Elephant Attack: ଯୁଯୁମୁରାରେ ହାତୀ ଆକ୍ରମଣରେ ଯୁବକ ମୃତ, ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ

Nov 07, 2026 - 09:04
Elephant Attack: ଯୁଯୁମୁରାରେ ହାତୀ ଆକ୍ରମଣରେ ଯୁବକ ମୃତ, ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କଂସର ପଞ୍ଚାୟତର ବୁଡ଼ିଆକଟା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ଗ୍ରାମର ଖଗେଶ୍ୱର ରଣଜିତ।

Advertisment ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଖଗେଶ୍ୱର ଶୌଚ ପାଇଁ ନାଳକୁ ଯାଉଥିବା ବେଳେ ହଠାତ୍ ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

ଏହି ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଖଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଏହି ଘଟଣା ପରେ ବୁଡ଼ିଆକଟା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Shot Dead: ଭୁବନେଶ୍ୱରରେ ଫୁଟିଲା ଗୁଳି, ବମିଖାଲରେ ଯୁବକଙ୍କୁ ହତ୍ୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)