Rape Attempt: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଚିତ୍କାର ଶୁଣି ପହଞ୍ଚିଲେ ପଡ଼ୋଶୀ

Jul 08, 2026 - 22:38
Rape Attempt: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଚିତ୍କାର ଶୁଣି ପହଞ୍ଚିଲେ ପଡ଼ୋଶୀ

"ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବୁଧୁବାର ମଧ୍ୟାହ୍ନରେ ଘରେ ଏକା ଥିବା ଜଣେ ନାବାଳିକାଙ୍କୁ ଜଣେ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ତେବେ ନାବାଳିକାଙ୍କ ଚିତ୍କାର ଶୁଣି ସାହି ପଡ଼ୋଶୀମାନେ ଦୌଡ଼ି ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।Advertisment ଘଟଣା ସମ୍ପର୍କରେ ଖବର ପାଇ ଥାନା ଅଧିକାରୀ ବାରିଣୀ ଦାସଙ୍କ ନିର୍ଦେଶରେ ବୈଶିଙ୍ଗା ପୁଲିସ ତୁରନ୍ତ ସକ୍ରିୟ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା।

ପରେ ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ଉପକଣ୍ଠ ନୂଆସାହି ଗ୍ରାମର ଜଣେ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

ନାବାଳିକାଙ୍କ ଭିଣୋଇଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପୁଲିସ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଇବା ସହ ପୋକ୍ସୋ ଆଇନ ସମେତ ଏକାଧିକ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି।

ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି।

MLA driver arrested ନାବାଳିକାଙ୍କୁ ଅସଦାଚରଣ କରି ଗିରଫ ହେଲେ ବିଧାୟକଙ୍କ ଡ୍ରାଇଭର ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ନାବାଳିକା ଓ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

ଦୋଷୀଙ୍କ ବିରୋଧରେ କଠୋରତମ ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।