Ranchi Student Protest: 'ନା ଇସ୍ତଫା, ନା ସିବିଆଇ ତଦନ୍ତ'; ରାଞ୍ଚିରେ ଛାତ୍ରଙ୍କ ପ୍ରଦର୍ଶନ ଉପରେ ଜେଏମଏମର ବଡ଼ ବୟାନ
ରାଞ୍ଚି,୫।୮: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଛାତ୍ରଙ୍କ ପ୍ରଦର୍ଶନକୁ ନେଇ ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମୁଖପାତ୍ର ମନୋଜ ପାଣ୍ଡେଙ୍କ ବଡ଼ ବୟାନ। ସେ କହିଛନ୍ତି, ଛାତ୍ରମାନେ JPSC ଏବଂ JSSC ମାମଲାରେ ଅଭିଯୋଗ ଗୁଡ଼ିକର ସିବିଆଇ ତଦନ୍ତ କରିବାକୁ ଦାବି କରୁଛନ୍ତି। ତେବେ ଏନେଇ ଏବେ କୌଣସି ପ୍ରକାର ସିବିଆଇ ତଦନ୍ତ ହେବ ନାହିଁ କିମ୍ବା କେହି ବି ଇସ୍ତଫା ଦେବେ ନାହିଁ।
ପାଣ୍ଡେ କହିଛନ୍ତି ଯେ ହେମନ୍ତ ସୋରେନ ଇସ୍ତଫା ଦେବେ ନାହିଁ, ଏହାର କୌଣସି କାରଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ପ୍ରକାର ସିବିଆଇ କିମ୍ବା ଇଡି ତଦନ୍ତ ହେବ ନାହିଁ। ଏହି ଏଜେନ୍ସି ଗୁଡିକ ଦ୍ବାରା ସତ ସାମନାକୁ ଆସିବନି। ସିବିଆଇ ସଂଜୀବ ମୁଖିଆଙ୍କୁ ବ୍ୟାପମ ଦୁର୍ନୀତିରେ କ୍ଲିନ୍ ଚିଟ୍ ଦେଇଛି। ରାଜ୍ୟ ସରକାର ସିଆଇଡି ତଦନ୍ତ କରୁଛନ୍ତି। ସେ କହିଛନ୍ତି ଯେ ୧୪ଜଣ ଗିରଫ ହୋଇଛନ୍ତି ଏବଂ ଜେପିଏସ୍ସି ଅଧ୍ୟକ୍ଷ ଇସ୍ତଫା ଦେଇଛନ୍ତି। ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।
ଜେଏମଏମ ନେତା ଆହୁରି କହିଛନ୍ତି ଯେ, ସତ୍ୟ ସାମନାକୁ ଆସିବ। ଛାତ୍ରମାନେ ନ୍ୟାୟ ପାଇବେ। ସରକାର ଛାତ୍ରମାନଙ୍କ ସହିତ ଆଲୋଚନା ମଧ୍ୟ କରିବେ ଏବଂ ଏକ ପ୍ରତିନିଧିମଣ୍ଡଳ ଗଠନ କରିବେ। ସେ କହିଥିଲେ, ବିଜେପିର କାର୍ଯ୍ୟକାଳ ସମୟରେ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଘଟିବା ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀମାନେ କାହିଁକି ଇସ୍ତଫା ଦେଇ ନଥିଲେ। ହେମନ୍ତ ସୋରେନ ତ ଘଟଣାର ତଦନ୍ତ ମଧ୍ୟ କରୁଛନ୍ତି। ବର୍ତ୍ତମାନର ମାମଲାରେ ସରକାର ସିଧାସଳଖ ଅଭିଯୁକ୍ତ ନୁହଁନ୍ତି।
ଆହୁରି ପଢନ୍ତୁ : Meta Controversy: କିଭଳି ହଟିଲା ପିଏମ୍ ମୋଦିଙ୍କ ଭିଡିଓ ? ମେଟା ଟିମ୍ ଦେଲା ସଫେଇ, ତଥାପି ସଂସଦୀୟ କମିଟିର ଚେତାବନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।