Ranchi: ରାଞ୍ଚିରେ ଛାତ୍ର ଆନ୍ଦୋଳନ ତୀବ୍ର, ଲାଠିଚାର୍ଜ ପରେ ଆଜି ଝାଡ଼ଖଣ୍ଡ ବନ୍ଦ

Aug 11, 2026 - 08:26
Ranchi: ରାଞ୍ଚିରେ ଛାତ୍ର ଆନ୍ଦୋଳନ ତୀବ୍ର, ଲାଠିଚାର୍ଜ ପରେ ଆଜି ଝାଡ଼ଖଣ୍ଡ ବନ୍ଦ

"ରାଞ୍ଚି: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷା ବିବାଦକୁ ନେଇ ଛାତ୍ର ଆନ୍ଦୋଳନ ଏବେ ଆହୁରି ତୀବ୍ର ହୋଇଛି।

ଆନ୍ଦୋଳନ ୧୭ତମ ଦିନରେ ପହଞ୍ଚିଥିବା ବେଳେ ସୋମବାର ରାଞ୍ଚିରେ ବିଧାନସଭା ଘେରାଉ ସମୟରେ ପୁଲିସର ଲାଠିଚାର୍ଜ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି।

ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ବିଜେପି ଅଗଷ୍ଟ ୧୧ ଅର୍ଥାତ୍‌ ଆଜି  "ଝାଡ଼ଖଣ୍ଡ ବନ୍ଦ" ଡାକ ଦେଇଛି ।Advertisment ଅଧିକ ପଢନ୍ତୁ: Ranchi: ରାଞ୍ଚିରେ ପରୀକ୍ଷା ଅନିୟମିତତା ତାତି: ବିଧାନସଭା ଘେରାଉ କଲେ ଛାତ୍ର, ଲାଠି, ପାଣି ତୋପ, ଲୁହବୁହା ଗ୍ୟାସ୍‌ ପ୍ରୟୋଗ ଛାତ୍ରମାନେ JPSC ଓ JSSC ପରୀକ୍ଷାରେ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରି ଦୀର୍ଘଦିନ ଧରି ଆନ୍ଦୋଳନ କରୁଛନ୍ତି।

ସେମାନଙ୍କର ମୁଖ୍ୟ ଦାବି ହେଉଛି ମାମଲାର CBI ତଦନ୍ତ।

ସରକାର ପୂର୍ବରୁ କିଛି ପରୀକ୍ଷା ବାତିଲ କରିବା ସହ ED ତଦନ୍ତ ପାଇଁ ସମ୍ମତି ଦେଇଥିଲେ ମଧ୍ୟ ଛାତ୍ରମାନେ CBI ତଦନ୍ତ ଦାବିରେ ଅଟଳ ରହିଛନ୍ତି।

ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଛାତ୍ରମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ସରକାର ଛାତ୍ରମାନଙ୍କ ଦାବିକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ସମାଧାନ ପାଇଁ କାମ କରୁଥିବା ସେ କହିଛନ୍ତି।

ଅନ୍ୟପଟେ, ବିଜେପି ସରକାର ଛାତ୍ରଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି।

ଏହି ବିବାଦ ଏବେ କେବଳ ଛାତ୍ର ଆନ୍ଦୋଳନରେ ସୀମିତ ନରହି ଝାଡ଼ଖଣ୍ଡର ନିଯୁକ୍ତି ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media