Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ଆପଣଙ୍କର କୌଣସି କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା କାରଣରୁ ସମସ୍ୟା ହେବ।
ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚ ପଦବିକୁ ମନୋନୀତ ହୋଇପାରନ୍ତି।
ବେପାରରେ ବଢ଼ିଆ ଧନଲାଭ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଦିଆଯାଇଥିବା କାମକୁ ନିର୍ଦ୍ଧାରିତ ସମୟରେ ପୂରା କରନ୍ତୁ।
ବ୍ୟବସାୟରେ ନୂଆ ନୂଆ ଯୋଜନା ଲାଗୁ କରିବେ।
ମହିଳାଙ୍କୁ ଘର କାମରେ ବିଶ୍ରାମ ମିଳିବ।
ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ଚାକିରିଜୀବୀ ଉନ୍ନତି ଅବସର ପାଇବେ।
ବାପା ଆପଣଙ୍କ ବ୍ୟବସାୟ ବଢ଼ାଇବା ପାଇଁ ଧନ ଖର୍ଚ୍ଚ କରିବେ।
ଜୀବନସାଥୀ ସହିତ ମିଶି ପରିବାର ପାଇଁ ଭଲ କାମ କରିବେ।
ବନ୍ଧୁ ସହିତ ସମ୍ବନ୍ଧ ମଜଭୁତ ହେବ। କର୍କଟ: ନୂଆ କାମ କରିବା ଲଗି ସମୟ ଭଲ ରହିବ।
କାନୁନ ମାମଲରେ ଜିତିବାର ଯୋଗ ଅଛି।
ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି।
ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ଛାତ୍ରଛାତ୍ରୀ ଲେଖାପଢ଼ାରେ ଧ୍ୟାନ ଲଗାଇ ରୁହନ୍ତୁ।ସିଂହ: ଅଫିସରେ ଦେଇଥିବା କାମକୁ ପୂରା ସଚ୍ଚୋଟତା ଓ ନିଷ୍ଠାର ସହିତ କରନ୍ତୁ ଆପଣଙ୍କର ଦରମା ବୃଦ୍ଧି ହୋଇପାରେ।
ଅସହାୟଙ୍କୁ ସାହାଯ୍ୟ କରିବାର ମଉକା ପାଇବେ।
ସନ୍ତାନ ଠାରୁ ସୁଖଦ ଖବର ପାଇବେ।
କନ୍ୟା: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ।
ଅଫିସରେ ମହତ୍ବପୂର୍ଣ୍ଣ ମାମଲାର କିଛି ବିଶେଷ ଲୋକଙ୍କ ସହିତ କଥାବର୍ତ୍ତା କରିବାର ମଉକା ପାଇବେ।
ଛାତ୍ରଛାତ୍ରୀ କିଛି ନୂଆ କରିବାର ଚେଷ୍ଟା କରିବେ।
ତୁଳା: ବିରୋଧୀ ଆପଣଙ୍କ କାମର ପ୍ରଶଂସା କରିବେ।
ଚାକିରିରଜୀବୀ ସହକର୍ମୀଙ୍କ ସାହାଯ୍ୟ ପାଇବେ।
ବାପା ମାଆଙ୍କ ଆଶୀର୍ବାଦରୁ କରୁଥିବା କାମର ସଫଳ ହେବେ।
ବେପାର କାମରେ ଦୂରସ୍ଥାନକୁ ଯିବେ।
ବିଛା: ବକେୟା ଅର୍ଥ ପାଇବେ।
କୌଣସି ସମାରୋହରେ ସାମିଲ ହେବେ।
ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।
ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହୋଇପାରେ।
ଧନୁ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ରାଜନୀତିକ ଲୋକଙ୍କର ସମାଜରେ ଦବଦବା ରହିବ।
ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ।
ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।
ମକର: ଆପଣ ନିଜକୁ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଓ ସବଳ ଅନୁଭବ କରିବେ।
ବନ୍ଧୁ ସହାୟତାରେ ଆୟର ଅବସର ପାଇବେ।
କରଜ ପରିଶୋଧ କରିବେ।
କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।
କୁମ୍ଭ: ଆଳସ୍ୟକୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ।
ଜୀବନସାଥୀ ସହିତ କୌଣସି ପ୍ରସଙ୍ଗକୁ ନେଇ ଆଲୋଚନା କରି ପାରନ୍ତି।
ପୁରୁଣା ଜମିବାଡ଼ିର ସମସ୍ୟା ସୃଷ୍ଟି ହୋଇପାରେ।
ମୀନ: ଚାକିରିଜୀବୀଙ୍କୁ ଅଚାନକ ଅର୍ଥର ଆବଶ୍ୟକତା ପଡ଼ିପାରେ।
ବନ୍ଧୁବର୍ଗଙ୍କ ଠାରୁ ସହାୟତା ମିଳିପାରେ।
ସକାରାତ୍ମକ ଭାବନାକୁ ସାର୍ଥକ କାମରେ ଲଗାନ୍ତୁ।
ରଚନାତ୍ମକ ପ୍ରତିଭା ସମସ୍ତଙ୍କ ସାମନାକୁ ଖୋଲିକରି ଆସିବ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।