Rameswaram-Paradip coastal: ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ୧୭ ବିଡ୍‌: ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିଯିବ

Sep 02, 2026 - 06:41
Rameswaram-Paradip coastal: ରାମେଶ୍ବର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପ ପାଇଁ ୧୭ ବିଡ୍‌: ଯାତ୍ରା ସମୟ ଅଢ଼େଇ ଘଣ୍ଟା କମିଯିବ

"ଭୁବନେଶ୍ବର: ଖୋର୍ଦ୍ଧାର ରାମେଶ୍ବରରୁ ଜଗତସିଂହପୁରର ପାରାଦୀପ ପର୍ଯ୍ୟନ୍ତ ୧୬୦ କିମି ବିଶିଷ୍ଟ ଉପକୂଳ ରାଜପଥ ପ୍ରକଳ୍ପକୁ ବିଡର୍‌ଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳିଛି।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ତରଫରୁ ଏଥିପାଇଁ ବିଡ୍‌ ଆହ୍ବାନ କରାଯାଇଥିଲା।

ଦୁଇଟି ପ୍ୟାକେଜ୍‌ରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୭ଟି ବିଡ୍‌ ଆସିଛି।ରାମେଶ୍ବରରୁ କୋଣାର୍କ ପର୍ଯ୍ୟନ୍ତ (ପ୍ୟାକେଜ୍‌-୧) ୪-ଲେନ୍‌ର ୭୯.୪ କିଲୋମିଟର ବିଶିଷ୍ଟ ପ୍ରକଳ୍ପ ପାଇଁ ୧୦ଟି ବିଡ୍‌ ଆସିଛି।

ଏଥି ସହିତ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ (ପ୍ୟାକେଜ୍‌-୨) ୨-ଲେନ୍‌ ୮୦.୭ କିମି ବିଶିଷ୍ଟ ପେଭ୍‌ଡ ସୋଲଡର୍‌ ପ୍ରକଳ୍ପ ଲାଗି ୭ଟି ବିଡ୍‌ ଆସିଛି।Advertisment Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ହାଇବ୍ରିଡ୍‌ ଆନୁଇଟି ମଡେଲ୍‌ରେ ଏହି ପ୍ରକଳ୍ପର କାର୍ଯ୍ୟବରାଦ ଦିଆଯିବ।

ଗତ ଜୁନରେ ଏହି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଥିଲା।

ମୋଟ୍‌ ପ୍ରକଳ୍ପ ଅଟକଳ ୮୩୦୦.୭୯ କୋଟି ଟଙ୍କା ରହିଛି।

ନିର୍ମାଣ ସମୟରେ ଏଥିରୁ ୫୩.୬ ଲକ୍ଷ ପ୍ରତ୍ୟକ୍ଷ ଓ ୬୭ ଲକ୍ଷ ପରୋକ୍ଷ ମାନବ-ଦିବସର ଶ୍ରମ ସୃଷ୍ଟି ହେବ।

ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହି ରାସ୍ତାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାତାୟାତ କରିହେବ।

ରାମେଶ୍ବରରୁ ପାରାଦୀପ ପର୍ଯ୍ୟନ୍ତ ଯାତାୟାତ ସମୟ ୨ ଘଣ୍ଟା ୩୦ ମିନିଟ୍‌ ହ୍ରାସ ପାଇବ।

Indian Railways: ପୂର୍ବତଟ ରେଳପଥର ଏଜିଏମ୍‌ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର ଉପକୂଳ ରାଜପଥ ପ୍ରକଳ୍ପର ରାମେଶ୍ବର-ପାରାଦୀପ ସେକ୍ସନ ଖୋର୍ଦ୍ଧା-ଭୁବନେଶ୍ବର-କଟକ ଦେଇ ଯାଇଥିବା‌ ଏନ୍‌ଏଚ୍‌-୧୬ ଓ ଭୁବନେଶ୍ବରରୁ ପୁରୀ ଯାଇଥିବା ଏନ୍‌ଏଚ୍-୩୧୬ ପାଇଁ ବିକଳ୍ପ ଗମନାଗମନ ପଥ ପ୍ରଦାନ କରିବ।

ବର୍ତ୍ତମାନ ପୁରୀ-ସାତପଡ଼ା ଓ ପୁରୀ-କୋଣାର୍କ ମଧ୍ୟରେ ଥିବା ରାସ୍ତାରେ ସ୍ଥାନୀୟ ଲୋକ ବହୁ ସଂଖ୍ୟାରେ ଯାତାୟାତ କରୁଥିବାରୁ ତାହା ଦ୍ରୁତ ଗତିର ଦୂରଗାମୀ ଯାନବାହନ ଚଳାଚଳ ପାଇଁ ଅନୁପଯୁକ୍ତ ରହିଛି।

ରାମେଶ୍ବର-ପାରାଦୀପ କରିଡର୍‌ ଦ୍ବାରା ଦ୍ରୁତ ଗତିରେ ଯାତାୟାତ କରିହେବ ଓ ତାହାର ପ୍ରଭାବରେ ଇନ୍ଧନ ସଞ୍ଚୟ ହେବା ସହ ପ୍ରଦୂଷଣ କମ୍‌ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)