Donald Trump: ଇରାନର ଆକ୍ରମଣ କ୍ଷମତାକୁ ସଂପୂର୍ଣ୍ଣ ନଷ୍ଟ କରିବୁ: ଟ୍ରମ୍ପ
"ୱାସିଂଟନ/ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ସମାପ୍ତ ହୋଇଥିବା ଘୋଷଣା କରିବା ସହ ଇରାନକୁ ସାମରିକ ଦୃଷ୍ଟିରୁ ପଙ୍ଗୁ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ଉପସାଗରୀୟ ଅଞ୍ଚଳରେ ଆମେରିକାର ସାମରିକ ଘାଟି ଉପରେ ଇରାନ ପକ୍ଷରୁ ଆଜି ଆକ୍ରମଣ ପରେ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି।
Advertisment ତୁର୍କୀର ଅଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଟ୍ରମ୍ପ କହିଛନ୍ତି ଯେ, ଆମେ ଆଜି ସେମାନଙ୍କୁ ଶକ୍ତ ଆଘାତ ଦେଇଛୁ ଏବଂ ପୁଣି ଥରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଇରାନ ବିଗତ ୪୭ ବର୍ଷ ଧରି ମଧ୍ୟପ୍ରାଚ୍ୟରେ ଦାଦାଗିରି ଚଳାଇବା ସହ ଆମେରିକୀୟ ସୈନିକ ତଥା ନାଗରିକମାନଙ୍କୁ ହତ୍ୟା କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।
ଏହି ପୁରୁଣା ହିସାବ ବରାବର କରିବାକୁ ଆମେରିକା ପ୍ରସ୍ତୁତ ବୋଲି ସେ ଚେତାବନୀ ଦେଇଛନ୍ତି।
ଇରାନର ଆଭିମୁଖ୍ୟକୁ ସମାଲୋଚନା କରି ସେ କହିଛନ୍ତି ଯେ, ସେହି ଦେଶ ସହ କୌଣସି ନୂତନ ଚୁକ୍ତି ହେବ କି ନାହିଁ ତାହା ଅନିଶ୍ଚିତ, କାରଣ ସେମାନେ କେବଳ ପ୍ରତାରଣା ଓ ମିଥ୍ୟାର ସାହାରା ନିଅନ୍ତି।
ବନ୍ଦ କୋଠରୀ ଭିତରେ ଆଲୋଚନା ବେଳେ ସମସ୍ତ ସର୍ତ୍ତରେ ସହମତି ପ୍ରକାଶ କରୁଥିବା ଇରାନ, ପ୍ରେସମିଟ୍ରେ ସମ୍ପୂର୍ଣ ଓଲଟା ବୟାନ ଦେଇ ଆଲୋଚନାକୁ ଅସ୍ୱୀକାର କରୁଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।
300 Commandos: ୩୦୦ କମାଣ୍ଡୋ-ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ବିଫଳ: ଡୋନାଲ୍ଡ ଟ୍ରମ୍ପ ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଲେ ଇରାନ କୌଣସି ପରିସ୍ଥିତିରେ ମଧ୍ୟ ପରମାଣୁ ଅସ୍ତ୍ର ନିର୍ମାଣ କରିପାରିବ ନାହିଁ ଏବଂ ଏହାକୁ ରୋକିବା ହିଁ ଆମେରିକାର ମୂଳ ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଦୋହରାଇଛନ୍ତି।
ଇରାନ ଦ୍ୱାରା ଆନ୍ତର୍ଜାତୀୟ ଜଳପଥରେ ଡ୍ରୋନ୍ ଏବଂ ମିସାଇଲ୍ ମାଧ୍ୟମରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଉଥିବାରୁ, ଇରାନର ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ସଂପୂର୍ଣ୍ଣ ନଷ୍ଟ କରାଯିବ ବୋଲି ଟ୍ରମ୍ପ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।