Ram Mandir: ପାଣ୍ଠି ହେରଫେର ମାମଲାରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ
"ଲକ୍ଷ୍ନୌ: ରାମ ମନ୍ଦିର ପାଣ୍ଠି ହେରଫେର ମାମଲାର ତଦନ୍ତ କରୁଥିବା ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ନିକଟରେ ଏହାର ପ୍ରାଥମିକ ରିପୋର୍ଟ ଦାଖଲ କରିବାର ୨ ଦିନ ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଟିନ୍ନୁ ଯାଦବ ଏବଂ ଅନୁକଳ୍ପ ମିଶ୍ରଙ୍କ ସମେତ ମୋଟ୍ ୮ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
Advertisment ଏସ୍ଆଇଟି କରିିଥିବା ସୁପାରିସ ଆଧାରରେ ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ର ସଦସ୍ୟ ଶ୍ରୀ କୃଷ୍ଣ ମୋହନ ପ୍ରଥମେ ଏହି ମାମଲାରେ ଅଭିଯୋଗ କରିଥିଲେ।
ତେବେ ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଏସ୍ଆଇଟି ଗଠନ କରିଥିଲେ।
Ram Mandir: ବିସ୍ଫୋରଣରେ ରାମ ମନ୍ଦିର ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର ଏସ୍ଆଇଟିର ପ୍ରାଥମିକ ରିପୋର୍ଟରେ ମାମଲାରେ ପରବର୍ତ୍ତୀ ବିଚାରଣ ପାଇଁ ସୁପାରିସ କରାଯିବାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୬, ୩୧୬ (୫), ୩୧୭ (୪), ୩୧୭ (୫) ଏବଂ ୩ (୫) ଅଧୀନରେ ଏହି ମାମଲାରେ ରାମଶଙ୍କର ଯାଦବ (ଟିନ୍ନୁ ଯାଦବ), ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଳା, ମନୀଷ ଯାଦବ, ରାମଶଙ୍କର ମିଶ୍ର , ସୁଭାଷ ଏବଂ କରୁଣେଶଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।
ତେବେ ଟ୍ରଷ୍ଟ ପକ୍ଷରୁ ହୋଇଥିବା ଅଭିଯୋଗରେ କେତେକ ପ୍ରମୁଖ ଚେହେରା ତଥା ସାଧାରଣ ସମ୍ପାଦକ ଚମ୍ପତ ରାୟ , ଅନୀଲ ମିଶ୍ର ଏବଂ ଗୋପାଳ ରାଓଙ୍କ ନାମ ନାହିଁ।
ଇତି ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦ (ଭିଏଚ୍ପି) ଗତକାଲି ଏହି ମାମଲାରେ ଏତଲା ରୁଜୁ ପାଇଁ ଏବଂ ତଦନ୍ତ ତ୍ବରାନ୍ବିତ କରିବାପାଇଁ ଦାବି କରିଥିଲା।
ଉଲ୍ଲେଖଯୋଗ୍ୟ ରାମ ମନ୍ଦିର ପାଣ୍ଠି ହେରଫେର ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଏହି ମାମଲାରେ ୧୫୦ରୁ ଅଧିକ ଲୋକଙ୍କୁ ଜେରା କରିଛି ଏବଂ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।
ପ୍ରତ୍ୟେକଙ୍କ ଭୂମିକାକୁ ରିପୋର୍ଟରେ ଦର୍ଶାଯାଇଛି।
କିନ୍ତୁ କାହାକୁ ବି ସିଧାସଳଖ ଭାବେ ଦାୟୀ କରାଯାଇନି।
ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
"