Ramayana: ନିରବି ଯାଇଥିବା ‘ରାମାୟଣ’ର ଅଭିନେତା

Aug 23, 2026 - 08:20
Ramayana: ନିରବି ଯାଇଥିବା ‘ରାମାୟଣ’ର ଅଭିନେତା

""ରାମାୟଣ"କୁ ନେଇ ଅନେକ ସିନେମା ଓ ଧାରାବାହିକ ନିର୍ମାଣ ହୋଇ ସାରିଥିଲେ ବି ଆଜି ମଧ୍ୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଆବୋରି ବସିଛି ରାମାନନ୍ଦ ସାଗରଙ୍କ "ରାମାୟଣ"।

ଏହି କାଳଜୟୀ ଧାରାବାହିକର ପ୍ରସାରଣକୁ ୩୦ ବର୍ଷ ବିତିଯାଇଛି ଏବଂ ସେଥିରେ ଅଭିନୟ କରିଥିବା ଅନେକ କଳାକାରଙ୍କର ପରଲୋକ ବି ଘଟିଛି।Advertisment Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା "ରାମାୟଣ"ରେ ମନ୍ଥରା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡ଼ିଥିବା ଲଳିତା ପାୱାରଙ୍କର ୧୯୮୮ ଫେବ୍ରୁଆରି ୨୪ରେ ପରଲୋକ ହୋଇଥିଲା।

୧୯୯୫ ମସିହାରେ ଭରତ ଚରିତ୍ରରେ ଅଭିନୟ କରିଥିବା ସଞ୍ଜୟ ଯୋଗ ମାତ୍ର ୪୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ।

ସେହିପରି ମେଘନାଦ ଭୂମିକାରେ ଥିବା ବିଜୟ ଅରୋରା ୨୦୦୭ ଫେବ୍ରୁଆରି ୨ ତାରିଖରେ ଦେହତ୍ୟାଗ କରିଥିଲେ।

ହନୁମାନଙ୍କ ଭୂମିକାରେ ଲୋକପ୍ରିୟତା ପାଇଥିବା ଦାରା ସିଂହଙ୍କର ୨୦୧୨ ଜୁଲାଇ ୧୨ରେ ପରଲୋକ ହୋଇଥିଲା।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ ସେହିପରି ରାବଣ ଭୂମିକାରେ ନିଜର ଅଭିନୟ ପାଇଁ ଆଦର ପାଇଥିବା ଅରବିନ୍ଦ ତ୍ରିବେଦୀଙ୍କର ୨୦୨୧ ଅକ୍ଟୋବରରେ ପରଲୋକ ଘଟିଥିବା ବେଳେ ବିଭୀଷଣ ଭୂମିକାରେ ଅଭିନୟ କରିଥିବା ମୁକେଶ ରାୱଲଙ୍କର ୨୦୧୬ ନଭେମ୍ବର ୧୫ରେ ମୃତ୍ୟୁ ଘଟିଥିଲା।ସୁଗ୍ରୀବ ଭୂମିକାରେ ଥିବା ଶ୍ୟାମ ସୁନ୍ଦର କଲାନୀଙ୍କର ୨୦୨୦ ଏପ୍ରିଲ୍‌ରେ ଦେହାନ୍ତ ହୋଇଥିବା ବେଳେ କୁମ୍ଭକର୍ଣ୍ଣ ନଳିନ ଦବେ, ରାଜା ଜନକ ମୂଲକରାଜ ରାଜଦା ଓ କୌଶଲ୍ୟା ଜୟଶ୍ରୀ ଗଡକର ମଧ୍ୟ ଆମ ଗହଣରେ ନାହାନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)