09 JULY 2026

Welcome!

Unlock your personalized experience.
Sign Up

କେଉଁଠି ଅଛନ୍ତି ସୌରଭ ଗାଙ୍ଗୁଲିଙ୍କ ଝିଅ, ଜନ୍ମଦିନରେ ଦାଦା କହିଲେ ବଡ଼ କଥା

Jul 08, 2026 - 22:40
କେଉଁଠି ଅଛନ୍ତି ସୌରଭ ଗାଙ୍ଗୁଲିଙ୍କ ଝିଅ, ଜନ୍ମଦିନରେ ଦାଦା କହିଲେ ବଡ଼ କଥା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ଜନ୍ମଦିନ । ଦାଦା ନିଜର ୫୪ତମ ଜନ୍ମଦିନକୁ କୋଲକାତାସ୍ଥିତ ବାସଭବନରେ ପାଳନ କରିଛନ୍ତି । ଆଡ଼ମ୍ବରପୂର୍ଣ୍ଣ ନୁହେଁ ବରଂ ସାଧାରଣ ଭାବେ କେକ୍ କାଟି ପାଳନ କରିଛନ୍ତି । ତେବେ ଏଭଳି ସରଳ ଜନ୍ମଦିନ ପାଳନ ପଛର କାରଣ କରିଛନ୍ତି ଦାଦା । ସେ କହିଛନ୍ତି କି, ଝିଅ ସାନାର ଅନୁପସ୍ଥିତି କାରଣରୁ ଏଭଳି ପାନଳ କରାଯାଇଛି । ଏବେ ତାଙ୍କ ଝିଅ ଦୂରରେ ରହିଥିବାବେଳେ ଭାବପ୍ରବଣ ହୋଇ ମନେ ପକାଇଛନ୍ତି ସୌରଭ ଗାଙ୍ଗୁଲି ।

ଦାଦା କହିଛନ୍ତି କି, ଝିଅ ଏବେ ସ୍ପେନରେ ଅଛି । ସ୍ପେନର ବାର୍ସିଲୋନାରେ ଅଛି । ଯେତେବେଳେ ସେ ଘରେ ରହିଥାଏ ଅଧିକ ପାର୍ଟି ଏବଂ ଉତ୍ସବ ହୋଇଥାଏ । ଆମେ ଭିଡିଓ କଲରେ କଥା ହୋଇଛୁ । ଯେତେବେଳେ ସେ ଘରେ ନାହିଁ କୌଣସି ପାର୍ଟି କରାହୋଇନାହିଁ । ଏହାସହ ସୌରାଭ ଗାଙ୍ଗୁଲି କହିଛନ୍ତି କି, ଯଦିଓ ସେ ମୋ ପାଖରେ ଏବେ ନାହିଁ ତଥାପି ରାତିରେ କେକ୍ କାଟିବା ସମୟରେ ଭିଡିଓ କଲରେ ରହିଥିଲା । ଏବଂ ସେ ନିଜର ଖୁସି ଜାହିର୍ କରିଛି ।

ଏହାସହ ଜନ୍ମଦିନରେ ଯେଉଁମାନେ ସୋସିଆଲ ମିଡିଆ ଏବଂ ଫୋନରେ ଶୁଭେଚ୍ଛା ଜଣାଇଛନ୍ତି ସେମାନଙ୍କୁ ଧନ୍ୟବାଦ । ଯେଉଁମାନେ ମୋତେ ଭଲ ପାଇବା ଦେଇଛନ୍ତି ଏବଂ ସମ୍ମାନ ଜଣାଇଛନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ । ଅନେକ ଫ୍ୟାନ୍ସ ମୋତେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାବେଳେ ବିଶ୍ବର ବହୁ କୋଣ ଅନୁକୋଣରୁ ବନ୍ଧୁମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କୁ ଦାଦା ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ପଢ଼ନ୍ତୁ : ସୌରଭ ଗାଙ୍ଗୁଲିଙ୍କୁ ଜୟ ଶାହ ଦେଲେ ସ୍ପେଶାଲ ବାର୍ଥ ଡେ ଗିଫ୍ଟ, ICC ହଲ ଅଫ ଫେମରେ ସାମିଲ ହେବେ ‘ଦାଦା’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।