Ramayana: ସମସ୍ତଙ୍କ ପାଇଁ ସୁଖପ୍ରଦ
ରାମାୟଣ ମହାକାବ୍ୟରୁ ହିଁ ଭାରତୀୟ ସଭ୍ୟତାରେ କାହାଣୀ କଥନର ଉତ୍ପତ୍ତି ହୋଇଥିଲା କହିବା ଭୁଲ୍ ହେବ ନାହିଁ।
ଜଣେ ହେତୁବାଦର ଦୃଷ୍ଟିରେ ଦେଖିଲେ, ଗଭୀର ଦାର୍ଶନିକତା, ବିିବିଧ ଚରିତ୍ର, ବିଚକ୍ଷଣ କାଳ୍ପନିକତା ଓ କାହାଣୀର ଜଟିଳତା ଯୋଗୁଁ ଏହି ପ୍ରାଚୀନ କାହାଣୀ ମନରେ ଜିଜ୍ଞାସା, ଉତ୍କଣ୍ଠା, ଆଶ୍ଚର୍ଯ୍ୟ ଉଦ୍ରେକ କରିଆସିଛି।
ଏହା ପୃଥିବୀର ଶ୍ରେଷ୍ଠତମ କାହାଣୀ ମଧ୍ୟରୁ ଗୋଟିଏ ହୋଇଥିବାରୁ, ଏବଂ ନିକଟରେ ସମସାମୟିକ ଗ୍ରୀକ୍ କାବ୍ୟକୁ ନେଇ କ୍ରିଷ୍ଟୋଫର୍ ନୋଲନ୍ ନିର୍ମାଣ କରିଥିବା ଏପିକ୍ ଚଳଚ୍ଚିତ୍ର 'ଦି ଓଡିସି' ଦେଖିଥିବାରୁ, ନିତେଶ ତିଵାରୀଙ୍କ 'ରାମାୟଣ' ଦେଖିବା ଲାଗି ପ୍ରେକ୍ଷାଳୟ ଯିବାବେଳେ ମନରେ ଏକ ଅଜବ ପ୍ରକାର ଭୟ ସୃଷ୍ଟି ହେଲା।
ନିର୍ଦେଶକଙ୍କ ନିୟନ୍ତ୍ରଣ ଅବା ଅଭିନେତାମାନଙ୍କ ଦକ୍ଷତା ନେଇ କୌଣସି ସଂଶୟ ଏହାର କାରଣ ନୁହେଁ।
Advertisment Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ ବାସ୍ତବରେ ଏହି ପୁରାଣକୁ ନେଇ ନାନା ପିଢ଼ିର ଭାରତୀୟଙ୍କ ମନରେ ଥିବା ବଦ୍ଧମୂଳ ଧାରଣା ଓ ଆକାଂକ୍ଷାର ବୋଝ ଚାପରେ ନିର୍ମାତାମାନେ ନିଜ କଳାତ୍ମକତା ସହିତ ସାଲିସ କରିଥିବେ ବୋଲି ଆଶଙ୍କା ଜନ୍ମିଥିଲା।
ଗୋଟିଏ ପଟେ ପରମ୍ପରାବାଦୀଙ୍କ ଭୟ ଏବଂ ଅନ୍ୟ ପଟେ ହଲିଉଡ୍ ସୁପରହିରୋ ଚଳଚ୍ଚିତ୍ର ଦେଖିବାରେ ଅଭ୍ୟସ୍ତ ଯୁବ ଦର୍ଶକଙ୍କ ମନୋରଂଜନ କରାଇବାର କଠିନ କାମ!
