Rare Medicinal Orchids: ଗୁପ୍ତେଶ୍ୱର ଜଙ୍ଗଲରେ ଦୁର୍ଲ୍ଲଭ ଅର୍କିଡ୍; ଗଛ ଡାଳରେ ଔଷଧୀୟ ଫୁଲ! ଯୋଡୁଛି ଭଙ୍ଗା ହାଡ଼

Nov 16, 2026 - 20:11
Rare Medicinal Orchids: ଗୁପ୍ତେଶ୍ୱର ଜଙ୍ଗଲରେ ଦୁର୍ଲ୍ଲଭ ଅର୍କିଡ୍; ଗଛ ଡାଳରେ ଔଷଧୀୟ ଫୁଲ! ଯୋଡୁଛି ଭଙ୍ଗା ହାଡ଼

ଜଙ୍ଗଲର ଗଛ ଡାଳରେ ଫୁଟୁଛି ଦୁର୍ଲ୍ଲଭ ଔଷଧୀୟ ଫୁଲ।

ଯାହା କେବଳ ପ୍ରକୃତିର ଶୋଭା ବଢ଼ାଉନି, ବରଂ ଏହା ସହ ଯୋଡ଼ି ହୋଇ ରହିଛି ଆଦିବାସୀଙ୍କ ପାରମ୍ପରିକ ଚିକିତ୍ସା ଜ୍ଞାନ।

ଆମେ କହୁଛୁ କୋରାପୁଟର ଗୁପ୍ତେଶ୍ୱର ଜଙ୍ଗଲରେ ଦେଖିବାକୁ ମିଳୁଥିବା ଦୁର୍ଲ୍ଲଭ ଅର୍କିଡ୍ କଥା।

ଯାହାର ଚେର ଓ ପତ୍ରକୁ ବିଭିନ୍ନ ଉପଚାରରେ ବ୍ୟବହାର କରିଆସୁଛନ୍ତି ସ୍ଥାନୀୟ ଆଦିବାସୀ।

ହେଲେ ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଏବେ ଏହି ଅମୂଲ୍ୟ ଉଦ୍ଭିଦ ସମ୍ପଦ ପାଇଁ ସାଜିଛି ବିପଦ।

କେମିତି ରହିଛି ଏହି ଅର୍କିଡ୍ ର ଔଷଧୀୟ ମହତ୍ତ୍ୱ?

କାହିଁକି ଜରୁରୀ ଏହାର ସଂରକ୍ଷଣ?

ଦେଖନ୍ତୁ ଏହି ରିପୋର୍ଟ।

Advertisment ଭଙ୍ଗା ହାଡକୁ ଯୋଡି ଦେଉଛି।

ଗଣ୍ଠିରୋଗ, ବାତ, ମାଂସପେଶୀ ଯନ୍ତ୍ରଣାକୁ ମୂଳରୁ ସଫା କରୁଛି।

ଇଏ କେଉଁ ମେଡିକାଲରେ ମିଳୁଥିବା ମେଡିସିନ୍ ନୁହେଁ, ଜଙ୍ଗଲରେ ଗଛ ଡାଳରେ ଥିବା ଅର୍କିଡ।

ଘଞ୍ଚ ଜଙ୍ଗଲ...

ପାହାଡ଼ିଆ ପରିବେଶ...

ଆଉ ଗଛର ଡାଳରେ ଫୁଟୁଥିବା ରଙ୍ଗବେରଙ୍ଗର ଦୁର୍ଲ୍ଲଭ ଫୁଲ।

ଏ ହେଉଛି ଜୟପୁର ବନଖଣ୍ଡର ଗୁପ୍ତେଶ୍ୱର ଜୈବବିବିଧତା କ୍ଷେତ୍ର।

ପ୍ରାୟ ୩୫୦ ହେକ୍ଟର ପରିବ୍ୟାପ୍ତ ଏହି ଜଙ୍ଗଲରେ ପ୍ରାକୃତିକ ଭାବେ ଦେଖିବାକୁ ମିଳେ ବିଭିନ୍ନ ପ୍ରଜାତିର ଅର୍କିଡ୍।

ଗଛର ଡାଳରେ ବଢ଼ୁଥିବା ଏହି ଏପିଫାଇଟିକ୍ ଅର୍କିଡ୍ କେବଳ ପ୍ରକୃତିର ଶୋଭା ବଢ଼ାଏନି, ଏହା ସହ ଜଡ଼ିତ ରହିଛି ଔଷଧୀୟ ବ୍ୟବହାର ଓ ଆଦିବାସୀଙ୍କ ପାରମ୍ପରିକ ଜ୍ଞାନ।

