥ ନିର୍ମାଣ ଆରମ୍ଭ ହୁଏ।
ଶ୍ରୀମନ୍ଦିର ସ୍ବତ୍ବଲିପି ମୁତାବକ, ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ମୁକ୍ତିମଣ୍ଡପର ନାୟକ ହୋଇଥିବା ବେଳେ ଦେଉଳ ପୁରୋହିତ ମୁକ୍ତିମଣ୍ଡପର ଅଧିକାରୀ ଭାବେ ପ୍ରତିନିଧିତ୍ବ କରନ୍ତି।
ମୁଖ୍ୟତଃ ରଥ ଅନୁକୂଳ ଓ ରଥ ପ୍ରତିଷ୍ଠା ବେଳେ ଦେଉଳ ପୁରୋହିତଙ୍କ ମୁଖ୍ୟ ସମ୍ପୃକ୍ତି ରହିଥାଏ।Advertisment Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ତଥା ରଥ ଅନୁକୂଳ କାର୍ଯ୍ୟ ପୂର୍ବରୁ ହୋମ କାର୍ଯ୍ୟ ଦେଉଳ ପୁରୋହିତଙ୍କ ଦ୍ବାରା କରାଯାଏ।
ଦେଉଳ ପୁରୋହିତ ସିଦ୍ଧେଶ୍ବର ମହାପାତ୍ରଙ୍କ ଉକ୍ତି ମୁତାବକ, ରଥର ମୂଳଦୁଆ ପଡ଼ିବା ପୂର୍ବରୁ ପବିତ୍ର ହୋମଯଜ୍ଞ କରାଯିବା ବିଧି ସମ୍ମତ।
ତେଣୁ ଶ୍ରୀନଅର ସମ୍ମୁଖରେ ରଥଖଳାରେ କୋଠ ସୁଆଁସିଆଙ୍କ ଦ୍ବାରା ନିର୍ମିତ ଛାମୁଡିଆ ତଳେ ରଥ କାଠ ଅନୁକୂଳ ପାଇଁ ୩ଟି କାଠ ସହ ଏକ ହୋମଶାଳା କରାଯାଇଥାଏ। ଦେଉଳ ପୁରୋହିତ ଓ ଅନ୍ୟ ବ୍ରାହ୍ମଣମାନଙ୍କ ଦ୍ବାରା ହୋମ ବିଧି ହୋଇଥାଏ।
ଏହି ପରିପ୍ରେକ୍ଷୀରେ ଚନ୍ଦନ ଯାତ୍ରା ପାଇଁ ମହାପ୍ରଭୁ ଚାପ ପଟୁଆରରେ ଶ୍ରୀମନ୍ଦିରରୁ ବାହାରି ଆସିବା ବେଳେ ରଥଖଳା ନିକଟରେ ଅଟକନ୍ତି।
ତିନି ପୂଜାପଣ୍ଡା ସାମନ୍ତ ତିନିଟି ଆଜ୍ଞାମାଳ ନେଇ ଆସିଥାଆନ୍ତି।
ଚାନ୍ଦୁଆ ତଳେ ଥିବା କାଠ ଗଡ଼ରେ ଆଜ୍ଞାମାଳ ଅର୍ପଣ କରାଯାଏ।
ତିନି ରଥର ମୁଖ୍ୟ ବାଡ଼ଗ୍ରାହୀ ମହାରଣା ବିଶ୍ବକର୍ମାଙ୍କୁ ଫୁଲ, ନଡ଼ିଆ ପ୍ରଦାନ କରି ରଥ ନିର୍ମାଣ ଉଦ୍ଦେଶ୍ୟରେ ଦେଉଳ ପୁରୋହିତ ବରଣ କରିଥାଆନ୍ତି।
Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ ପରେ କମାର ସେବକଙ୍କ ଦ୍ବାରା ନିର୍ମିତ ଏବଂ ମା" ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ତିନିଟି ଛୋଟ କୁରାଢ଼ିରେ ପ୍ରଥମେ ଦେଉଳ ପୁରୋହିତମାନେ ୩ଟି ଅସନ କାଠକୁ ସ୍ପର୍ଶ କରିଥାଆନ୍ତି।
ଏହା ପରେ ରଥ ମହାରଣାମାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାଆନ୍ତି।
ସେହିଭଳି ରଥ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଐଶାନ୍ୟ କୋଣ ତଥା ଆନନ୍ଦ ବଜାର ତଳ ପାର୍ଶ୍ବରେ ଥିବା ଚାହାଣି ମଣ୍ଡପରେ ତିନି ଜଣ ପୁରୋହିତ ତିନି ରଥର ପ୍ରତିଷ୍ଠା ପାଇଁ ହୋମ କାର୍ଯ୍ୟ କରିଥାଆନ୍ତି।
ଚାହାଣି ମଣ୍ଡପ ତଳେ ଦେଉଳ ପୁରୋହିତଙ୍କ ଦ୍ବାରା ଅଙ୍କୁରାରୋପଣ ଓ ଅଧିବାସ କର୍ମ କରାଯାଏ।
ଦେଉଳ ପୁରୋହିତମାନେ ଅନ୍ୟ ବ୍ରାହ୍ମଣଙ୍କ ସହ ବଜ୍ରାସନରେ ବସି ହୋମ ତଥା ହବନ କାର୍ଯ୍ୟ କରନ୍ତି।
ପରେ ଘଣ୍ଟ, ଛତି, କାହାଳୀର ପଟୁଆରରେ ତିନି ପୁରୋହିତ ପଟୁଆରରେ ଯାଇ ରଥ ପ୍ରତିଷ୍ଠା କରନ୍ତି।
ବଳଭଦ୍ରଙ୍କ ରଥରେ କାଠରେ ପ୍ରସ୍ତୁତ ହଳ ମୁଷଳ, ଜଗନ୍ନାଥଙ୍କ ରଥରେ କପିଧ୍ବଜ, ଶଙ୍ଖ ଚକ୍ର, ସୁଭଦ୍ରାଙ୍କ ରଥରେ ପଦ୍ମ ପିଣ୍ଡି ଉପରେ ରଖାଯିବା ପରେ ପବିତ୍ର ଜଳ ସିଞ୍ଚନ କରି ବେଦମନ୍ତ୍ର ଧ୍ବନି ମଧ୍ୟରେ ଦେଉଳ ପୁରୋହିତ ରଥ ପ୍ରତିଷ୍ଠା କରିଥାଆନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।