Potato Problem ଏଥର ଆଳୁ ପାଇଁ ପଶ୍ଚିମବଙ୍ଗ ଆଡ଼ୁ ଅଡ଼ୁଆ ହେବନି
"ଭୁବନେଶ୍ୱର: ଏଥର ରାଜ୍ୟରେ ଆଳୁ ସଙ୍କଟ ପଡ଼ିଲେ, ପଶ୍ଚିମବଙ୍ଗ ଆଡ଼ୁ ଆଳୁ ଯୋଗାଣରେ ଆଉ ଅଡ଼ୁଆ ହେବନାହିଁ।
ଆଜି (ବୁଧବାର) କୋଲକାତାସ୍ଥିତ ଖାଦ୍ୟଭବନରେ ପଶ୍ଚିମବଙ୍ଗ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆଙ୍କ ସହ ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ଏହା ନିଷ୍ପତ୍ତି ହୋଇଛି।
Advertisment Essential commodities: ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନେଇ ବଜାର ସଂଘ ସହ ପ୍ରଶାସନର ବୈଠକ: ଆଳୁର ଖୁଚୁରା ଦର ୧୨ ଟଙ୍କା ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ବୈଠକରୁ ମିଳିଥିବା ସୂଚନାରେ, ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ରକ୍ଷାକରି ଦୁଇ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ ।
ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ କୀର୍ତ୍ତନିଆ ପ୍ରତିଶ୍ରୁତି ଦେଇଥିଲେ ।
ଏଥି ନିମନ୍ତେ ସମସ୍ତ ସହଯୋଗ ଜାରି ରହିବ ବୋଲି ଆଲୋଚନା ବେଳେ ସେ କହିଥିଲେ ।
Lack of storage facilities: ସଂରକ୍ଷଣ ବ୍ୟବସ୍ଥା ନାହିଁ, କମୁଛି ଆଳୁ ଉତ୍ପାଦନ; ବିଲ ମୁଣ୍ଡରେ ଶାଗମାଛ ଦରରେ ବେପାରୀଙ୍କୁ ବିକୁଛି ଚାଷୀ ପଶ୍ଚିମବଙ୍ଗର ପୂର୍ବ ସରକାର ଖାଦ୍ୟ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଓଡିଶା ପ୍ରତି ଯେପରି ବିଦ୍ବେଷମୂଳକ ମନୋଭାବ ପୋଷଣ କରିଥିଲେ, ଏହାର ପୁନରାବୃତ୍ତି ହେବନାହିଁ ବୋଲି ସେ କହିଥିଲେ।
ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ନେଇ ଦୁଇ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।