ପିଢ଼ି ପରେ ପିଢ଼ି ଏହି ଜଙ୍ଗଲୀ ଅର୍କିଡ୍ କୁ ବିଭିନ୍ନ ଉପଚାରରେ ବ୍ୟବହାର କରିଆସୁଛନ୍ତି ସ୍ଥାନୀୟ ଆଦିବାସୀ।

ହେଲେ ଏହି ଅମୂଲ୍ୟ ସମ୍ପଦର ମହତ୍ତ୍ୱ ଏବେ ବି ରହିଛି ଅନେକଙ୍କ ଅଜଣା।

Advertisment କେବଳ ମଣିଷ ନୁହେଁ, ପଶୁପକ୍ଷୀଙ୍କ ଚିକିତ୍ସାରେ ମଧ୍ୟ ଏହି ଅର୍କିଡ୍ ର ବ୍ୟବହାର କରୁଥିବା କହିଛନ୍ତି ସ୍ଥାନୀୟ ଦେଶୀ ଚିକିତ୍ସକ।

ଓର୍କିଡ୍ ର ଚେର ଓ ପତ୍ରକୁ ବାଟି ଗୋରୁଗାଈ ଓ ଛେଳିମେଣ୍ଢାଙ୍କ ହାଡ଼ ଭଙ୍ଗା ଭଳି ସମସ୍ୟାରେ ଲଗାଯାଏ ବୋଲି ତାଙ୍କ ଦାବି।

ତେବେ ଏହି ପାରମ୍ପରିକ ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଅଧ୍ୟୟନ ଏବେ ଜରୁରୀ ହୋଇପଡ଼ିଛି।

ଗୁପ୍ତେଶ୍ୱରର ଆର୍ଦ୍ର ଜଳବାୟୁ ଓ ଘଞ୍ଚ ଶାଳ ଜଙ୍ଗଲ ଓର୍କିଡ୍ ର ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି।

ହେଲେ ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଏବେ ଏହି ଦୁର୍ଲ୍ଲଭ ପ୍ରଜାତିଙ୍କ ପାଇଁ ଚିନ୍ତାର କାରଣ।

ଠିକ୍ ସମୟରେ ସଂରକ୍ଷଣ ଓ ଗବେଷଣା ନହେଲେ ହଜିଯାଇପାରେ ପ୍ରକୃତିର ଏହି ଅନନ୍ୟ ସମ୍ପଦ।

କେବଳ ଅର୍କିଡ୍ ର ସଂରକ୍ଷଣ ନୁହେଁ, ଏହା ସହ ଜଡ଼ିତ ଆଦିବାସୀଙ୍କ ପାରମ୍ପରିକ ଜ୍ଞାନକୁ ମଧ୍ୟ ଲିପିବଦ୍ଧ କରିବାର ଆବଶ୍ୟକତା ରହିଛି।

ଏହାର ବ୍ୟବସ୍ଥିତ ଗବେଷଣା ଓ ପ୍ରଚାର ହେଲେ ଗୁପ୍ତେଶ୍ୱରର ଏହି ଜୈବବିବିଧତାକୁ ମିଳିପାରିବ ନୂଆ ପରିଚୟ।

ଗୁପ୍ତେଶ୍ୱରର ଏହି ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେବା ସହ ଏହାର ପ୍ରଚାର ଓ ପ୍ରସାର ଉପରେ ଏବେ ଗୁରୁତ୍ୱ ଦେବାର ସମୟ ଆସିଛି।

ବନ ବିଭାଗ, ଗବେଷକ ଓ ପ୍ରଶାସନର ମିଳିତ ଉଦ୍ୟମ ହିଁ ଏହି ଦୁର୍ଲ୍ଲଭ ଉଦ୍ଭିଦ ସମ୍ପଦକୁ ନୂଆ ଜୀବନ ଦେଇପାରିବ।

ପ୍ରକୃତିର ଏହି ଅମୂଲ୍ୟ ଉପହାରକୁ ବଞ୍ଚାଇବାକୁ ହେଲେ ଆବଶ୍ୟକ ସଂରକ୍ଷଣ, ଗବେଷଣା ଓ ଜନଜାଗରଣ।

ନଚେତ୍ ଦିନେ ଇତିହାସ ପାଲଟିଯାଇପାରେ ଗୁପ୍ତେଶ୍ୱରର ଏହି ଦୁର୍ଲ୍ଲଭ ଅର୍କିଡ୍ ର ଭଣ୍ଡାର।

ଗଛ ଡାଳରେ ଔଷଧୀୟ ଫୁଲ!

କୋରାପୁଟର ଗୁପ୍ତେଶ୍ୱର ଜଙ୍ଗଲରେ ଦୁର୍ଲ୍ଲଭ ଅର୍କିଡ୍ ଭଙ୍ଗା ହାଡ଼ ଯୋଡ଼ିବାରେ ହୁଏ ବ୍ୟବହାର!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)