ତେବେ ଏହି ଚଳଚ୍ଚିତ୍ର ଦେଖିଲା ପରେ ସ୍ବୀକାର କରିବାକୁ ପଡ଼ିବ ଯେ ଏହାର ନିର୍ମାତା ଏକ ଉତ୍କୃଷ୍ଟ ମଧ୍ୟମ ମାର୍ଗ ବାହାର କରିଛନ୍ତି, ଯେଉଁ କାରଣରୁ ପ୍ରାୟ ସବୁ ବୟସ, ଆସ୍ଥା ଓ ପରମ୍ପରାର ଦର୍ଶକଙ୍କୁ ପରଦା ସହିତ ବାନ୍ଧି ରଖିବାରେ ଏହି ଚଳଚ୍ଚିତ୍ର ସଫଳ ହେଉଛି।
କୌଣସି ବଡ଼ ବିବାଦ ବିନା ଏହା ମୁକ୍ତିଲାଭ କରିବାକୁ ହିଁ ଏହାର ଏକ ବଡ଼ ସଫଳତା ଭାବେ ଦେଖାଯାଇପାରେ।
'ରାମାୟଣ: ପାର୍ଟ ୧' ନିର୍ଦେଶକ: ନିତେଶ ତିଵାରୀ ପ୍ରମୁଖ ଚରିତ୍ରରେ: ରଣବୀର କପୁର, ୟଶ, ସାଇ ପଲ୍ଲବୀ, ରବି ଦୁବେ, ଅରୁଣ ଗୋବିଲ, ଅନୁପମ ଖେର, ରକୁଲ ପ୍ରୀତ ସିଂହ, କାଜଲ ଅଗ୍ରଵାଲ, ବିବେକ ଓବେରୟ Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା ଛୋଟ ବେଳୁ ସମସ୍ତେ ଦେଖି, ଶୁଣି, ପଢ଼ି ଆସିଥିବା ଏହି କାହାଣୀକୁ ନୂଆ ଶୈଳୀରେ ଉପସ୍ଥାପନ କରିବାକୁ ଯାଇ ଏହାକୁ ରାକ୍ଷସ କୁଳର ଦୃଷ୍ଟିଭଙ୍ଗୀରେ ଆରମ୍ଭ କରାଯାଇଛି।
ରାବଣ (ୟଶ)ଙ୍କ ଉଦୟର ଦୃଶ୍ୟଗୁଡ଼ିକ ଏତେ ଘଟଣାବହୁଳ ଯେ 'ରାମ କେତେବେଳେ ଆସିବେ?' ପ୍ରଶ୍ନଟି ମନରୁ କେତେବେଳେ ଉଭେଇଯାଏ ଜଣାପଡ଼େ ନାହିଁ।
ତେବେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବେଶରେ ରଣବୀର କପୁର ଅବତୀର୍ଣ୍ଣ ହେବାର ସେହି ଦୃଶ୍ୟଗୁଡ଼ିକ ଅତ୍ୟନ୍ତ ମନୋମୁଗ୍ଧକର ମନେ ହେଲା।
ସୀତା (ସାଇ ପଲ୍ଲବୀ)ଙ୍କ ସ୍ବୟଂବର ଓ ବିବାହ ପରେ ରାମ-ସୀତା ଯୋଡ଼ିରେ କୌଣସି ପ୍ରକାର କୃତ୍ରିମତା ବାରିହେଲା ନାହିଁ, ଯାହା ଖୁବ୍ ପ୍ରଶଂସନୀୟ।
ପ୍ରଥମାର୍ଦ୍ଧରେ ସାମାନ୍ୟ ଧ୍ୟାନଭଙ୍ଗ କରିଥିବା କେତେକ ଦିଗ ହେଉଛି- ପୃଷ୍ଠଭୂମି ସଂଗୀତର ଆଧିକ୍ୟ (ମନ୍ଥର ଚିତ୍ରନାଟ୍ୟ ଓ ସାଧା ସଂଳାପକୁ ଢାଙ୍କିବା ପାଇଁ ବ୍ୟବହାର କରାଯାଇଛି), କେତେକ ଜନଗହଳି ଦୃଶ୍ୟରେ ଏଆଇର ପ୍ରୟୋଗ, ସଂଳାପ ଓ ଦୃଶ୍ୟ ମଧ୍ୟରେ ଅସାମଞ୍ଜସ୍ୟ।
ସଂଗୀତ ନିର୍ଦ୍ଦେଶକ ହାନ୍ସ ଜିମର୍ ଓ ଏ.
ଆର୍.
ରହମାନ ଏହି ଚଳଚ୍ଚିତ୍ରର ଆବେଦନକୁ ବହୁଗୁଣିତ କରିଛନ୍ତି ସତ, ହେଲେ ଏହା ସେମାନଙ୍କ ଶ୍ରେଷ୍ଠ କାମ ବୋଲି କହିହେବ ନାହିଁ।
ଦ୍ବିତୀୟାର୍ଦ୍ଧରେ କାହାଣୀ ଅଧିକ ଗତିଶୀଳ ହୋଇଛି ଏବଂ ଜଟାୟୁ-ରାବଣ ଲଢ଼େଇ ଭଳି ଆକ୍ସନ ଦୃଶ୍ୟଗୁଡ଼ିକ ବିଶ୍ବସ୍ତରୀୟ ବୋଲି କହିବାରେ ଦ୍ବିଧା ନାହିଁ।
'ରାମାୟଣ: ପାର୍ଟ ୧' ସମସ୍ତେ ଦେଖିବା ଲାଗି ପରାମର୍ଶଯୋଗ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
